ଓଡ଼ିଶାରେ 2.90 କୋଟିର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ

0
  • ୩୭, ୮୦୦ କୋଟିର କୃଷି ବଜେଟ ବି ଉପସ୍ଥାପିତ

ଭୁବନେଶ୍ୱର//TATKAL ODISHA//

ଅର୍ଥମନ୍ତ୍ରୀ ଦାୟୀତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦ୍ଵିତୀୟ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି I ବଜେଟରେ ବ୍ୟୟ ଅଟକଳ ୨.୯୦ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି।

ସେହିପରି ଚଳିତ ଆର୍ଥିକ ବର୍ଷରେ ୩୭, ୮୦୦ କୋଟିର କୃଷି ବଜେଟ ରହିଛି। ଯାହା ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ।

ଏଥିରେ କୃଷି, ଭିତ୍ତିଭୂମି ବିକାଶ, ସ୍ୱାସ୍ଥ୍ୟ ଉପରେ ଅଧିକ ଫୋକସ ଦିଆଯାଇଛି I ଗାଁର ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯାଇଛି I ଚାଷୀଙ୍କୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି।

ହୀରାକୁଦ ଡ୍ୟାମ୍‌ର ନବୀକରଣ ପାଇଁ ୮୫୦ କୋଟି ବ୍ୟୟ ବରାଦ ହୋଇଛି । ସେହିପରି ରାଜ୍ୟ ସରକାର ଅନ୍ୟାନ୍ୟ ଡ୍ୟାମ୍ ଉନ୍ନତି ପାଇଁ ଖର୍ଚ୍ଚ ହେବ ୫୭ କୋଟି

ଉଲ୍ଲେଖନୀୟ ଯେ, ୨୦୨୪-୨୫ ଆର୍ଥିକ ବର୍ଷର ୨,୬୫,୦୦୦ କୋଟି ଟଙ୍କାର ବଜେଟ୍ ଆକଳନରୁ ଅଧିକ।

Leave A Reply

Your email address will not be published.