ଯଥା ପୂର୍ବଂ ତଥା ପର: କଂଗ୍ରେସର ହଟ୍ଟଗୋଳ ଯୋଗୁଁ ଗୁହ ଅଚଳ
ଭୁବନେଶ୍ୱର//TATKAL ODISHA//
ଛ ଦିନ ପରେ ମଙ୍ଗଳବାର ଗୃହ ସ୍ୱାଭାବିକ ହୋଇଥିଲା I କଂଗ୍ରେସ ସଭ୍ୟ ଗୃହରେ ହଟଗୋଳ ନ କରି ହାତରେ କଳାପଟି ବାନ୍ଧି ନିରବ ପ୍ରତିବାଦ କରିଥିଲେ I ସମସ୍ତେ ଭାବୁଥିଲେ ଗୃହର ସ୍ଥିତି ବଦଳିବ I ମାତ୍ର ବୁଧବାର ପୁଣି ଯଥା ପୂର୍ବଂ ତଥା ପର ହୋଇଛି I
ବିରୋଧୀ କଂଗ୍ରେସ ସଭ୍ୟମାନେ ନାରୀ ନିର୍ଯ୍ୟାତନା ବୃଦ୍ଧି ପ୍ରସଙ୍ଗରେ ଗୃହ କମିଟି ଦାବି କରି ଗୃହ ମଝିରେ ହଟଗୋଳ କରିବା ସହ ନାରାବାଜି ଦେଇଛନ୍ତି I ଏପରିକି ସେମାନେ ହାତରେ କଳା ପଟି ବାନ୍ଧି ପ୍ଲାକାର୍ଡ ଧରି ହୋହାଲ୍ଲା କରିଛନ୍ତି I
ଫଳରେ ଗୃହ ଚାଲିବା ଆଉ ସମ୍ଭବ ନ ହେବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ 10ଟା 37ରୁ ମଧ୍ୟାନ 12ଟା ଯାଏ ମୁଲତବୀ ଘୋଷଣା କରିଥିଲେ I
- ପୁଣି ଗୃହ ଆରମ୍ଭ ହେବା ମାତ୍ରେ ମଧ୍ୟ ଭାଗକୁ କଂଗ୍ରେସ ବିଧାୟକମାନେ ଆସି ନାରୀ ସୁରକ୍ଷା ପ୍ରସଙ୍ଗରେ ହଟ୍ଟଗୋଳ କରିଛନ୍ତି I ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ବାଚସ୍ପତି ସୁରମା ପାଢ଼ୀ I ମାତ୍ର ସେମାନେ ତାହା ନ ଶୁଣି ଗୃହ ମଝିରେ ନାରାବାଜି ଜାରି ରଖିଛନ୍ତି I ଫଳରେ ବାଚସ୍ପତି ଗୃହକୁ ୪ଟା ଯାଏ ମୁଲତବୀ କରିଛନ୍ତି I

କଂଗ୍ରେସ ସଭ୍ୟମାନେ ସାଙ୍ଗ ସାଙ୍ଗେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ I
ଯେଉଁ ପର୍ଯ୍ୟନ୍ତ ନାରୀ ନିର୍ଯାତନା ଉପରେ ‘ହାଉସ କମିଟି’ ଗଠନ ନ ହେବ ସେଇ ପର୍ଯ୍ୟନ୍ତ କଂଗ୍ରେସ ଲଢେଇ କରିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ରକାଡ଼ାମ ମତବ୍ୟକ୍ତ କରିଛନ୍ତି I
ବରିଷ୍ଠ ସଭ୍ୟ ତାରା ପ୍ରାସାଦ ବାହିନୀପତି କହିଛନ୍ତି ଯେ, ସରକାର ଏବେ ମୁକ ବଧିର ପାଲଟିଛନ୍ତି I ନାରୀ ସୁରକ୍ଷା ପ୍ରତି ନିଷ୍ଠା ନାହିଁ I ତେଣୁ କଂଗ୍ରେସ ତାର ଧାରଣା ଜାରି ରଖିବ ବୋଲି ସେ ପ୍ରକାଶ କରିଛନ୍ତି I
ବିଜେପି ସଭ୍ୟ ସରୋଜ ପାଢ଼ୀ କହିଛନ୍ତି ଯେ, ବିନା କାରଣରେ ବିରୋଧୀ ଗୃହ ଚଳାଇ ଦେଉ ନାହାନ୍ତି I କେତେବେଳେ କଂଗ୍ରେସ ଓ କେତେବେଳେ ବିଜେଡି ଗୃହରେ ହୋହାଲ୍ଲା କରୁଛନ୍ତି I କଂଗ୍ରେସ ସଭ୍ୟ ଶାନ୍ତିର ପ୍ରତୀକ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଉଥିବାବେଳେ ଗୃହ ଭିତରେ ଅଶାନ୍ତିର ବାରବାରଣ ସୃଷ୍ଟି କରିଛନ୍ତି I ଗତକାଲି ନାରୀ ନିର୍ଯାତନା ଉପରେ ମୁଲତବୀ ଆଲୋଚନା ହୋଇ ସାରିଛି ଓ ମନ୍ତ୍ରୀ ଉତ୍ତର ଦେଇ ସାରିଛନ୍ତି I ଏହା ପରେ ବି ଗୃହ ଚଳାଇ ନ ଦେବା ସମ୍ପୂର୍ଣ ନିନ୍ଦନୀୟ ଘଟଣା ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି I