ସଙ୍ଗଠନ ପର୍ବ -୨୦୨୪: ବିଜେପି ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା
– ପ୍ରକାଶ ପାଇଲା ୧୩ ଜିଲ୍ଲା ସଭାପତିଙ୍କ ନାମ
-ଜାନୁଆରୀ ୨୫ରେ ପ୍ରଥମ ପର୍ଯ୍ୟାୟରେ ପ୍ରକାଶ ପାଇଥିଲା ୨୩ ଜିଲ୍ଲା ସଭାପତିଙ୍କ ନାମ
ଭୁବନେଶ୍ୱର,//TATKAL ODISHA//
ଗତ ସେପ୍ଟେମ୍ବର ୨ ତାରିଖରୁ ପାର୍ଟିର “ସାଂଗଠନିକ ପର୍ବ – ୨୦୨୪” ଆରମ୍ଭ ହୋଇଥିଲା । ଗତ ଜାନୁଆରୀ ୨୫ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ୨୩ ଜିଲ୍ଲା ସଭାପତି ନାମ ତାଲିକା ପ୍ରକାଶ ପାଇଥିଲା । ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସାଂସଦଙ୍କ ଅନୁମୋଦନକ୍ରମେ ୧୩ ଜିଲ୍ଲା ସଭାପତିଙ୍କ ନାମ ତାଲିକା ପ୍ରକାଶ ପାଇଛି । ଜିଲ୍ଲା ସଭାପତିମାନେ ହେଲେ;
ଅନୁଗୁଳ – ଯଯାତି କେଶରୀ ପଟ୍ଟନାୟକ;
ଭଦ୍ରକ – ଭଗବାନ ପଣ୍ଡା;
ଭୁବନେଶ୍ୱର – ନିରଞ୍ଜନ ମିଶ୍ର;
ଗଜପତି – ନବକିଶୋର ଶବର;
ଯାଜପୁର – ଦେବଯାନୀ ପ୍ରଧାନ;
ଝାରସୁଗୁଡା – ରଘୁନନ୍ଦନ ପଣ୍ଡା;
କନ୍ଧମାଳ – ପଣ୍ଡିତ କୁମାର ବିସ୍ମାଝୀ;
ଖୋର୍ଦ୍ଧା – ବିଶ୍ୱରଂଜନ ବଡଜେନା;
କୋରାପୁଟ – ଶ୍ରୀ ଶିବ ମୁଦୁଲି;
ନୟାଗଡ – ତାପସ ରଂଜନ ମାର୍ଥା;
ରାୟଗଡା – ଗୋପି ଆନନ୍ଦ;
ସୁବର୍ଣ୍ଣପୁର – ବେଣୁଧର ଦାଶ;
ରାଉରକେଲା – ପୂର୍ଣ୍ଣିମା କେର୍କେଟା