ସନ୍ତ୍ରରାଗଡ଼ିଆ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର 27ରେ ହୀରକ ଜୟନ୍ତୀ: ପ୍ରସ୍ତୁତି ଜୋରଦାର
- ନୀଳଗିରି, ବାଲେଶ୍ୱର //TATKAL ODISHA //
ଆଧ୍ୟାତ୍ମିକ ଭାବଧାରାରେ ପରିପୃଷ୍ଟ ଦେବଗିରି ପାହାଡ଼ ନିମ୍ନାଞ୍ଚଳରେ ଥିବା ଆଦର୍ଶ ଶିକ୍ଷାନୁଷ୍ଠାନ ‘ସନ୍ତ୍ରରାଗଡ଼ିଆ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟଟି ସବୁ କ୍ଷେତ୍ରରେ ପରିପୂର୍ଣ୍ଣ।
“ସନ୍ତରାଗଡ଼ିଆ ହାଇ ସ୍କୁଲ ତାର ହୀରକ ଜୟନ୍ତୀ(ଡିସେମ୍ବର ୨୭,୨୮ ଓ ୨୯) ପାଳନ କରିବାକୁ ଯାଇଛି। ଏଥିପାଇଁ ପୁରାତନ ଛାତ୍ର ସଂସଦ ଦ୍ୱାରା ଆରମ୍ଭ ହୋଇଛି। ଭର୍ଚୁଆଲ ମୋଡ୍ ଜରିଆରେ ସାରା ବିଶ୍ୱରେ ଥିବା ଛାତ୍ରଛାତ୍ରୀ ଏଥିରେ ଯୋଡ଼ି ହୋଇଥିଲେ। ଉକ୍ତ ବୈଠକରେ କିଭଳି ଜୟନ୍ତୀ ସମାରୋହ ଭଲରେ ପାଳିତ ହେବ ସେନେଇ ପ୍ରସ୍ତୁତ ହୋଇଛି ‘ଖସଡ଼ା’।”
ବାଲେଶ୍ୱର ଜିଲ୍ଲାର ସୂର୍ଣ୍ଣଚୁଡ଼ ପାଡାଡ଼ ସଂଲଗ୍ନ ଐତିହାସିକ କ୍ଷେତ୍ର ନୀଳଗିରି ସହର ଠାରୁ ଦକ୍ଷିଣକୁ ମାତ୍ର ୧୧ କିମି ଦୂରରେ ଅବସ୍ଥିତ ଏହି ଅନୁଷ୍ଠାନ ୧୯୬୪ରେ ପ୍ରତିଷ୍ଠା ହୋଇଥିଲା। ଏକ ଚାଳ ଛପର ଘରୁ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ବାସ୍ତବରେ ଏକ ମଣିଷ ତିଆରି କାରଖାନାରେ ପରିଣତ ହୋଇଛି।
ହୀରକ ଜୟନ୍ତୀ ଅବସରରେ ପୁରାତନ ଛାତ୍ର ସଂସଦ ଦ୍ୱାରା ପ୍ରସ୍ତୁତ ହୋଇଛି ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ – ସାବିତ୍ରୀ ଫିଲ୍ସ ଦ୍ୱାରା ନିର୍ମାଣ ହୋଇଥିବା ଏହି ଫିଲ୍ମଟିର ରଚନା, ନିର୍ଦେଶନା ଦେଇଛନ୍ତି ସୁନାମ ଧନ୍ୟ ପ୍ରାମାଣିକ ଚଳଚିତ୍ର ନିର୍ମାତା ଓ ନିର୍ଦେଶକ ଜିତେନ୍ଦ୍ର ପଟ୍ଟନାୟକ I ଲୋକାର୍ପିତ ଖୁବଶୀଘ୍ର…
ଶୈକ୍ଷିକ ପରମ୍ପରା ବେଶ୍ ନିଆରା। ବିଦ୍ୟାଳୟଟି ସବୁ କ୍ଷେତ୍ରରେ ସଫଳ। ପିଲାମାନଙ୍କ ପାଇଁ ଏଠି ରହିଛି ସ୍ମାଟ୍ କ୍ଲାସ୍ରୁମ, ଲାଇବ୍ରେରୀ, ବିଜ୍ଞାନାଗାର ଓ ଅନ୍ୟାନ୍ୟ ଶ୍ରେଣୀଗୃହ।
ଆଉ ଶତାଧିକ ନାରିକେଳ ବୃକ୍ଷରାଜି ଭିତରେ ଥିବା ସ୍କୁଲର ଖେଳ ପଡ଼ିଆରେ ପିଲାମାନଙ୍କ ପ୍ରତିଦିନର ଖେଳ କସ୍ରତ ଏକ ସୁସ୍ଥ ବାତାବରଣକୁ ଆମନ୍ତ୍ରଣ କରୁଛି। ଜାତୀୟ ସ୍ତରର ଖେଳାଳି ବି ଏଇଠୁ ସୃଷ୍ଟି ହୋଇଛନ୍ତି। ସେହିପରି ସ୍ମୁଲରେ ଥିବା ସୁନ୍ଦର ବାଗିଚା ଆଉ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ।