ବଡ଼ ଘୋଷଣା : କାରୋନା ମୃତକଙ୍କ ପିଲାଙ୍କୁ କିଟରେ ମାଗଣା ଶିକ୍ଷା
ଘୋଷଣା କଲେ କିଟ ଓ କିସ ପ୍ରତିଷ୍ଠାତା ଆତ୍ୟୁତ ସାମନ୍ତ
ଭୁବନେଶ୍ୱର, (ତତ୍କାଳ ଓଡିଶା ବ୍ୟୁରୋ): ମହାମାରୀ କରୋନାରେ ଯେଉଁ ବ୍ୟକ୍ତିଙ୍କର ଅକାଳ ବିୟୋଗ ହେବ ତାଙ୍କର ପିଲାଙ୍କୁ କିଟ ବିଶ୍ୱବିଦ୍ୟାଳୟ ମାଗଣାରେ ପାଠ ପଢାଇବ I ରବିବାର ଏହି ଘୋଷଣା କରିଛନ୍ତି କିଟ ଓ କିସ ପ୍ରତିଷ୍ଠାତା ଆତ୍ୟୁତ ସାମନ୍ତ I

ଗଣମାଧ୍ୟମକୁ ଶ୍ରୀ ସାମନ୍ତ କହିଥିଲେ, ଓଡିଶା, ଭରତ ଓ ସମଗ୍ର ବିଶ୍ଵରେ କାରୋନା ମହାମାରୀ ଆତଙ୍କ ଖେଳାଇ ଦେଇଥିବାବେଳେ ସମଗ୍ର ବିଶ୍ଵ ଏଥିରେ ଆକ୍ରାନ୍ତ ହୋଇଛି। ଓଡିଶା ରାଜ୍ୟ ମଧ୍ୟ ଏଥିରୁ ବାଦ ପଡିନାହିଁ। ଓଡିଶାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ରାଜ୍ୟରେ କେତେକ ବ୍ୟକ୍ତିଙ୍କ ମଧ୍ୟ କାରୋନାରେ ମୃତ୍ୟୁ ଘଟିଛି। ବିଭିନ୍ନ ପ୍ରକୃତିକ ବିପର୍ଯ୍ୟୟ ସମୟରେ କିଟ ବିଶ୍ୱବିଦ୍ୟାଳୟ ସର୍ବଦା ଲୋକଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଆଗେଇ ଆସିଥାଏ।
ସେ କହିଥିଲେ, କିଟ ବିଶ୍ୱବିଦ୍ୟାଳୟ ସର୍ବଦା ଓଡିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବ, କାରଣ ଏହି ଅନୁଷ୍ଠାନ ହେଉଛି ଓଡିଶାବାସୀଙ୍କର। କାରୋନା ମହାମାରୀ ଓଡିଆ ଜନ ଜୀବନକୁ ବିପର୍ଯସ୍ତ କରି ଦେଇଥିବା ବେଳେ ଦୁଃଖରେ ଥିବା କାରୋନା ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଛି କିଟ ବିଶ୍ୱବିଦ୍ୟାଳୟ। କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅନୁରୋଧ କ୍ରମେ କିଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆ ଯାଇଛି।
କିଟ ବିଶ୍ଵବିଦ୍ୟାଳୟର ନିଷ୍ପତି ଅନୁସାରେ ଓଡିଶାରେ କାରୋନାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାର କୌଣସି ପୁଅ ବା ଝିଅ କିଟରେ ବୈଷୟିକ ଉଚ୍ଚ ଶିକ୍ଷା ପାଇଁ ଯଦି ଆଗ୍ରହୀ ଥାନ୍ତି, ତେବେ ସେମାନଙ୍କ ନାମଲେଖା ଯୋଗ୍ୟତା ଅନୁସାରେ ସେମାନଙ୍କୁ କିଟ ବିଶ୍ଵବିଦ୍ୟାଳୟରେ ଯେ କୌଣସି ବୈଷୟିକ (ଟେକନିକାଲ) ଓ ବୃତ୍ତିଗତ (ପ୍ରୋଫେସନାଲ) ପାଠ୍ୟକ୍ରମରେ ସଂପୂର୍ଣ୍ଣ ମାଗଣାରେ ପଢିବାର ସୁଯୋଗ ଦିଆଯିବ। ଆସନ୍ତା ଦୁଇ ଶିକ୍ଷାବର୍ଷ ୨୦୨୦-୨୧, ୨୦୨୧-୨୨ ବର୍ଷ ପାଇଁ ଏହା ଲାଗୁ ହେବ ବୋଲି କିଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଘୋଷଣା କରା ଯାଇଛି। କିଟରେ ଆଇଟିଆଇ, ଡିପ୍ଲୋମା ଇଞ୍ଜିନିୟରିଂ ସମେତ କିଟ ବିଶ୍ଵବିଦ୍ୟାଳୟର ସମସ୍ତ ବୈଷୟିକ ଶିକ୍ଷା (ଟେକନିକାଲ ଏଜୁକେଶନ) ଓ ବୃତ୍ତିଗତ ଶିକ୍ଷା (ପ୍ରୋଫେସନାଲ ଏଜୁକେଶନ) ପାଠ୍ୟକ୍ରମରେ ସେମାନଙ୍କ ନାମଲେଖା ଯୋଗ୍ୟତା ଅନୁସାରେ ଆବେଦନ କାଲେ ସେମାନଙ୍କୁ ଏହି ସୁବିଧା ମିଳିବ। ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ), ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ଆର୍ଥିକ ଅନଗ୍ରସର ଵର୍ଗର ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ। କାରୋନା ମହାମାରୀ ସମୟରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କାରୋନାରେ ଅସହାୟ ହୋଇପଡିଥିବା ଓଡିଶାବାସୀଙ୍କୁ କିଛିଟା ଆଶ୍ଵସ୍ତି ଦେବ ବୋଲି ପ୍ରତିଷ୍ଠାତା ଶ୍ରୀ ସାମନ୍ତ ସୂଚନା ଦେଇଛନ୍ତି।
କରୋନା ମୃତକଙ୍କ ପିଲାଙ୍କୁ ସଂପୂର୍ଣ୍ଣ ମାଗଣା ବୈଷୟିକ ଶିକ୍ଷା ଓ ବୃତ୍ତିଗତ ଶିକ୍ଷା ପାଇଁ ସୁଯୋଗ ଦେବାରେ କିଟ ବିଶ୍ଵର ଏକମାତ୍ର ଅନୁଷ୍ଠାନ ବୋଲି କୁହାଯାଉଛି।