କରୋନା ଦୁଃଖ ଭିତରେ ସୁଖର ସଂନ୍ଧାନ
ପ୍ରବାସୀ ଓଡ଼ିଆ ସମାଜ ପକ୍ଷରୁ ବ୍ୟାପକ ବୃକ୍ଷ ରୋପଣ
ବୁଗୁଡା,(ତତ୍କାଳ ଓଡିଶା ବ୍ୟୁରୋ): ମହାମାରୀ କରୋନା ଗଞ୍ଜାମ ଜିଲ୍ଲାରେ ଯେତେ ତାଣ୍ଡବ ରଚିଲେ ଵି ସାମାଜିକ ଜୀବନ ଶ୍ରୋତକୁ ଯେ’ ଅଟକାଇ ପାରିବ ନାହିଁ, ତାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି I ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ କିଛି ଗ୍ରାମରେ ପ୍ରବାସୀ ଓଡ଼ିଆ ସମାଜ ପକ୍ଷରୁ ସାଧାରଣ ଲୋକଙ୍କୁ ସାମିଲ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଛି I ଏହାଦ୍ୱାରା ସେହି ସବୁ ଅଂଚଳରେ ଲୋକେ ହତୋତ୍ସାହ ନ ହୋଇ ଦୁଃଖ ଭିତରେ ଜିଇଁବା ସହ ସୁଖ ପାଇବାର ରାସ୍ତା ପାଇଛନ୍ତି I
ସୁରତ ସହରରେ ପ୍ରତିଷ୍ଠିତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ପକ୍ଷରୁ ରବିବାର ଦିନ ମହିଳା ମଣ୍ଡଳ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଚିନ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହିଳା ମଣ୍ଡଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ମୁଖ୍ୟ ତଥା ସଭାପତି ପ୍ରଦୀପ କୁମାର ସାହୁ ଯୋଗଦେଇ ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ବାରିକ(ମୁନଭାଇ) ପ୍ରଦୀପ ସାହୁ, ଗୋପୀନାଥ ଲେଙ୍କା, ଟୁଲୁ ପଣ୍ଡା ପ୍ରଭୃତି କାର୍ଯ୍ୟକାରୀ କମିଟି ସଦସ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ମହିଳା ମଣ୍ଡଳର ସଭାନେତ୍ରୀ ଓ ସାଙ୍ଗଠନିକ ଦାୟିତ୍ୱ ନେଇଥିବା ରାଜେଶ୍ୱରୀ ପ୍ରଧାନ, ବିଷ୍ଣୁପ୍ରିୟା ଲେଙ୍କା, ନର୍ମଦା ବେହେରା, ବିଷ୍ଣୁପ୍ରିୟା ରାଉତ,ଉଷାରଣୀ ସାହୁ, ନମିତା ଗୌଡ଼ ପ୍ରଭୃତି ନାରୀ ନେତ୍ରୀ ମହିଳା ମଣ୍ଡଳ ବୈଠକ ପରିଚାଳନା କରିଥିବା ବେଳେ ସଚିନ ଅଞ୍ଚଳର ମହିଳା ମଣ୍ଡଳ ସଦସ୍ୟା ବୃନ୍ଦ ଯୋଗଦେଇଥିଲେ।ପ୍ରବାସୀ ଓଡ଼ିଆ ସମାଜ କେବଳ ଓଡ଼ିଆଙ୍କ ସ୍ୱାର୍ଥ ପାଇଁ ଗଠିତ ନୁହେଁ, ସୁରତର ପରିବେଶ ସୁରକ୍ଷା ପାଇଁ ମଧ୍ୟ ଚିନ୍ତିତ ଏହାମଧ୍ୟ ପ୍ରମାଣ କରିପାରି ଦେଖାଇ ଦେଇଥିଲେ ପ୍ରବାସୀ ଓଡ଼ିଆ ବୃନ୍ଦ। ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତିଙ୍କ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ସଚିନ ଅଞ୍ଚଳରେ ପରିବେଶ ସୁରକ୍ଷା ପାଇଁ ମଙ୍ଗଳବାର ଦିନ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବହୁ ପ୍ରବାସୀ ଓଡ଼ିଆ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସଚିନ ଅଞ୍ଚଳରେ ବୃକ୍ଷ ରୋପଣ କରିଥିଲେ।
ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା