ଆପ୍ ଦେବ ଆଗୁଆ କୋଭିଡି ତଥ୍ୟ : ସୁଯୋଗ ନିଅନ୍ତୁ
* 1929 ଟେଲିଫୋନ୍ ନମ୍ବରରେ ଯୋଗାଯୋଗ କରନ୍ତୁ : କମିଶନର
ଭୁବନେଶ୍ୱର, (ତତ୍କାଳ ଓଡିଶା ବ୍ୟୁରୋ) : ଭୁବନେଶ୍ୱରର କୋଭିଡ୍ ସ୍ଥିତି ସଂପର୍କରେ ସବିଶେଷ ତଥ୍ୟ ଜାଣିବାକୁ ଚାହାଁନ୍ତି? କେଉଁ ଡାକ୍ତରଖାନରେ କେଉଁ ଡାକ୍ତର ଅଛନ୍ତି ତାହା ଜାଣିବେ?
ତାହାଲେ କାଳବିଳମ୍ବ ନ କରି ଭୁବନେଶ୍ୱର ମହାନଗର ପାଇଁ ପ୍ରସ୍ତୁତ ହୋଇଥିବା ଅଭିନବ “ସଚେତକ ଆପ୍” ବ୍ୟବହାର କରନ୍ତୁ I ଗୁରୁତର ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ଏହି ଆପ ବିଶେଷ ଉପଯୋଗୀ I 1929 ଟେଲିଫୋନ୍ ନମ୍ବରରେ ଯୋଗାଯୋଗ କରନ୍ତୁ I

ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଥିଲେ, ଅଦ୍ୟାବଧି 10,500 ଲୋକ ଏହାକୁ ଡାଉନ୍ଲୋଡ୍ କରିସାରିଛନ୍ତି I ଏହି ଆପ୍ ବିଶେଷ କରି ଗୁରୁତର ରୋଗରେ ପୀଡ଼ିତ ରୋଗୀମାନଙ୍କ ପାଇଁ ଉପଯୋଗୀ ସାବ୍ଯସ୍ତ ହୋଇଛି ା ଏହା ଦ୍ୱାରା ଭୁବନେଶ୍ୱରର କୋଭିଡ୍ ସ୍ଥିତି ସଂପର୍କରେ ତଥ୍ଯ ମିଳିପାରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରାଯାଇ ପାରିଛି ଓ ସରକାରଙ୍କ ମାର୍ଗଦର୍ଶିକା ମଧ୍ୟ ସମସ୍ତଙ୍କୁ ଅବଗତ କରାଯାଇ ପାରୁଛି I
ଶ୍ରୀ ଚୌଧୁରୀ କହିଥିଲେ, ଭୁବନେଶ୍ୱରର 67ଟି ଓ୍ୱାର୍ଡରେ ଓ୍ୱାର୍ଡ ସଚେତକ କମିଟି କୋଭିଡ୍-19 ମୁକାବିଲାରେ ସହଯୋଗ କରୁଛନ୍ତି ା ପ୍ରତି କମିଟିରେ 20ରୁ 25 ସ୍ବେଚ୍ଛାସେବୀ ରହିଛନ୍ତି ା ବସ୍ତି ଅଞ୍ଚଳ ପାଇଁ ସ୍ଲମ୍ କମିଟି ରହିଛି ା ସେହିସବୁ ଅଞ୍ଚଳରେ ସକ୍ରିୟ ସର୍ବେକ୍ଷଣ ଜାରି ରହିଛି ା ବସ୍ତି ଅଞ୍ଚଳ ପାଇଁ ହୋମ୍ କ୍ବାରାଣ୍ଟାଇନ୍ ଅନୁମତି ନାହିଁ ା ଯେଉଁ ବସ୍ତିରେ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି, ସେହି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଉଛି ା ଭୁବନେଶ୍ୱର କୋଭିଡ୍ ନିୟନ୍ତ୍ରଣ ପାଇଁ ପରୀକ୍ଷଣ, ଗୋଷ୍ଠୀମାନଙ୍କ ସଂପୃକ୍ତି, ବସ୍ତି ପରିଚାଳନା, ପ୍ରତିକାର ପାଇଁ ସମସ୍ତ ପ୍ରକାର ବ୍ଯବସ୍ଥା, ତଥ୍ଯ ସଂଗ୍ରହ ଓ ଚଢ଼ାଉ କାର୍ଯ୍ଯକୁ କଡ଼ାକଡ଼ି କରାଯାଇଛି ା ମନସ୍ତାତ୍ତ୍ବିକ-ସାମାଜିକ ପରାମର୍ଶ ପ୍ରଦାନ ନିମନ୍ତେ ବିଶିଷ୍ଟ ମନସ୍ତତ୍ତ୍ବବିତଙ୍କୁ ନିୟୋଜିତ କରାଯାଇଛି I
ଆଗ୍ରହୀ ବ୍ଯକ୍ତିମାନେ ଟେଲିଫୋନ୍ ନଂ- 1929ରେ ଯୋଗାଯୋଗ କରି ଏହି ସୁବିଧା ପାଇପାରିବେ ା ଭୁବନେଶ୍ୱର ମହାନଗର ନିଗମର କମିଶନର ଶ୍ରୀ ଚୌଧାରୀ କହିଲେ ଯେ, ଭୁବନେଶ୍ୱର ମହାନଗର ଅଞ୍ଚଳରେ କୋଭିଡ୍ ଚିକିତ୍ସା ନିମନ୍ତେ ସମୁଦାୟ 85 ଆଇସିୟୁ ଶଯ୍ଯା ସହିତ 3321 ଶଯ୍ଯାବିଶିଷ୍ଟ ସୁବିଧା ଉପଲବ୍ଧ ଅଛି I ସହରର ବିଭିନ୍ନ ସ୍ଥାନରେ ମୋଟ 870ଟି ଶଯ୍ଯାବିଶିଷ୍ଟ 6ଟି କୋଭିଡ୍କେ ୟାର ହୋମ୍, ପଟିଆଠାରେ 60 ଶଯ୍ଯାବିଶିଷ୍ଟ ଉତ୍ସର୍ଗୀକୃତ କୋଭିଡ୍ ହେଲଥ୍ ସେଣ୍ଟର, ହାଇଟେକ୍ହସ୍ପିଟାଲ୍ଠାରେ 500 ଶଯ୍ଯାବିଶିଷ୍ଟ ଓ ଏସ୍ଆଇଡିବିଆଇରେ 40 ଶଯ୍ଯାବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର, କ ମି ସ୍ରେ 45 ଆଇସିୟୁ ଓ 500 ଶଯ୍ଯା ତଥା ସମ୍ ହସ୍ପିଟାଲ୍ରେ 25 ଆଇ.ସି.ୟୁ ଓ 500 ଶଯ୍ଯାବିଶିଷ୍ଟ ଉତ୍ସର୍ଗୀକୃତ କୋଭିଡ୍ ହସ୍ପିଟାଲ୍ କାର୍ଯ୍ଯ କରୁଛି ା ଭୁବନେଶ୍ୱର ନିକଟବର୍ତ୍ତୀ ଗ୍ରାମାଞ୍ଚଳଗୁଡ଼ିକ ପାଇଁ 826 ଶଯ୍ଯାର ଚିକିତ୍ସା ସୁବିଧା ରହିଛି ା