ବସ୍ତି ବାସିନ୍ଦାଙ୍କୁ କମ୍ବଳ ବାଣ୍ଟିଲେ କ୍ୟାପିଟାଲ ହାଇସ୍କୁଲ 83 ବ୍ୟାଚ୍ ଛାତ୍ର

0

ଭୁବନେଶ୍ୱର//TATKAL ODISHA//

କ୍ୟାପିଟାଲ ହାଇସ୍କୁଲ 83 ବ୍ୟାଚ୍ ଦ୍ଵାରା ଗଠିତ CHS 83 WELFARE SOCIETY ତରଫରୁ, ନୀଳାଦ୍ରି ବିହାର ଅଞ୍ଚଳ ବସ୍ତି ବାସିନ୍ଦାଙ୍କୁ 102ଟି କମ୍ବଳ ବଣ୍ଟନ ବିତରଣ କରାଯାଇଛି l ସଂଗଠନର ସଭାପତି ବିଜୟ କୁମାର ପାତ୍ର, ସମ୍ପାଦକ ପୁଲିନ ସାହୁଙ୍କ ସହିତ ଅନ୍ୟାନ୍ୟ ସଭ୍ୟମାନେ ଉପସ୍ଥିତ ରହି କମ୍ବଳ ବିତରଣ କରିଛନ୍ତି l

ସ୍ଥାନୀୟ ସମାଜସେବୀ ପ୍ରମୋଦ କୁମାର ଜେନା ଆୟୋଜନ କରିଥିଲେ lଆଗାମୀ ଦିନରେ ଭିନ୍ନକ୍ଷମଙ୍କ ପାଇଁ ସହାୟତା ଯୋଗାଇବାରେ ଏହି ସଂଗଠନ କାମ କରୁଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି l

Tatkal odishaକୁ ସମ୍ପାଦକ ପୁଲିନ ସାହୁ କହିଛନ୍ତି ଯେ, CHS 83 WELFARE SOCIETY କ୍ୟାପିଟାଲ ହାଇସ୍କୁଲ ଭୁବନେଶ୍ୱର ର 1983 ମସିହାର ପୁରାତନ ଛାତ୍ରଙ୍କ ଦ୍ଵାରା ଗଠିତ ଏହା ସାମାଜିକ ସଂସ୍ଥା l ଏହା କ୍ୟାପିଟାଲ ହାଇସ୍କୁଲ ଛାତ୍ର, ପୁରାତନ ଛାତ୍ର ମାନଙ୍କ ଉନ୍ନୟନ ଓ ଗୋଷ୍ଠୀର ଆବଶ୍ୟକତାକୁ ନେଇ କାମ କରିବା ନିମନ୍ତେ ଉଦ୍ଧିଷ୍ଟ l ଏହି ମହତ୍ କାର୍ଯ୍ୟ ପାଇଁ ସମାଜର ସବୁ ବର୍ଗର ବ୍ୟକ୍ତି ସହଯୋଗ ର ହାତ ବଢ଼ାଇବାକୁ ନିମନ୍ତ୍ରଣ କରାଯାଇଛି l

Leave A Reply

Your email address will not be published.