ଲୋକସେବା ଭବନ କର୍ମଚାରୀଙ୍କର ସ୍ବାବ ପରୀକ୍ଷା ଖୁବଶୀଘ୍ର

0

 * ସ୍ବାସ୍ଥ୍ୟ ବିଭାଗ ଜାରି କଲା  ନିର୍ଦ୍ଦେଶନାମା

ଭୁବନେଶ୍ୱର,(ତତ୍କାଳ ଓଡିଶା ବ୍ୟୁରୋ): ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢ଼ୁ ଥିବାରୁ ତାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି I ବିଶେଷକରି ସରକାରୀ ଅଫିସରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସୁସ୍ଥ ରହିବାର ଆବଶ୍ୟକତା 

ଅନୁଭବ କରି ରାଜ୍ୟ ସରକାର “ଲୋକସେବା ଭବନ “ରେ କାର୍ଯ୍ଯରତ ସବୁ ଅଧିକାରୀ ଓ ଅନ୍ଯ କର୍ମଚାରୀଙ୍କର ରକ୍ତ ନମୂନା ଓ ସ୍ବାବ ପରୀକ୍ଷା କରିବେ I   କ୍ଯାପିଟାଲ ହସପିଟାଲରେ ଏସବୁ ପରୀକ୍ଷା କରାଯିବ I  ତେବେ ପରୀକ୍ଷାରେ ଯେଉଁମାନଙ୍କର ପଜିଟିଭ ବାହାରିବ ସେମାନଙ୍କୁ ଚିକିତ୍ସା ସହ କ୍ବାରେଣ୍ଟାଇନରେ ପଠାଯିବ ବୋଲି ନିଷ୍ପତି ହୋଇଛି I      

ସ୍ବାସ୍ଥ୍ୟ ଓ ପରିବାର କଲ୍ଯାଣ ବିଭାଗ ଏନେଇ ନିର୍ଦ୍ଦେଶନାମା ଜାରି କରିଛି I  ଓଡ଼ିଶା ସଚିବାଳୟ ସେବା ସଂଘ(ଓସା)ର ସାଧାରଣ ସମ୍ପାଦକ ବିବେକାନନ୍ଦ ସାମଲ ପୂର୍ବରୁ ରାଜ୍ଯ ସରକାରଙ୍କୁ ଚିଠି ଲିଖିତ  ଅନୁରୋଧ କରିଥିଲେ  I ଏହାକୁ ବିଚାରକୁ ନେଇ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ସ୍ବାସ୍ଥ୍ୟ ଓ ପରିବାର କଲ୍ଯାଣ ବିଭାଗ ସ୍ବତନ୍ତ୍ର ସଚିବ ସବୁ ବିଭାଗ ସହ କ୍ୟାପିଟାଲ ହସ୍ପିଟାଲକୁ  ନିର୍ଦ୍ଦେଶ ଦେଇଛନ୍ତି I  

Leave A Reply

Your email address will not be published.