ବଜେଟ ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

0
  • ଅଧିବେଶନରେ ମୋଟ୍‍ ୨୯ଟି କାର୍ଯ୍ୟଦିବସ ରହିବ
  • ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ
  • ଫେବୃଆରୀ ୧୭ରେ ୨୦୨୫-୨୬ ବର୍ଷ ପାଇଁ ବାର୍ଷିକ ବଜେଟ୍ ଉପସ୍ଥାପନ

ଭୁବନେଶ୍ୱର//TATKAL ODISHA//

ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ ଭବନରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କୁ ସାକ୍ଷାତ କରି ବିସ୍ତୃତ ଆଲୋଚନା କରିଛନ୍ତି I

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ I 

ଫେବୃଆରୀ ୧୩ ରୁ ଆରମ୍ଭ ହୋଇ ଏପ୍ରିଲ ଯାଏ ଏହି ଅଧିବେଶନ ଚାଲିବ। ଅଧିବେଶନରେ ମୋଟ୍‍ ୨୯ଟି କାର୍ଯ୍ୟଦିବସ ରହିବ ।

2025ର ପ୍ରଥମ ଅଧିବେଶନ I ଏହି କାରଣରୁ ରାଜ୍ୟପାଳ ହରିବାବୁ କୁମ୍ଭମପତି ଗୃହକୁ ସମ୍ବୋଧିତ କରି ଅଧିବେଶନ କରିବା ପରେ ୧୪ ଏବଂ ୧୫ ରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ ।

  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫେବୃଆରୀ ୧୭ ରେ ୨୦୨୫-୨୬ ବର୍ଷ ପାଇଁ ବାର୍ଷିକ ବଜେଟ୍ ଉପସ୍ଥାପନ କରିବେ ଏବଂ ମାର୍ଚ୍ଚ ୨୯ ରେ ଆପ୍ରୋପ୍ରାଇଜେସନ୍ ବିଲ୍ ଉପସ୍ଥାପିତ କରାଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

ବଜେଟ୍‌ ସମ୍ପର୍କୀୟ ଆଲୋଚନା ଫେବୃଆରୀ ୨୦ ଏବଂ ୨୧ ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଧାର୍ଯ୍ୟ ଅନୁଦାନ ଉପରେ ଆଲୋଚନା ମାର୍ଚ୍ଚ ୧୦ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଜାରି ରହିବ ।


Leave A Reply

Your email address will not be published.