ଚାଷୀ ପ୍ରସଙ୍ଗରେ ଗୃହ ହୁଲସ୍ତୁଲ, ଗୃହ ଅଚଳ
- ବିଜେଡି ସଭ୍ୟମାନେ ରାଜଭବନ ଯାଇ ରାଜ୍ୟପାଳ ଡ଼ କୁମ୍ଭମପାଟିଙ୍କ ଲୋଡ଼ିଲେ ହସ୍ତକ୍ଷେପ
ଭୁବନେଶ୍ୱର//TATKAL ODISHA//
ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟଙ୍କ ନାରାବାଜି ସହ ହଟ୍ଟଗୋଳ ଯୋଗୁଁ ବଜେଟ ଅଧିବେଶନର ତୃତୀୟ ଦିନରେ ବି ଆରମ୍ଭରୁ ଚାଲିପାରିନି ।
ବାଚସ୍ପତି ସୁରମା ପାଢ଼ୀ ୧୨ ଯାଏଁ ଗୃହକୁ ମୁଲତବି ରଖିଛନ୍ତି ।

“ଦ୍ଵିତୀୟ ଦିନ ଭଳି ତୃତୀୟ ଦିନରେ ବି ପ୍ରଶ୍ନକାଳ ଚାଲି ପାରିନାହିଁ “
ପ୍ରଥମେ ବିଜେଡି ମଣ୍ଡିରେ କଟନୀଛଟନି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିବାବେଳେ କଂଗ୍ରେସ ଅନୁରୂପ ପ୍ରସଙ୍ଗରେ ବିଜେଡିକୁ ସାଥ ଦେଇଥିଲେ । ଏହାକୁ ନେଇ ଉଭୟ ବିରୋଧୀ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ ।
ଫଳରେ ଗୃହ ନଚାଲିପାରିବାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।
ପରେ ବିଜେଡି ସଭ୍ୟମାନେ ରାଜଭବନ ଯାଇ ରାଜ୍ୟପାଳ ଡ଼ କୁମ୍ଭମପାଟିଙ୍କ ହସ୍ତକ୍ଷେପ ଲୋଡିଛନ୍ତି I