ଟଙ୍କପାଣି କୁଆଖାଇ ନଦୀ ପଠାରେ ଐତିହାସିକ ଏକାମ୍ର ବାଲିଯାତ୍ରା : ରାଜ୍ୟର ତୃତୀୟ ବୃହତ ଉତ୍ସବ

0

  • – ପ୍ରାୟ ଦେଢ଼ ହଜାର ଷ୍ଟଲ ବସିବା ନେଇ ବ୍ୟବସ୍ଥା 
  • – ନାମୀ ଦାମୀ କଳାକାର କରିବେ କଳା ପ୍ରଦର୍ଶନ  
  • ସୁରକ୍ଷା କଡ଼ାକଡି, ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା 
  • ଭୁବନେଶ୍ୱର//TATKAL ODISHA//
  • +++++++++++++++++
  • (ରିପୋର୍ଟ : ସଂଗୀତା ମହାନ୍ତି )
  • +++++++++++++++++

ବାସୁଆଘାଇ ପଞ୍ଚାୟତ ଅଧିନସ୍ଥ କୁଆଖାଇ ନଦୀ ପଠାରେ ପ୍ରଥମକରି ଐତିହାସିକ ବାଲିଯାତ୍ରା ଆରମ୍ଭ ହେବାକୁ ଯାଉଛି I ତାହା କଟକ ଓ ପାରାଦ୍ୱୀପ ପରେ ରାଜ୍ୟର ତୃତୀୟ ବୃହତ୍ ବାଲିଯାତ୍ରା ହେବ ବୋଲି ଆୟୋଜକମାନେ ଦାବି କରିଛନ୍ତି I

   ମିଳିଥିବା ସୂଚନାନୁସାରେ ଟଙ୍କପାଣି ବ୍ରିଜ ସନ୍ନିକଟ ନଦୀ ପଠାରେ ଏହି  ଐତିହାସିକ ବାଲିଯାତ୍ରା କରାଯିବ ବୋଲି ଗତ ଶାରଦୀୟ ଦୁର୍ଗାପୂଜାରେ ପୂଜାକମିଟି ସଦସ୍ୟମାନେ ଘୋଷଣା କରିଥିଲେ I ଏହା ପରେ ପଞ୍ଚାୟତ ଅନ୍ତର୍ଗତ ବାଙ୍କୁଆଳ, ବାସୁଆଘାଇ, କେଶୁରା, କୋରଡ଼କଣ୍ଟା ଆଦି ଗ୍ରାମର ମୁଖିଆମାନେ ଏଭଳି ଐତିହାସିକ ବାଲିଯାତ୍ରାକୁ ସଫଳ କରିବାକୁ ଏକାଠି ହୋଇଛନ୍ତି I ତେବେ ରାଜ୍ୟ ସରକାରଙ୍କ ଠାରୁ ଆବଶ୍ୟକୀୟ ଅନୁମୋଦନ ମିଳିବା ପରେ ଏହି ସ୍ଥାନରେ ବଡ଼ ଧରଣର ବାଲିଯାତ୍ରା ହେବା ନେଇ ବାଟ ଖୋଲିଛି I 

“ରାଜ୍ୟ ସରକାରଙ୍କ ଠାରୁ ଆବଶ୍ୟକୀୟ ଅନୁମୋଦନ ମିଳିବା ପରେ ଏହି ସ୍ଥାନରେ ବଡ଼ ଧରଣର ବାଲିଯାତ୍ରା ହେବା ନେଇ ବାଟ ଖୋଲିଛି”

ଏକାମ୍ର ବାଲିଯାତ୍ରା ମହୋତ୍ସବ

************************************************

ବାଲିଯାତ୍ରାକୁ ଆଉ ପ୍ରାୟ ପନ୍ଦର ଦିନ ବାକି ଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଜେସବି ଓ ମେସିନ ଜରିଆରେ ଚିହ୍ନଟ ସ୍ଥଳକୁ ଦିନ ରାତି ପରିଷ୍କାର ପରିଚ୍ଛନ୍ନ କରାଯାଉଛି I ନୀଚା ସ୍ଥାନରେ ବାଲି ଓ ପଥର ଗୁଣ୍ଡ ପକାଯାଇ ସମାନ କରାଯାଇଛି I  

  • TATKAL ODISHAକୁ ବାଲିଯାତ୍ରା କମିଟିର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି ଯେ, ଆମ ଓଡ଼ିଆ ଜାତିର ପାରମ୍ପରିକ ସଂସ୍କୃତିକୁ ବଜାଇ ରଖିବା ନିମନ୍ତେ ଏଭଳି ବାଲିଯାତ୍ରା ଆୟୋଜନ କରାଯାଉଛି I କାର୍ତ୍ତିକ ପୁର୍ଣିମା ଦିନରୁ ଏହି ବୋଇତ ବନ୍ଦାଣ(ନଭେମ୍ବର 15) ଉତ୍ସବର ଶୁଭାରମ୍ଭ ହେବ I ସାତ ଦିନ ଧରି ତାହା ଚାଲିବ I ପ୍ରାୟ ଦେଢ଼ ହଜାର ଷ୍ଟଲ ପକାଇବା ନେଇ ପ୍ରସ୍ତାବ ରହିଛି I ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ନାମୀ ଦାମୀ କଳାକାର ଏଠି କଳା ପରିବେଷଣ କରିବେ I ଜନସାଧାରଣଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି ହେବା ସହ ଗାଡ଼ି ପାର୍କିଂର ସୁବନ୍ଦୋବସ୍ତ ହୋଇଛି I ତେଣୁ ହଜାର ହଜାର ସଂଖ୍ୟାରେ ଲୋକେ ଆସି ଏହି ବାଲିଯାତ୍ରାରେ ସମାଗମ ହେବ ବୋଲି ଅନୁମାନ କରାଯାଉଛି I”  

 ତେବେ ବାସୁଆଘାଇ ପଞ୍ଚାୟତ ଅଧିନସ୍ଥ କୁଆଖାଇ ନଦୀ ପଠାରେ ବାଲିଯାତ୍ରା ହେବା କଥା ପ୍ରଚାର ହେବା ମାତ୍ରେ ଆଖପାଖ ଗାଁ ଲୋକେ ଆତ୍ମ ବିଭୋର ହୋଇପଡ଼ିଛନ୍ତି I 

Leave A Reply

Your email address will not be published.