ସାବାଡ଼ ବାଲି ଚୋର, ଆକ୍ସନ ମୋଡ଼ରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ 

0

  • ଗଠନ ହେଲା ସାତ ଏନଫୋର୍ସମେନ୍ଟ ଟିମ
  • ବିରତ ନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ 
  • କେନ୍ଦ୍ରାପଡା//TATKAL ODISHA//

ବାଲି ଚୋରଙ୍କୁ ପାନେ I  ଆକ୍ସନ ମୋଡରେ ଏବେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ I ବାଲି ଚୋରୀରୁ ନିବୃତ୍ତ ନ ରହିଲେ ଦୃଢ଼ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ I ବର୍ତ୍ତମାନ ସୁଦ୍ଧା ଗଠିତ  ଏନଫୋର୍ସମେନ୍ଟ ଟିମ ଦ୍ବାରା ୨୦ ଗୋଟି କେସ ରୁଜୁ କରାଯାଇ  ୨୭ଟି ଗାଡ଼ିକୁ ଜବତ କରାଯାଇଛି ଓ ୧୨ ଜଣଙ୍କୁ ଗିରଫ କରାଯାଇଛି I 

  ସୋମବାର ବାଲି ଚୋରା ଚାଲାଣକାରୀଙ୍କୁ ଏହି ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ I ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଲଘୁ ଖଣିଜ ପଦାର୍ଥ ଓ ବାଲିର ଅବୈଧ ଉଠାଣ ଓ ଚୋରା ଚାଲାଣ ଏବଂ ଅବୈଧ ଇଟା ଭାଟିର ନିର୍ମାଣକୁ ରୋକିବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି I ଏଥିପାଇଁ ଉପ ଜିଲ୍ଲାପାଳ, ତହସିଲଦାର ଏବଂ ଆଇଆଇସିଙ୍କୁ ନେଇ ସାତ ଗୋଟି ଏନଫୋର୍ସମେନ୍ଟ ଟିମ ଗଠନ କରାଯାଇଛି I

 କେନ୍ଦ୍ରାପଡ଼ାଠାରେ ଅବସ୍ଥାପିତ ଖଣି ଅଧିକାରୀଙ୍କ ସୂଚନା ଅନୁଯାୟୀ ଜଣାଯାଉଛି ଯେ, ବିଭିନ୍ନ ନଦୀରୁ ଅବୈଧ ବାଲି ଉଠାଣ ଓ ଚୋରା ଚାଲାଣକୁ ରୋକିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି I

ଏନଫୋର୍ସମେନ୍ଟ ଟିମ ଦ୍ବାରା ୨୦ କେସ ରୁଜୁ, ୨୭ ଗାଡ଼ି ଜବତ, ୧୨ ଜଣଙ୍କୁ ଗିରଫ

 ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ଏବଂ ମହାକାଳପଡ଼ା ତହସିଲ ଅନ୍ତର୍ଗତ ୨୩ ଗୋଟି ଇଟା ଭାଟି ଏବଂ ଆଳି ଓ ମାର୍ଶାଘାଇ ତହସିଲ ଅନ୍ତର୍ଗତ ୨ ଗୋଟି ବାଲି ଖଣି ଉପରେ ଚଢାଉ କରାଯାଇ ୩ ଗୋଟି ହାଇୱା, ୨ ଗୋଟି ଟ୍ରାକ୍ଟର, ୧ ଗୋଟି ପୋକ୍ଲେନ୍, ୧ ଗୋଟି ସକ୍ସନ୍ ମେସିନ୍ ଜବତ କରାଯାଇଛି I ଆଜି ପର୍ଯ୍ୟନ୍ତ ସମୁଦାୟ ୫ ଲକ୍ଷ ଟଙ୍କା ଜୋରିମାନା ଆକାରରେ ଆଦାୟ କରାଯାଇଛି I ଚୋରା ଚାଲାଣ କାର୍ଯ୍ୟରୁ ବିରତ ନ  ହେଲେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଚେତାବନୀ ଶୁଣାଇଛନ୍ତି I

 ଜନସାଧାରଣ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ କରିବେ ବୋଲି ଜିଲ୍ଲାପାଳ ଗଣମଧ୍ୟମର ପ୍ରତିନିଧିମାନଙ୍କ ମାଧ୍ୟମରେ ଆଶାବ୍ୟକ୍ତ କରିଛନ୍ତି I  

Leave A Reply

Your email address will not be published.