ମାଡ଼ି ଆସୁଛି ‘ଲଘୁଚାପ’
ଭୁବନେଶ୍ୱର//TATKAL ODISHA//
ପୁଣି ଏକ ଲଘୁଚାପ ମାଡ଼ି ଆସୁଛି I
ବଙ୍ଗୋପସାଗରରେ ସୃଷ୍ଟ ଏହି ଲଘୁଚାପ ଏବେ ଘୁର୍ଣ୍ଣିବଳୟ ସ୍ଥିତିରେ ରହିଛି I ତାହା ଅଧିକ ଘନୀଭୂତ ହେଲେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବୋହିବ I
ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର କହିଛି ଯେ, ନଭେମ୍ବର ପ୍ରଥମ ସପ୍ତାହର ଲଘୁଚାପ ପୂର୍ଣ୍ଣରୂପ ନେବ I
ସମ୍ଭବତଃ ନଭେମ୍ବର 6 ସୁଦ୍ଧା ପ୍ରବଳ ଛେଚିବ I ନଭେମ୍ବର ପହିଲାରୁ ଉପକୂଳ ଓଡ଼ିଶାରେ ପାଗ କୋହଲା ପାଗ ରହିଛି। କିଛି ସ୍ଥାନରେ ଝିପଝିପ୍ ବର୍ଷା ହୋଇଥିବା ଜଣାପଡ଼ିଛି।