ଏଇ ଝୁମା ଝୁମା ଗୋଲାପୀ ବେଳାରେ.. ସ୍ରଷ୍ଟାଙ୍କୁ ଝୁରୁଛି ଓଡ଼ିଶା

0

# ମୟୂରଭଞ୍ଜ ମାଟିର ଲବ୍ଧକବି ଚିର ସବୁଜ ସାହିତ୍ୟିକ, ଗୀତିକାର ସଂଗ୍ରାମ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି 🌹

  • *******************
  • // ✍️ ଉଷା ଶତପଥି //
  • *******************

ଏଇ ଝୁମା ଝୁମା ଗୋଲାପୀ ବେଳାରେ

ଏଇ ଝୁମା ଝୁମା ଗୋଲାପୀ ବେଳାରେ

ସାଥେ ଆମ ସ୍ମୃତି ନେଇ, ଆହୁରି ନିଜର ହୋଇ

ହଜିଯିବା ଆପଣା ଭିତରେ

ଏଇ ଝୁମା ଝୁମା ଗୋଲାପୀ ବେଳାରେ

ଆପଣା ଭିତରେ ହଜିଯାଇଥିବା ମଣିଷ,ମଜି ଯାଇଥିବା ମଣିଷ କଣ ଏମିତି ଚିରକାଳ ପାଇଁ ହଜି ଯାଇ ପାରିବେ ?? ଏହା କଣ ସତ୍ୟ ନା ସମ୍ଭବ !!!

ଆଜି ସମଗ୍ର ବାରିପଦା ସ୍ତଵ୍ଧ।ଏ ମାଟିର ସନ୍ତାନ ମହାନ ଗୀତିକବି ସଂଗ୍ରାମ ମହାନ୍ତି କୁ ହରେଇ ବସିଲା ଭଞଭୂମି।

ଅନେକ ଗୀତି କବିତା ସୃଷ୍ଟି କରି ଛାଡି ଯାଇଛନ୍ତି ତାଙ୍କ ପାଦ ଚିହ୍ନ ।ସେ ଥିଲେ ସାରା ଓଡିଶାରେ କାଳଜୟୀ ସଙ୍ଗୀତ” ଏଇ ଝୁମା ଝୁମା ଗୋଲାପି ବେଳାର” ଗୀତି କବି ସଂଗ୍ରାମ ମହାନ୍ତି।ଏ ଯାବତ୍ ଏ ଗୀତକୁ କିଏ ବା ନ ଗୁଣୁଗୁଣାଏ ?ଆଉ କହନା ଏ ଫୁଲ କହନା !ଏ ଗୀତକୁ କିଏ ନ ଝୁରେ !!

ଏକ ଦରଦୀ ମଣିଷ ଥିଲେ ସେ ।ନିଜ ପ୍ରଚାର ପ୍ରସାର ସେ ନ ମାତି ସାହିତ୍ୟ ସାଧନାରେ ରତ ଥାଇ ଜୀବନ କାଟିଦେଲେ ।ମୋତେ ଖୁବ୍ ଭଲ ପାଉଥିଲେ ।ଅନେକ ସମୟରେ କିଛି ନୂଆ ଗୀତ ଲେଖିଲେ, କବିତା ସଙ୍କଳନ ଟିଏ କଲେ ମୋତେ ଫୋନ୍ କରନ୍ତି।ପଢ଼ିବାକୁ ବହି ଦିଅନ୍ତି ।ଏଇ ତ ନିକଟ ଅତୀତରେ ତାଙ୍କର ଅନୁବାଦ ପୁସ୍ତକ ବୈରାଗ୍ୟ ଶତକ ଶ୍ରୀମା ମହିଳା ମହାବିଦ୍ୟାଳୟରେ  ଉନ୍ମୋଚନ କଲାବେଳେ ମୋତେ ଆଦରେ ସାମିଲ କରିଥିଲେ ।କେତେ ସୁଖ ଦୁଃଖ ବାଣ୍ଟିଥିଲେ ମୋ ସହ ।ଏତେ ଅସୁସ୍ଥ ଥିବା ଭିତରେ ସେ ବହିଟି ବାହାର କରିଥିଲେ ।

ବୈରାଗ୍ୟ ଶତକ ପୁସ୍ତକଟି ମଧ୍ୟ ଚମତ୍କାର ଅନୁବାଦ ପୁସ୍ତକ।

 ଯେବେ ଵି ମୋ ସହ କଥା ହୁଅନ୍ତି ମୋ ଗୁରୁମା ଡ଼ଃ ବନଜା ମହାନ୍ତିଙ୍କ କଥା ପଚାରନ୍ତି। ଦୁହିଁଙ୍କୁ ତାଙ୍କ ଆୟୋଜିତ ସଭାକୁ ଡାକନ୍ତି। 

ଓଡ଼ିଶାର ବିଖ୍ୟାତ ଗାୟିକା Susmita Das ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ତାଙ୍କର ଗୀତି କବିତା ଧିତାଂ ଧିତାଂ ମାଦଲ ବାଜେ ଗାଇ ଚହଳ ପକାଇଛନ୍ତି

ସଂଗ୍ରାମ ମହାନ୍ତିଙ୍କ ଅନ୍ୟ ଏକ କବିତା “ସମୁଦୀ ଗୋ” ମଧ୍ୟ ଗାଇଛନ୍ତି ସୁସ୍ମିତା ଦାସ ।ଏଇ କବିତାରରେ ଭରି ରହିଛି ମୟୂରଭଞ୍ଜର ପଲ୍ଲୀପ୍ରାଣ ଆଉ ସେଥିରେ ଥିବା ମିଠାପଣ ।

ପୁଣି ଲେଖିଛନ୍ତି ଚଢ଼େୟା ଚଢ଼େୟାଣୀ ଗୀତ। Susmita Das ମିଠା ସ୍ଵରରେ ଗୀତିକାର ସଂଗ୍ରାମ ମହାନ୍ତି ଙ୍କ ଏ ଗୀତ ଶୁଣିଲେ ମୁଗ୍ଧ ହୋଇଯିବେ ।ଏ ଗୀତ ଗୁଡ଼ିକ Release ହେଲେ ସେ ମୋତେ କହିଛନ୍ତି। ଭାଗ୍ୟର କଥା Madam Susmita ଦାସ ମଧ୍ୟ ମୋତେ ସବୁବେଳେ WA ରେ ଦେଇଛନ୍ତି ।ଯେତେ ଶୁଣିଲେ ମନ ମାନେ ନା

ଏମିତି ଅନେକ ଗୀତି କବିତାକୁ ନିଜ ସ୍ଵରରେ ଜୀବନ୍ତ କରିଛନ୍ତି ଗାୟିକା Susmita Das. କଁ ତେ ଜଣ ଶୁଣିଛନ୍ତି ତାଙ୍କର ଏ ଗୀତକୁ ?

କବି ସୁରଞନ ପାତ୍ର ତାଙ୍କ ବ୍ୟକ୍ତିତ୍ୱ ଉପରେ ମୁଗ୍ଧ ହୋଇ ତାଙ୍କୁ ତାଙ୍କ ସାହିତ୍ୟ ଉତ୍ସବରେ ସମ୍ମାନିତ କରିଥିଲେ ।ଫେରିବା ବେଳେ ମୁଁ ଆସିଥିଲି ତାଙ୍କ ସହ।ଵାଟସାରା ତାଙ୍କର ସୃଜନ ଜୀବନର ଅନୁଭୁତି କହି କହି ଆସୁଥିଲେ। ଅଭିମାନ ବି କରୁଥିଲେ କେତେକ କଥାରେ ।ଆଜି ଏଇ ଝୁମା ଝୁମା ଗୋଲାପି ବେଳାର ଗୀତି କବିଙ୍କୁ ଅନେକ ଝୁରଛନ୍ତି। କିନ୍ତୁ ସେ ଗୀତ ପରି  ସେ ଯେତିକି ଆଦର ପାଇବା କଥା ତାହା ପାଇ ନାହାନ୍ତି ବୋଲି ଭାବୁଛି।ତାଙ୍କର ଅଭିମାନ ଥିଲା ଏ କଥାରେ।

 ତେବେ ତାଙ୍କ ଗୀତି କବିତା ଵିଷୟରେ ଲେଖିଲେ ଅନେକ ପୃଷ୍ଠା ହେବ । ମୁଁ ଆଜି ଖୁବ୍ ଦୁଃଖି।ଆଉ ତାଙ୍କ ଭଳି ଗୁରୁଜନଙ୍କ ପାଖରୁ ଫୋନ ପାଇବାରୁ ,କଥା ଶୁଣିବାରୁ ବଞ୍ଚିତ ହେଲି ।

   ହୃଦୟରେ ଭରପୁର କୋହ ଯେ ତାଙ୍କୁ ଏଇ କିଛି ଦିନ ହେବ ଦେଖା କରିପାରିନାହିଁ। ଖୁବ୍ କଷ୍ଟ ଲାଗୁଛି ।

  ଆଜି ତାଙ୍କର ମହାପ୍ରୟାଣରେ ତାଙ୍କର ଆତ୍ମାର ସତ୍ଗତି ପାଇଁ ପ୍ରାର୍ଥନା କରୁଛି ।

  ବାରିପଦା ମାଟିର ପୁଅକୁ ଏ ମାଟି ଝୁରୁଛି ଆଉ ଝୁରୁଥିଵ।

ଏ ଗୀତ ବି ଆଜି ଝୁରୁଛି ତାର କବିଙ୍କୁ🙏

ଗୀତ: ସଂଗ୍ରାମ ମହାନ୍ତି

ସଙ୍ଗୀତ : ସରୋଜ ପଟ୍ଟନାୟକ

ଗାୟନ: ହରିହରନ ଓ ଆରତୀ ମୁଖାର୍ଜୀ

ଚଳଚ୍ଚିତ୍ର : ଅଭିଳାଷ, ୧୯୮୪

💐💐🙏

ଏଇ ଝୁମା ଝୁମା ଗୋଲାପୀ ବେଳାରେ

ଏଇ ଝୁମା ଝୁମା ଗୋଲାପୀ ବେଳାରେ

ଏଇ ଝୁମା ଝୁମା ଗୋଲାପୀ ବେଳାରେ

ସାଥେ ଆମ ସ୍ମୃତି ନେଇ, ଆହୁରି ନିଜର ହୋଇ

ହଜିଯିବା ଆପଣା ଭିତରେ

ଏଇ ଝୁମା ଝୁମା ଗୋଲାପୀ ବେଳାରେ

ଏଇ ଝୁମା ଝୁମା ଗୋଲାପୀ ବେଳାରେ

ମୁଁ ଯେ ଗୀତି ତୁମେ, ସୁର ପ୍ରିୟତମ ମୋର

ତଟିନୀ ମୁଁ ତୁମେ ମୋ ସାଗର

ମୁଁ ଯେ ଗୀତି ତୁମେ, ସୁର ପ୍ରିୟତମ ମୋର

ତଟିନୀ ମୁଁ ତୁମେ ମୋ ସାଗର

ଫଗୁଣର ଫଗୁ ଭିଜା ବଗିଚାରେ ମୋର

ସୁରଭି ମୁଁ, ତୁମେ ତ ସମୀର

କଇଁ ମୁଁ, ତୁମେ ଜହ୍ନ, ମୁଁ ଆଖି, ତୁମେ ସ୍ୱପ୍ନ

ଚିରନ୍ତନ ଆମେ ଏଇ ଦୁନିଆରେ

ଏଇ ଝୁମା ଝୁମା ଗୋଲାପୀ ବେଳାରେ

ଏଇ ଝୁମା ଝୁମା ଗୋଲାପୀ ବେଳାରେ

ସାଥେ ଆମ ସ୍ମୃତି ନେଇ, ଆହୁରି ନିଜର ହୋଇ

ହଜିଯିବା ଆପଣା ଭିତରେ

ଏଇ ଝୁମା ଝୁମା ଗୋଲାପୀ ବେଳାରେ

କି ସୁନ୍ଦର ଏ ସଙ୍ଗୀତ!ଅମର ଏ ଗୀତିକବି। ତୁମେ ଅମର ତୁମେ  ପ୍ରଣମ୍ୟ।💐💐

ଚିର ନିଦ୍ରାରେ ମୟୂରଭଞ୍ଜ ମାଟିର ଲବ୍ଧକବି ଚିର ସବୁଜ ସାହିତ୍ୟିକ ତଥା ଗୀତିକବିତା ର ଗୀତିକାରଙ୍କୁ କୋଟିଏ ପ୍ରଣାମ 

l ଓଁ ଶାନ୍ତି ଓଁ ଶାନ୍ତି ଓଁ ଶାନ୍ତି ।

Leave A Reply

Your email address will not be published.