ଇହ ଜଗତରେ ନାହାନ୍ତି ରମାକାନ୍ତ ରଥ
ଭୁବନେଶ୍ୱର//TATKAL ODISHA //
ଭାରତୀୟ ସାହିତ୍ୟର ଶିଖରପୁରୁଷ କବି ରମାକାନ୍ତ ରଥଙ୍କର ବିୟୋଗ ଘଟିଛି।
ସେ ଆଜି ବିଦାୟ ନେଇଛନ୍ତି ସତ, କିନ୍ତୁ ଭାରତୀୟ କାବ୍ୟାକାଶରେ ସେ ଚିରକାଳ ରହିବେ ଏକ ଜାଜ୍ଜ୍ୱଲ୍ୟମାନ ନକ୍ଷତ୍ର ହୋଇ।
୯୧ ବର୍ଷ ବୟସରେ କବି ରମାକାନ୍ତ ରଥଙ୍କ ପରଲୋକ ହୋଇଯାଇଛି। ତାଙ୍କର ଭୁବନେଶ୍ୱରର ଖାରବେଳନଗର ସ୍ଥିତ ବାସଭବନରେ ପରଲୋକ ହୋଇଛି।
୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ରମାକାନ୍ତ ରଥ । ରେଭେନ୍ସା କଲେଜରୁ ଇଂରାଜୀରେ ସ୍ନାତକ ହାସଲ କରିବା ପରେ ୧୯୫୭ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ଏହାପରେ ୩୫ ବର୍ଷ ଧରି ପ୍ରଶାସନିକ ସେବାରେ କାର୍ଯ୍ୟ କରିବା ପରେ ୧୯୯୨ ମସିହାରେ ଅବସର ନେଇଥିଲେ।
ରମକାନ୍ତ ରଥଙ୍କ ଦ୍ବାରା ଲିଖିତ କବିତା ସଂଙ୍କଳନ ‘ଶ୍ରୀରାଧା’ ବେଶ ଲୋପ୍ରୟତା ହାସଲ କରିଛି। ୧୯୮୪ରେ ରଚିତ ଏହି କବିତା ସଙ୍କଳନ କବି ରମାକାନ୍ତ ରଥଙ୍କୁ ୧୯୯୨ରେ ସରସ୍ୱତୀ ସମ୍ମାନରେ ସମ୍ମାନିତ ହୋଇଥିଲା। ଭରତବର୍ଷର କାବ୍ୟ ସାହିତ୍ୟରେ ‘ଶ୍ରୀରାଧା’ ଏକ କ୍ଲାସିକ ସୃଷ୍ଟିର ମାନ୍ୟତା ପାଇଛି।
ଏହି ପୁସ୍ତକ ଇଂରାଜୀ ଓ ଆଠଟି ଭାରତୀୟ ଭାଷାରେ ଅନୁଦିତ ହୋଇ ବିପୁଳ ପାଠକୀୟ ଶ୍ରଦ୍ଧା ଲାଭ କରିଛି । ଇଂରାଜୀ ଭାଷାକୁ ଅନୁବାଦ ନିଜେ ଲେଖକ ରମାକାନ୍ତ ରଥ କରିଛନ୍ତି। ଶ୍ରୀରାଧାରେ, ରାଧାଙ୍କୁ କବି କେବଳ କୃଷ୍ଣଙ୍କ ପ୍ରେମିକା ଭିନ୍ନ ଏକ ସ୍ୱତନ୍ତ୍ର ନାରୀର ପରିଚୟ ପ୍ରଦାନ କରିବାକୁ ଚେଷ୍ଟା କରିଛନ୍ତି।

ଅସିତ ମହାନ୍ତିଙ୍କ ସ୍ମୃତି ଚାରଣ
ସ୍ବର୍ଗତ ରଥଙ୍କ ସହିତ ଏକ ସ୍ମରଣୀୟ ସାକ୍ଷାତ ହୋଇଥିଲା ଡିସେମ୍ବର ୧୮ ତାରିଖ ସକାଳେ, ଅଖିଳ ମୋହନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ। ସେଦିନ ତାଙ୍କୁ ପ୍ରଦାନ କରାଯାଇଥିଲା ଅଖିଳ ମୋହନ ସ୍ମାରକୀ ଶିଖର ସମ୍ମାନ।
ପରେ ଆଉ ଏକ ସ୍ମରଣୀୟ ସାକ୍ଷାତ ହୋଇଥିଲା, ଯେଉଁ ଦିନ ତାଙ୍କୁ କାହ୍ନୁଚରଣଙ୍କର କେତୋଟି ଉପନ୍ୟାସର ନୂତନ ସଂସ୍କରଣ ଆମେ ଭେଟି ଦେଇଥିଲୁ। ମୋ ସହିତ ସେଦିନ ଥିଲେ ଅଧ୍ୟାପକ ବିଶ୍ୱରଂଜନ ଓ ବି.କେ. ପବ୍ଲିକେଶନ୍ସର ବିଜୟବାବୁ।
ତାଙ୍କୁ ମୋର ଶ୍ରଦ୍ଧାଞ୍ଜଳି।