ମାଡ଼ି ଚାଲିଛି କୋଭିଡ, କେନ୍ଦ୍ର ଜାରି କଲା ପ୍ରଥମ ‘ମାର୍ଗଦର୍ଶିକା’
- ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍, ଭେଣ୍ଟିଲେଟର ମହଜୁଦ୍ ରଖିବାକୁ ନିର୍ଦେଶ
- କରୋନା ଭାଇରସ ପାଇଁ ସତର୍କ ରହିବା ନିମନ୍ତେ ପରାମର୍ଶ
- ଥଣ୍ଡା ଜ୍ୱର ହେବା ମାତ୍ରେ ରକ୍ତ ନମୁନା ପରୀକ୍ଷା କରିବାକୁ ନିର୍ଦେଶ
ନୂଆଦିଲ୍ଲୀ //TATKAL ODISHA//
ମାଡ଼ି ଚାଲିଛି କୋଭିଡ I କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ସମାନ ସ୍ଥିତି I
ଦେଶରେ କୋଭିଡ୍ ପଜିଟିଭ୍ ସଂଖ୍ୟା ୫ ହଜାର ୭୫୦ ଟପିଛି I
ସେହିପରି ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଇଛି I

ଭାରତ ସରକାର ଏନେଇ ପ୍ରଥମ ମାର୍ଗଦର୍ଶିକା ଜାରି କରିଛନ୍ତି I କରୋନା ଭାଇରସ ପାଇଁ ସତର୍କ ରହିବା ନିମନ୍ତେ ପରାମର୍ଶ ଦିଆଯାଇଛି I
ଗାଇଡ୍ ଲାଇନ୍ ଆଧାରରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍, ଭେଣ୍ଟିଲେଟର ମହଜୁଦ୍ ରଖିବାକୁ କୁହାଯାଇଛି I ବିଶେଷକରି ଡାକ୍ତରଖାନାରେ ଡାକ୍ତର ଓ ଅନ୍ୟାନ୍ୟ ଷ୍ଟାଫ ରହିବାକୁ ମଧ୍ଯ ପରାମର୍ଶ ଦିଆଯାଇଛି I ଥଣ୍ଡା ଜ୍ୱର ହେବା ମାତ୍ରେ ରକ୍ତ ନମୁନା ପରୀକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି I