19ରେ ନବୀନ ପୁଣି ବିଜେଡି ସୁପ୍ରିମୋ, କରିବେ ବଡ଼ ଘୋଷଣା?

0
  • ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିଧିବଦ୍ଧ ଭାବେ  ହେବ ନାଁ ଘୋଷଣା
  • ଏକମାତ୍ର ପ୍ରାର୍ଥୀ ହୋଇ ଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ସଭାପତି ହେବା ନିଶ୍ଚିତ
  • ଦାୟିତ୍ୱ ନେବା ପରେ ନୂଆ କାର୍ଯ୍ୟକାରୀ ସଭାପତି ବା ଉପସଭାପତି ସଂଖ୍ୟା ବୃଦ୍ଧି କରି ପାରନ୍ତି
  • ସୁଜାତାଙ୍କୁ ଦଳରେ ଗ୍ରହଣ ସହ ନୂଆ ପଦବୀ ଦେବା କଥା ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା

ଭୁବନେଶ୍ୱର,//TATKAL ODISHA//

 ପୁଣି ବିଜେଡି ସଭାପତି ହେବେ ନବୀନ ପଟ୍ଟନାୟକ । ଶନିବାର ବସୁଥିବା  ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ତାଙ୍କ ନାଁ  ବିଧିବଦ୍ଧ ଭାବେ  ଘୋଷଣା କରାଯିବ। ଘୋଷଣା କରିବେ ନିର୍ବାଚନ ଅଧିକାରୀ ପ୍ରତାପ ଦେବ I 

ଗୁରୁବାର ନବୀନ ସଭାପତି ପଦ ପାଇଁ ଏକାକୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏକମାତ୍ର ପ୍ରାର୍ଥୀ ହୋଇ ଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ସଭାପତି ହେବା ନିଶ୍ଚିତ I

 କେବଳ ଔପଚାରିକ ଘୋଷଣା ବାକି। 

୧୯୯୭ରେ ପ୍ରତିଷ୍ଠା ହେବା ଦିନ ଠାରୁ ନବୀନ ବିଜେଡି ସୁପ୍ରିମୋ ଭାବେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଆସିଛନ୍ତି। ହେଲେ ଏବେ ସେ ନୂଆ ସଭାପତି ହେବା ପରେ ଆଗ ଭଳି କାର୍ଯ୍ୟ କରିବା ସହଜ ହେବ ନାହିଁ I ଅନେକ ଚ୍ୟାଲେଞ୍ଜର ତାଙ୍କୁ ସମ୍ମୁଖୀନ ହେବାକୁ ପଡ଼ିବ I

ସଭାପତି ନିର୍ବାଚନ ଶେଷ ହେବା ପରେ ବାକି ଥିବା ୧୫ଟି ସାଙ୍ଗଠନିକ ଜିଲ୍ଲା ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ କମିଟି, ବ୍ଲକ ଓ ନଗର ସଭାପତି, ବିଭିନ୍ନ ଛାମୁଆ ସଂଗଠନର ସଭାପତିଙ୍କ ନାମ ଘୋଷଣା ହେବ

 କାରଣ ବଦଳୁଥିବା ସ୍ଥିତି ଭିତରେ ନବୀନଙ୍କ ହାତରେ  ନା ଅଛି କ୍ଷମତା.. ନା ଅଛି  ବୟସ I ହେଲେ ଅର୍ଥ ବାଧକ ନାହିଁ I ତେଣୁ ଦଳର ନେତା ଓ କର୍ମୀଙ୍କୁ କିଛି ନୂଆ ବାର୍ତ୍ତା ଦେବା ସହ ସେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ I 

  • -ତାଙ୍କୁ ଦୈନନ୍ଦିନ କାର୍ଯ୍ୟରେ ସହଯୋଗ ପାଇଁ  ଗୋଟିଏ ନୂଆ ପଦବୀ ‘କାର୍ଯ୍ୟକାରୀ ସଭାପତି‘ ୧୯ରେ ଘୋଷଣା କରିପାରନ୍ତି  I 
  • – ନହେଲେ ଉପସଭାପତି ପଦ ସଂଖ୍ୟା ବଢ଼ାଇବେ I 
  • ଉକ୍ତ ପଦବୀରେ ସୁଜାତା କାର୍ତ୍ତିକେୟନଙ୍କୁ ନେବାର ଯଥେଷ୍ଟ ସମ୍ଭାବନା ରହିଛି I ତେବେ ଏଥି ପୂର୍ବରୁ ସେ ଦଳରେ ସଭ୍ୟ ପଦ ଗ୍ରହଣ କରି ସାରିଥିବେ I 
  • – ପରବର୍ତ୍ତୀ ପର୍ଯ୍ୟାୟରେ ସୁଜାତା ଦଳର ମଙ୍ଗ ଧରିବାର ଯଥେଷ୍ଟ ସମ୍ଭାବନା ରହିଛି I 

ଅନ୍ୟପକ୍ଷରେ ନବୀନ ନେତା ଓ କର୍ମୀଙ୍କୁ କେଉଁ ଗୁରୁମନ୍ତ୍ର  ଦେବେ? ସେ ପରୋକ୍ଷରେ ଜଣାଇଦେବେ କି ଦଳର ନିଷ୍ପତ୍ତି ଚୂଡାନ୍ତ? ଏଥିରେ ବିଚ୍ୟୁତି ହେଲେ ଦ୍ୱାର ଉନ୍ମୁକ୍ତ ରହିଛି?? 

 ନବୀନଙ୍କ ଉପରେ ସେଥିପାଇଁ ଏବେ ସମସ୍ତଙ୍କର ନଜର ନିବଦ୍ଧ I 

ନୂଆ ଦାୟିତ୍ଵ ନେବା ପରେ ଦଳକୁ କି ଆହ୍ଵାନ ଦେବେ ତାହା ଉପରେ ସମସ୍ତଙ୍କର ନଜର। 

  • ଦେଖନ୍ତୁ TATKAL ODISHAର ପୂର୍ବ ରିପୋର୍ଟ..

// TATKAL ODISHA //
SUPER EXCLUSIVE

ଏପ୍ରିଲ ୧୯: ବଡ଼ ଧମାକା ଅପେକ୍ଷାରେ ବିଜେଡି?

Leave A Reply

Your email address will not be published.