କ୍ୟାଡର ପାର୍ଟି କରିବା ଲକ୍ଷ୍ୟରେ ବିଜେଡି : ବବିଙ୍କ କଳାହାଣ୍ଡି ଗସ୍ତ

0

କଳାହାଣ୍ଡି,,(ତତ୍କାଳ ଓଡିଶା ବ୍ୟୁରୋ) : ବିଜେଡି ହେବ କ୍ୟାଡର ପାର୍ଟି? ନିର୍ବାଚନଥିଲେ ହେଁ ଏବେ ଠାରୁ  ବିଜେଡି କାହିଁକି ଦଳର ସଂଗଠନକୁ ମଜଭୁତ କରୁଛି? 

ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ କଳାହାଣ୍ଡି ଗସ୍ତ ନେଇ ଏଭଳି ଚର୍ଚ୍ଚା ଜୋର ଧରିଛି I ଧରିବା ଵି ସ୍ୱାଭାବିକ I ଦଳରେ ବବିଙ୍କ ଦବଦବା କାହାକୁ ଅଜଣା  ନୁହେଁ I କରୋନାର ମହାମାରୀ ବ୍ୟାପୀଥିବା ବେଳେ ଅନ୍ୟ ପ୍ରତିଦ୍ବନ୍ଦୀ ଦଳ ବ୍ୟାକଫୁଟରେ ଥିବାବେଳେ ବିଜେଡିରେ ବବିଙ୍କୁ ନେଇ “ନୂଆ ରଣ କୌଶଳ” ବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଜଣା ପଡ଼ିଛି I ଯଦି ସତ ତାହାଲେ ଦଳ ନିଶ୍ଚିତ ଭାବରେ ସଫଳ ହେବ ଏହା ଜଳ ଜଳ ଦିଶୁଛି I 

ରାଜ୍ୟ ଶାସକ ବିଜେଡି ଦଳର ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି ଦାସ) ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଦଳୀୟ ସଂଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି । ଆଗାମୀ ଦିନରେ ବିଜେଡି ସଂଙ୍ଗଠନକୁ ମଜବୁତ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୃତ କରାଯାଇଥିବା ଏବଂ ନିର୍ବାଚିତ ପ୍ରତିନିଧି ତଥା ଆଗଧାଡିର ନେତାଙ୍କୁ ତାଗିଦ କରିଥିବା ପ୍ରକାଶ ।  

ଗତ ମଙ୍ଗଳବାର ଦିନ ସକାଳ ୯ଟା ସମୟରେ  ଜୁନାଗଡ ବିଧାୟକ ତଥା ଶକ୍ତି ତଥା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ଜୁନାଗଡସ୍ଥିତ ଇନଡୋର ଷ୍ଟାଡିୟମ ପରିଦର୍ଶନ କରିବା ସହିତ ସେଠାରେ ଉପସ୍ଥିତ ଜୁନାଗଡ ସହରର ବିଭିନ୍ନ ସେକ୍ଟର ର ତୁଙ୍ଗ ନେତାମାନଙ୍କ ସହିତ ଆଲୋଚନା କରିଥିଲେ । ସେଠାରୁ ଫେରି ସତ୍ୟମ ସିନେମା ହଲ ପାଶ୍ୱର୍ରେ ବିଜେଡି ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟକୁ ଉଦଗାଟନ କରିବା ସହିତ ବିଜେଡିର ଛାମୁଆ ସଙ୍ଗଠନର କାର୍ଯ୍ୟକର୍ତା ମାନଙ୍କ ସହିତ ଆଲୋଚନା କରିଥିଲେ । 

ରାଜ୍ୟ ସଭା ସଦସ୍ୟ ସୂଜିତ କୁମାର, ନୂତନ କରି ନିର୍ବାଚିତ ହୋଇଥିବା ଧର୍ମଗଡ ବିଧାୟକ ମୌଷଧି ବାଗ ଓ ଲାଂଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଙ୍କ ସମେତ ମହିଳା ବିଜେଡି ସଭାପତି କଲ୍ୟାଣୀ ନାଏକ, ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପଷ୍ପେନ୍ଦ୍ର ସିଂଦେଓ, ଉପସଭାପତି ଭବାନୀ ଶଙ୍କର ମିଶ୍ର, ପ୍ରଦୀପ ମୁଣ୍ଡ, ଜିତେନ୍ଦ୍ର ମହାନ୍ତି, ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁର, ସଂଗୀତ ନାଟକ ଏକାଡେମୀ ସଂପାଦକ ପ୍ରବୋଧ ରଥ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଚିତରଂଜନ ମଣ୍ଡଳ ପ୍ରମୂଖ ଙ୍କ ଉପସ୍ଥିତିରେ ସାଂଗଠନିକ ବ୍ୟବସ୍ଥା ଉପରେ ଆଲୋଚନା କରିବା ସହିତ ଆଗାମୀ ପୌର ଓ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୃତ ରହିବାକୁ ତାଗିଦ କରିଥିବା ଜଣାପଡିଛି । ଏଥି ସହିତ ଜାତୀୟ ରାଜପଥ ପାଶ୍ୱର୍ସ୍ଥ ରିଷିଗାଁ ପାଖରେ ଜିଲ୍ଲା କାର୍ଯ୍ୟାଳୟ ନିର୍ମାଣ କରାଯିବା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା ।

Leave A Reply

Your email address will not be published.