ସମରେ କୋଭାସ୍କିନର ମାନବ ପରୀକ୍ଷଣ : ଭଲ କାର୍ଯ୍ୟ କରୁଥିବା ଖବର

0

ପରୀକ୍ଷଣ ପରେ ସମସ୍ତ ସ୍ବେଛାସେବୀ ସୁସ୍ଥ : ଡ଼ଃ ରାଓ 

ଭୁବନେଶ୍ୱର, (ତତ୍କାଳ ଓଡିଶା ବ୍ୟୁରୋ):  ମାନବ ପରୀକ୍ଷଣ ନିମନ୍ତେ ଗତ 20 ତାରିଖରୁ  ସମ ହସ୍ପିଟାଲରେଆରମ୍ଭ ହୋଇଥିବା ପ୍ରିଭେନଟିଭ ଆଣ୍ଡ ଥେରାପିଉଟିକ କ୍ଲିନିକାଲ ୟୁନିଟରେ ସ୍ବେଛାସେବୀଙ୍କ ଶରୀରରେ କୋଭସ୍କିନ ଭ୍ୟାକସିନର ପ୍ରୟୋଗ କରାଯାଇଛି I  ପ୍ରାରମ୍ଭିକ ସୂଚନାନୁସାରେ ଭ୍ୟାକସିନ ଭଲ କାର୍ଯ୍ୟ କରିଛି I 

ଭାରତ ବାୟୋଟେକକୁ କୋଭସ୍କିନ ଭ୍ୟାକସିନ ପରୀକ୍ଷଣରେ ସହଯୋଗ କରୁଥିବା ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର ) ପରୀକ୍ଷଣ ନିମନ୍ତେ ଦେଶର 12ଟି ସ୍ବାସ୍ଥ୍ୟ ସେବା ଅନୁଷ୍ଠାନକୁ ବାଛିଥିବା ବେଳେ ଓଡିଶାର ଏକମାତ୍ର ଅନୁଷ୍ଠାନ ଭାବେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲକୁ ମନୋନୀତ କରାଯାଇଛି | କରୋନା ମହାମାରୀର ମୁକାବିଲା କରିବା ନିମନ୍ତେ ଏଭଳି  ମାନବ ପରୀକ୍ଷଣ ଆରମ୍ଭ ହୋଇଛି I 

ସମ ହସ୍ପିଟାଲର କମ୍ୟୁନିଟି ମେଡ଼ିସିନ ବିଭାଗର ପ୍ରଫେସର  ତଥା ପରୀକ୍ଷଣ ପ୍ରକ୍ରିୟାର ମୁଖ୍ୟ ଡ଼ଃ ଇ. ଭେଙ୍କଟ ରାଓ କହିଛନ୍ତି ଯେ, ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରାଯାଇଥିବ। Covaxin ନାମକ ଏହି ଭ୍ୟାକସିନର ପରୀକ୍ଷଣ ନିମନ୍ତେ ଅନେକ ସ୍ବେଛାସେବୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଉଛି I ବିଭିନ୍ନ ପର୍ଯ୍ୟାୟରେ ସ୍କ୍ରିନିଂ କରାଯିବା ପରେ ସ୍ବେଛାସେବୀଙ୍କ ଶରୀରରେ ଭ୍ୟାକସିନ ପ୍ରୟୋଗ କରାଯାଇଛି I  ପରୀକ୍ଷଣ ପରେ ସ୍ବେଛାସେବୀ ମାନଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ଓ ସମସ୍ତେ ସୁସ୍ଥ ଅଛନ୍ତି ବୋଲି ଡ଼ଃ ରାଓ ସୂଚନା ଦେଇଛନ୍ତି I 

ସେ କହିଥିଲେ, ଇଛୁକ ସ୍ବେଛାସେବୀ ମାନେ ptctu.soa.ac.in ୱେବସାଇଟରେ ରେଜିଷ୍ଟ୍ରସନ କରିପାରିବେ। ଏହି ବ୍ୟକ୍ତି ରୋଗମୁକ୍ତ ହୋଇଥିବା ସହ ସ୍କ୍ରିନିଂ ପ୍ରକ୍ରିୟା ମାଧ୍ୟମରେ କେତେକ ପ୍ରଶ୍ନର ଉତ୍ତର ଦେଇ ୱେବସାଇଟରେ ନିଜ ନାମ ପଂଜିକୃତ କରି ପାରିବେ |

Leave A Reply

Your email address will not be published.