କିଏ ହେବେ ମୁଖ୍ୟ ସୂଚନା କମିଶନର? କେଉଁ ୪ ଜଣ ହେବେ ସୂଚନା କମିଶନର?

0

ଭୁବନେଶ୍ୱର,//TATKAL ODISHA//

କିଏ ହେବେ ମୁଖ୍ୟ ସୂଚନା କମିଶନର? କେଉଁ ୪ ଜଣ ହେବେ ସୂଚନା କମିଶନର?

ଏଇ କିଛି ଦିନ ହେଲା ଏଭଳି ପ୍ରସଙ୍ଗକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଜୋରକରି ତୁମ୍ବିତୋଫାନ ଚାଲିଛି I କିଛି ଗଣମାଧ୍ୟମ କିଛି ଜଣଙ୍କୁ ଟାର୍ଗେଟ କରି ବିରୋଧୀ ରିପୋର୍ଟମାନ ପ୍ରକାଶ କରୁଛନ୍ତି I ହେଲେ ସରକାର କେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଅସ୍ପଷ୍ଟ I

ସୂଚନା ଅଧିକାର ଆଇନ-୨୦୦୫ ଅନୁସାରେ ରାଜ୍ୟ ସରକାର ଏବେ ସମସ୍ତ ଆବେଦନକାରୀଙ୍କ ନାମ ସୂଚନା ଓ ଲୋକସମ୍ପର୍କ ବିଭାଗ ୱେବସାଇଟରେ ସାର୍ବଜନୀନ କରିଛନ୍ତି।

ମୁଖ୍ୟସୂଚନା କମିଶନର ପାଇଁ ଅନେକ ପୂର୍ବତନ ପ୍ରଶାସକ, ସୂଚନା ଅଧିକାର କର୍ମୀ ରହିଛନ୍ତି। ଏହି ୪୩ ଆବେଦନକାରୀଙ୍କ ଭିତରେ ଅଛନ୍ତି..

  • ପୂର୍ବତନ ମୁଖ୍ୟସଚିବ ସୁରେଶ ମହାପାତ୍ର,
  • ଅବସରପ୍ରାପ୍ତ ପ୍ରଶାସକ ରଞ୍ଜନ କୁମାର ଦାସ,
  • ଅଵସରରପ୍ରାପ୍ତ ପୁଲିସ ଅଧିକାରୀ ସନ୍ତୋଷ ଉପାଧ୍ୟାୟ,
  • ଲୋକସମ୍ପର୍କ ବିଭାଗ ନିର୍ଦେଶକ ସରୋଜ ସାମଲ,
  • ଅଗ୍ରଣୀ ସୂଚନା ଅଧିକାରୀ କର୍ମୀ ପ୍ରଦୀପ ପ୍ରଧାନ

ତେବେ କିଛି ସୂଚନା କର୍ମୀ ପ୍ରଶ୍ନ କରିଛନ୍ତି ଯେ, ଚାକିରୀରେ ଥାଇ ଜଣେ ମୁଖ୍ୟ ସୂଚନା କମିଶନର ବା ସୂଚନା କମିଶନର ହୋଇ ପାରିବେ କି? ଯଦି ନୁହେଁ, ତାହାଲେ କିଛି ଅଫିସର କଲେ କେମିତି?

ଅନ୍ୟପଟରେ ସୂଚନା କମିଶନର ପଦ ପାଇଁ ୧୮୩ ଜଣ ଆବେଦନ କରିଥିବାବେଳେ ପ୍ରଥମ ନମ୍ବରରେ ରହିଛନ୍ତି ସୂଚନା ଅଧିକାର ଆଇନ ବ୍ୟବହାର କରି ଅନେକ ଷ୍ଟୋରୀ କରିଥିବା ସାମ୍ବାଦିକ ଲକ୍ଷ୍ମୀନାରାୟଣ କାନୁନଗୋ। ଏହି ବର୍ଗରେ ରହିଥିବା ୪ଟି ପଦ ପାଇଁ ମଧ୍ୟ ରଞ୍ଜନ କୁମାର ଦାସ, ଅବସରପ୍ରାପ୍ତ ଆଇପିଏସ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ପୂର୍ବତନ ଖାଦ୍ୟ ସୁରକ୍ଷା କମିଶନର ସିପ୍ରା ମଲ୍ଲିକ, ମାନବାଧିକାର କର୍ମୀ ଅଖଣ୍ଡ ପ୍ରମୁଖ ଆବେଦନ କରିଛନ୍ତି।

ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୪-ଜଣିଆ ଯାଞ୍ଚ କମିଟି ଏକ ସର୍ଟ-ଲିଷ୍ଟ ତାଲିକା କଲା ପରେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ଜଣେ ମନ୍ତ୍ରୀଙ୍କୁ ନେଇ ଗଠିତ ୩-ଜଣିଆ ଚୟନ କମିଟି ଚୂଡାନ୍ତ ନାମ ଚୟନ କରିବେ।

ପୂର୍ବରୁ ଆଇନ ମନ୍ତ୍ରୀ କହିଥିଲେ- ଏଥର ସରକାରଙ୍କୁ ସୁରକ୍ଷା ଦେଉଥିବା ଲୋକ ନୁହେଁ, ସୂଚନା ଆଇନକୁ ସୁରକ୍ଷା ଦେଉଥିବା ଲୋକଙ୍କୁ ସୂଚନା କମିଶନର ଭାବେ ଚୟନ କରାଯିବ।

Leave A Reply

Your email address will not be published.