ଏସକର୍ଟ ଗାଡ଼ିରେ ଆହତଙ୍କୁ ମେଡିକାଲ ପଠାଇ ଉଦାହରଣ ସୃଷ୍ଟି କଲେ ମନ୍ତ୍ରୀ ବିଭୂତି ଜେନା

0
  • ଗଞ୍ଜାମ ଗଲେ ବିନା ଏସକର୍ଟରେ
  • ବ୍ରହ୍ମପୁର //TATKAL ODISHA //

ଜଗନ୍ନାଥ ସଡକରେ ପୁରୀ ଅଣ୍ଡାଳସିଂ ମୁଖ୍ୟ ରାସ୍ତାରେ ଗୋଟିଏ ଟ୍ରକ ସହ ମୋଟର ସାଇକେଲର ଧକ୍କା ହୋଇ ଦୁର୍ଘଟଣାରେ ମୋଟର ସାଇକେଲ ଚାଳକ ଆହତ ହୋଇ ରାସ୍ତାରେ ପଡ଼ିଥିବା ବେଳେ ରଥଯାତ୍ରା ନିମନ୍ତେ ପୁରୀରେ ସମନ୍ୱୟ ବୈଠକ ସାରି ପୁରୀରୁ ଗଞ୍ଜାମ ଫେରୁଥିବା ବାଣିଜ୍ୟ, ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଅଟକିବା ସହ ଆହତ ବ୍ୟକ୍ତିଙ୍କୁ ସହାୟତା କରିଛନ୍ତି I

ମନ୍ତ୍ରୀ ସହିତ ଯାଉଥିବା ଏସକର୍ଟ ଗାଡିରେ ଆହତଙ୍କୁ ପୁରୀ ମେଡିକାଲକୁ ପଠେଇ ନିଜର ବଦନ୍ୟତା ପ୍ରଣାମ କରିଛନ୍ତି।

ପରେ ଉତକ୍ଷିପ୍ତ ଲୋକଙ୍କୁ ବୁଝେଇ ରାସ୍ତାରୋକ ହଟେଇବା ସହ ମନ୍ତ୍ରୀ ବିନା ଏସକର୍ଟ ଗାଡିରେ ମନ୍ତ୍ରୀ ଗଞ୍ଜାମ ଅଭିମୂଖେ ଯାତ୍ରା କରିଛନ୍ତି।

ମନ୍ତ୍ରୀ ଶ୍ରୀ ଜେନାଙ୍କ ଏପରି କାର୍ଯ୍ୟକୁ ଉପସ୍ଥିତ ଲୋକମାନେ ଖୁବ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.