ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ସାମ୍ପ୍ରସାରଣ ! ତୃତୀୟ ମହଲାରେ ଆମୂଳଚୂଳ ପରିବର୍ତ୍ତନ?
- ନୂଆଦିଲ୍ଲୀ, ଭୁବନେଶ୍ବର//TATKAL ODISHA//SUPER EXCLUSIVE //
- ତୃତୀୟ ମହଲାରେ ହେବ ଆମୂଳଚୂଳ ପରିବର୍ତ୍ତନ?
- ଲୋକସେବା ଭାବନର କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀ ବଦଳିବେ?
- କିଛି ମନ୍ତ୍ରୀଙ୍କ ମୁଣ୍ଡ ଗଡ଼ିବ !
ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତ ଶେଷ କରି ମୁଖ୍ୟମନ୍ତ୍ରୀ ମୋହନ ଚାରଣ ମାଝୀ ଫେରିବା ପରେ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ହେଲେ ଏସବୁ କେବେ ହେବ, ତାହା ସ୍ପଷ୍ଟ ହୋଇନାହିଁ I
ତେବେ ମୁଖ୍ୟମନ୍ତ୍ରୀ ଭାରି ସିରିଅସ.. କାହିଁକି ?
କାରଣ.. ବିଜେପି କ୍ଷମତାସିନ ହେବାର ପ୍ରାୟ ଆଠ ମାସ ବିତିଗଲାଣି, ହେଲେ “ସୁଭଦ୍ରା” ଯୋଜନାକୁ ଛାଡିଦେଲେ ଅନ୍ୟକୌଣସି ଲୋକାଭିମୁଖୀ ଯୋଜନାର ଆଖିଦୃଶିଆ କାର୍ଯ୍ୟ ହୋଇପାରିନାହିଁ I ଅର୍ଥର ଅଭାବ ନାହିଁ I କେବଳ କାର୍ଯ୍ୟ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି I ସରକାର ବଜେଟରେ ଘୋଷଣା କରିଥିବା ଯୋଜନାସବୁକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେବ ଖସଡ଼ା !
ସେଥିପାଇଁ …..ପ୍ରଶାସନିକ ଢାଞ୍ଚାର ପରିବର୍ତ୍ତନ ଉପରେ ବେଶୀ ଫୋକସ ଦିଆଇଯାଇଛି I
ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ ଏଭଳି ଜରୁରୀ ପଦକ୍ଷେପ ଗ୍ରହଣ କରିଛନ୍ତିI
ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ ହାଇ କମାଣ୍ଡଙ୍କ ସହ ଦୁଇଟି କଥା ସ୍ଥିର କରିଥିବା କୁହାଯାଉଛି I
- ପ୍ରଥମଟି ହେଉଛି ରାଜନୈତିକ ତଦାରଖ
- ଅନ୍ୟଟି ହେଉଛି ପ୍ରଶାସନିକ ତପ୍ତରତା
ମିଳିଥିବା ସୂଚାନୁସାରେ ମୋହନ ସରକାର ପ୍ରଥମ ପଦକ୍ଷେପ ସ୍ୱରୂପ ତୃତୀୟ ମହଲାର ପ୍ରଶାସନନିକ ଢାଞ୍ଚା ବଦଳିବେ I କିଛି ନକାରାତ୍ମକ ଅଧିକାରୀଙ୍କୁ ଦିଲ୍ଲୀ ପଠାଇବେ I ଆଉ କିଛି ଅଧିକାରୀଙ୍କୁ ଅନ୍ୟ ସ୍ଥାନକୁ ବଦଳି କରିବେ I ଏହା ପରେ ରାଜନୈତିକ କାର୍ଯ୍ୟ ଉପରେ ଫୋକସ ଦିଆଯିବ ଓ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କାର୍ଯ୍ୟ ହେବ I ଏହାରି ଭିତରେ ଦିଲ୍ଲୀ ହାଇ କମାଣ୍ଡଙ୍କ ସୁପାରିଶ ଭୀତ୍ତିରେ ବିଜେପି ରାଜ୍ୟ ଅଧ୍ୟକ୍ଷ ନିଯୁକ୍ତି କାର୍ଯ୍ୟ ଶେଷ ହୋଇ ଥିବ I
“ବଦଳିବ ତୃତୀୟ ମହଲାର ପ୍ରଶାସନନିକ ଢାଞ୍ଚା.. କିଛି ନକାରାତ୍ମକ ଅଧିକାରୀ ଯିବେ ଦିଲ୍ଲୀ I ଆଉ କିଛି ଅଧିକାରୀ ଅନ୍ୟ ସ୍ଥାନକୁ ବଦଳିବେ I ପରେ ରାଜନୈତିକ କାର୍ଯ୍ୟ ଉପରେ ଫୋକସ ଦେବା ସହ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କାର୍ଯ୍ୟ ହେବ”

ତେବେ ପ୍ରଶ୍ନ ଉଠୁଛି..
- କେଉଁମାନେ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ ଓ କେଉଁ ପ୍ରଶାସନିକ ଅଧିକାରୀ ବଦଳିବେ?
- କାହାର ମୁଣ୍ଡ ଛେଦନ ହେବ ଓ କାହା ମୁଣ୍ଡରେ ଢଳାଯିବ ସୁନାକଳସ ??
ସରକାରଙ୍କ ପାଇଁ ଏବେ କର ବା ମର ସ୍ଥିତି I କାର୍ଯ୍ୟ ନ କଲେ ନ ଚଳେ…
ଉଲ୍ଲେଖନୀୟ ଯେ, ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ସରକାରୀ ତଥା ବେସରକାରୀ କାର୍ଯ୍ୟରେ ଯୋଗଦେବାର କାର୍ଯ୍ୟକ୍ରମ ସହିତ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି।