ମିତାଲି ମଧୁମିତାଙ୍କୁ ‘ଜ୍ୟୋତିଷ ସିଦ୍ଧାନ୍ତସାଗର’ ସମ୍ମାନ
- ଆନ୍ତର୍ଜାତୀୟ ଜ୍ୟୋତିଷ ସମ୍ମିଳନୀରେ ବଲାଙ୍ଗିରର ମହିଳା ଜ୍ୟୋତିଷ ସମ୍ମାନିତା
- ଭୁବନେଶ୍ବର, ବଲାଙ୍ଗୀର,//TATKAL ODISHA//:
ବଲାଙ୍ଗୀରର ମହିଳା ଜ୍ୟୋତିଷ ମିତାଲି ମଧୁମିତା ମିଶ୍ରଙ୍କୁ ‘ଭୃଗୁ ଜ୍ୟୋତିଷ ସଂସ୍ଥାନ’ ପକ୍ଷରୁ ‘ ୧୮ ତମ ଏସିଆନ୍ ଆଷ୍ଟ୍ରୋଲୋଜରସ୍ କନ୍ ଫରେନ୍ ସ- ୨୦୨୫ ‘ ରେ ‘ ଜ୍ୟୋତିଷ ସିଦ୍ଧାନ୍ତସାଗର ‘ ସମ୍ମାନ ପ୍ରଦାନ କରାଯାଇଛି ।
ଗତ ଜାନୁଆରୀ ୪ ଓ ୫ ତାରିଖରେ ଭୁବନେଶ୍ଵରର ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରସ୍ ଠାରେ ଅନୁଷ୍ଠିତ ଏହି ଆନ୍ତର୍ଜାତୀୟ ଜ୍ୟୋତିଷ ସମ୍ମେଳନରେ ଜ୍ୟୋତିଷଶାସ୍ତ୍ରରେ ଉଚ୍ଚସ୍ତରୀୟ ଗବେଷଣା ଓ ଉଲ୍ଲେଖନୀୟସେବା ସକାଶେ ତାଙ୍କୁ ଉପଢୌକନ , ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି । ଏହି ସମ୍ମିଳନୀରେ ଏସିଆ ମହାଦେଶର ଭାରତ ସମେତ ଥାଇଲାଣ୍ଡ , ମିଆଁମାର , ଭୁଟାନ ଇତ୍ୟାଦି ୬ଟିଦେଶ ଓ ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୩୫୦ ରୁ ଉର୍ଦ୍ଧ୍ବ ଜ୍ୟୋତିଷ ପଣ୍ଡିତମାନେ ଅଂଶଗ୍ରହଣ କରିଥିଲେ ।
ସଂସ୍ଥାନର ଅଧ୍ୟକ୍ଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କ ପୌରହିତ୍ୟରେ ନେପାଳର ବିଶିଷ୍ଟ ଜ୍ୟୋତିଷ ତଥା ପିରାମିଡ୍ ବାସ୍ତୁବିଦ୍ ମହେନ୍ଦ୍ରନାଥ ମୁନ୍ଦ୍ରା ମୁଖ୍ୟଅତିଥି ରୂପେ ଯୋଗଦେଇଥିବା ବେଳେ ସ୍ବତନ୍ତ୍ର ଅତିଥି ଭାବେ ବାଂଲାଦେଶର ବିଶିଷ୍ଟ ଜ୍ୟୋତିଷ ମଞ୍ଜୁରୁଆଲ ଆସାନ୍ , ପଞ୍ଜିକାର ରବି ଚରଣ ରଥ , ଡ . ନିରଞ୍ଜନ ମହାପାତ୍ର , ପଣ୍ଡିତ ଶିବ ନାରାୟଣ ମିଶ୍ର ,ରାଞ୍ଚିର ଡ. ନରେନ୍ଦ୍ର କୁମାର , ବିଷ୍ଣୁ ଶର୍ମା , ହଜାରିବାଗର ଦିନେଶ୍ବର ମିଶ୍ରପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀମତୀ ମିଶ୍ର ଦୀର୍ଘ ୨୪ ବର୍ଷ ଧରି ବୈଦିକ ଜ୍ୟୋତିଷ , ନିମରୋଲୋଜି , ଟାରୋକାର୍ଡ , ଲାହିଡୀ ପଦ୍ଧତି , କ୍ରୀଷ୍ଣମୂର୍ତ୍ତି ପଦ୍ଧତି , ଜୈମିନୀ ପଦ୍ଧତିରେ ଗଣନା , ରତ୍ନପଥର ଗବେଷଣା ଓ ପ୍ରତିକାର ବିଧାନ ଇତ୍ୟାଦି ଅନୁସରଣ କରିଆସୁଛନ୍ତି । ବଲାଙ୍ଗୀର ପ୍ୟାଲେସ୍ ଲାଇନ୍ ରେ ତାଙ୍କର ଅଫିସ୍ ରହିଛି । ଗତବର୍ଷ ମଧ୍ୟ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଠାରୁ ଅନୁଷ୍ଠିତ ସମ୍ମିଳନୀରେ ତାଙ୍କୁ ‘ଜ୍ୟୋତିଷ ଦାରୁବ୍ରହ୍ମ’ ସମ୍ମାନ ସହିତ ବିଭିନ୍ନ ରାଜ୍ୟସ୍ତରୀୟ , ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ମିଳିଛି ।
ଶ୍ରୀମତୀ ମିଶ୍ର ତାଙ୍କ ଅଭିଭାଷଣରେ ଜ୍ୟୋତିଷ ଶାସ୍ତ୍ରରେ ରତ୍ନପଥରର ଭୂମିକା ଓ କାର୍ଯ୍ୟକାରିତା , ବିଭିନ୍ନ ପ୍ରତିକାର ବିଧାନରେ ତାଙ୍କର ଅନୁଭୂତ ଗବେଷଣା ଉପରେ ଦେଇଥିବା ବକ୍ତବ୍ଯ ଉଚ୍ଚପ୍ରଶଂସିତ ହୋଇଥିଲା ।