ଦିଘା ମନ୍ଦିରରେ ରାମକୃଷ୍ଣ ଟ୍ରଷ୍ଟି : ଶ୍ରୀମନ୍ଦିର ପ୍ରଶାସନ ପାଟିରେ ତାଲା?

0

ପୁରୀ //TATKAL ODISHA //

  • ବିବାଦୀୟ ରାମକୃଷ୍ଣ ଦାସମହାପାତ୍ର ଦିଘା ମନ୍ଦିରରେ କେମିତି ରହିଲେ ଟ୍ରଷ୍ଟି?
  • ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦଇତାପତି ସେବକ ଅନ୍ୟଠାରେ ନିର୍ମିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ (ଟ୍ରଷ୍ଟି) ରହିପାରିବେ କି ?
  • କଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଚୂପ ବସି ରହିଛନ୍ତି?

ଶ୍ରୀମନ୍ଦିର ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମହାପାତ୍ର ବା ରାଜେଶ ଦଇତାପତି ଦୀଘା ମନ୍ଦିରର ଜଣେ ଟ୍ରଷ୍ଟି I

ଗଜପତି ମହାରାଜାଙ୍କ ଚିଠିର ଉତ୍ତର ଦେଇ ଇସ୍କନ ସବୁ ଗୁମର ଖୋଲି ଦେଇଛି I ଫଳରେ ‘ଦୀଘାକୁ ଧାମ’ ଆଖ୍ୟା ଦେଇ ମୁହଁ ଭୁରୁଡ଼ି ମାରୁଥିବା ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ‘ମିଛ’ ପୁଣିଥରେ ଧରାପଡ଼ିଛି I

ଇସ୍କନ କହିଛି, ଦୀଘାକୁ ଜଗନ୍ନାଥ ଧାମ ଭାବେ ନାମିତ କରାଯିବା ପଛରେ କେବଳ ପଶ୍ଚିମବଙ୍ଗ ସରକାର, ଆମର କୌଣସି ହାତ ନାହିଁ, ତେଣୁ ଧାମ ବିବାଦ ପ୍ରସଙ୍ଗରେ କେବଳ ମମତା ସରକାର ହିଁ ତଥ୍ୟ ଦେଇ ପାରିବେ I

ଓଡ଼ିଆ ଜାତିର ପ୍ରାଣର ପ୍ରତିଭୂ ଶ୍ରୀଜଗନ୍ନାଥ ଏବଂ ହଜାର ହଜାର ବର୍ଷର ଶ୍ରୀମନ୍ଦିର ସଂସ୍କୃତି, ପରମ୍ପରାକୁ ରକ୍ଷା ପାଇଁ ପ୍ରତିଟି ଲୋକ ଜାଗ୍ରତ ହୁଅନ୍ତୁ.. ‘ଜାତିଦ୍ରୋହୀ’କୁ ପାନେ ଦିଅନ୍ତୁ…

ତେବେ ପ୍ରଶ୍ନ ଉଠୁଛି ଯେଉଁ ମହାପ୍ରଭୁଙ୍କ ପାଇଁ ସେବାୟତଙ୍କ ଜୀବନ ଜୀବିକା ସହ ପରିଚିତି, ତାଙ୍କ ସହ କେମିତି ବେଇମାନି ହେଉଛି? ରାମକୃଷ୍ଣ ମହାପ୍ରଭୁଙ୍କ କିଛି ଗୁପ୍ତ ସେବା ବିଷୟରେ ଅବଗତ ଥିବା ବେଳେ ସେ କେମିତି ପଶ୍ଚିମବଙ୍ଗର ଦିଘା ମନ୍ଦିର ସହ ସଂଶ୍ଲିଷ୍ଟ ହେଲେ?

ଶ୍ରୀମନ୍ଦିର ପ୍ରଶାସନ ହାଲୁକା ଭାବେ ନେଲେ ହେବ ନାହିଁ I ଶ୍ରୀମନ୍ଦିରରେ ଏମିତି କେତେ “ରାମକୃଷ୍ଣ” ଅଛନ୍ତି, ସେମାନଙ୍କୁ ଚିହ୍ନଟ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ I ଖାଲି ଧର୍ମକୁ ଆଖିଠାର ମାରିଲା ଭଳି ନିଲମ୍ବନ କଲେ ହେବ ନାହିଁ I

ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ଦୁଇଟି ବିଷୟ ପ୍ରତି ନଜର ଦେବାକୁ ପଡ଼ିବ I

  • “ଜଗନ୍ନାଥ ଧାମ” ଉପରେ ‘କପି ରାଇଟ’ କରିବାକୁ ପଡ଼ିବ I
  • ଶ୍ରୀମନ୍ଦିର ସେବାୟତ ଅନ୍ୟ ଠାରେ ସଂଶ୍ଲିଷ୍ଟ ହୋଇ ପାରିବେନି I ଯଦି ହେବେ ସ୍ଥାୟୀ ବହିଷ୍କାର I

ଓଡିଶା ସରକାର ଏହାକୁ ଗୁରୁତ୍ତର ସହ ନେବା ଜରୁରୀ I ନହେଲେ ଆଜି ନୁହେଁ, କାଲି ନୁହେଁ ଆଗାମୀ ପଚାଶ -ଶହେ ବର୍ଷ ପରେ ପଶ୍ଚିମବଙ୍ଗ ସରକାର ପ୍ରକୃତ ଜଗନ୍ନାଥ ଧାମ ଦିଘା ବୋଲି ଦାବିକୁ ପ୍ରମାଣିତ କରିଦେବ I ଏହା ନିହାତି ଦୁଃଖର ବିଷୟ I

TATKAL ODISHAର ଦେଖନ୍ତୁ ପୂର୍ଵ ରିପୋର୍ଟ…

// BIG CONTROVERSY//

ଦୀଘାରେ ଜଗନ୍ନାଥ ଧାମ କାହିଁକି? କାହା ଅନୁମତିରେ ଯାଇଥିଲେ ଶ୍ରୀମନ୍ଦିର ସେବାୟତ??

Leave A Reply

Your email address will not be published.