ଅପର୍ଣ୍ଣା ମହାନ୍ତି ପାଇବେ ମର୍ଯ୍ୟାଦା ଜନକ ବିଷୁବ ପୁରସ୍କାର
- କଟକ, ଭୁବନେଶ୍ୱର//TATKAL ODISHA//
ବିଶିଷ୍ଟ କବି ତଥା ସାହିତ୍ୟ – ସମାଲୋଚକ ଅପର୍ଣ୍ଣା ମହାନ୍ତିଙ୍କୁ ଚଳିତ ବର୍ଷର ମର୍ଯ୍ୟାଦା ଜନକ ବିଷୁବ ପୁରସ୍କାର ପ୍ରଦାନ କରାଯିବ । ପ୍ରଜାତନ୍ତ ପ୍ରଚାର ସମିତି ଅଧ୍ୟକ୍ଷ ଭର୍ତ୍ତୃହରି ମହତାବ ପ୍ରକାଶ କରିଛନ୍ତି ।
ଆସନ୍ତା ୧୨ ତାରିଖରୁ କଟକ ପ୍ରଜାତନ୍ତ ପରିସରରେ ଆରମ୍ଭ ହେଉଥିବା ୭୬ତମ ବିଷୁବ ମିଳନ ଅବସରରେ ଶ୍ରୀମତୀ ମହାନ୍ତିଙ୍କୁ ଏହି ପୁରସ୍କାର ଦିଆଯିବ ।
ପୁରସ୍କାର ସ୍ୱରୂପ ତାଙ୍କୁ ଏକ ଲକ୍ଷ ଟଙ୍କା ଓ ଏକ ତାମ୍ର ଫଳକ ପ୍ରଦାନ କରାଯିବ ।
