ରାଜ୍ୟପାଳଙ୍କୁ ଟେରାକୋଟା ସଂପର୍କିତ ପୁସ୍ତକ “ଆର୍ଥେନ ଆଫାୟାର୍ସ” ପ୍ରଦାନ

0

ଭୁବନେଶ୍ୱର, //TATKAL ODISHA //

– ଅବସରପ୍ରାପ୍ତ ପ୍ରଶାସକ, ବିଶିଷ୍ଟ ଲେଖକ-ତଥା-ଗବେଷକ ରାଜା ପରିଜା ଚ ରାଜଭବନ ଠାରେ ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରି ତାଙ୍କ ଦ୍ୱାରା ଲିଖିତ “ଆର୍ଥେନ ଆଫାୟାର୍ସ” ପୁସ୍ତକ ପ୍ରଦାନ କରିଛନ୍ତି।
ଏହି ପୁସ୍ତକରେ ଟେରାକୋଟା ସଂପର୍କିତ ଇତିହାସ, ଐତିହ୍ୟ, ପରଂପରା ଓ ବର୍ତମାନର ସ୍ଥିତି ସଂପର୍କରେ ଅନେକ ତଥ୍ୟ ଫଟୋ ସହ ସନ୍ନିବେଶିତ ହୋଇଛି ।

ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଟେରାକୋଟା, ମହାପ୍ରସାଦ ନିମନ୍ତେ କୁଡ଼ୁଆର ବ୍ୟବହାର, ଶ୍ରୀ ମନ୍ଦିର ନୀତିକାନ୍ତିରେ ମାଟି ନିର୍ମିତ ସାମଗ୍ରୀର ବ୍ୟବହାର, ଜନସାଧାରଣଙ୍କ ଚଳଣି ତଥା ଜୀବନଚର୍ଯ୍ୟାରେ ମାଟି ନିର୍ମିତ ସାମଗ୍ରୀ ସଂପର୍କିତ ତଥ୍ୟ ଚିତ୍ରଣ ହୋଇଛି ।

ବିଶେଷତଃ ପ୍ରାଚୀନ ସଭ୍ୟତା ସମୟରୁ ଏପର୍ଯ୍ୟନ୍ତ ମାଟି ସହିତ ଆମ ସଭ୍ୟତା, ସମାଜ ଓ ସଂସ୍କୃତି କିପରି ଜଡ଼ିତ ହୋଇ ରହିଛି ଲେଖକ ଶ୍ରୀ ରାଜା ପରିଜା ଉକ୍ତ ପୁସ୍ତକରେ ପରିସ୍ଫୁଟନ କରିଛନ୍ତି।

Leave A Reply

Your email address will not be published.