‘ଦାନା’ ମୁକାବିଲା, ଗଞ୍ଜାମରେ ବାତ୍ୟା ଆଶ୍ରୟସ୍ଥଳୀ ସ୍ଥିତି ତଦାରଖ କଲେ ଖଣି ମନ୍ତ୍ରୀ

0

ଭୁବନେଶ୍ୱର //TATKAL ODISHA//

ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ଦାୟିତ୍ଵରେ ଥିବା ବାଣିଜ୍ୟ ଓ ପରିବହନ, ଇସ୍ପାତ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଛନ୍ତି । ଗୋପାଳପୁରର ମାର୍କଣ୍ଡି, ଚିକିଟିର ରାମୟପାଟଣା, ଖଲ୍ଲିକୋଟର ସୁବଳିଆ, ଛତ୍ରପୁରର ପୋଡପେଟା ଆଦି ବାତ୍ୟା ପ୍ରଭାବିତ ଅଞ୍ଚଳରେ ମନ୍ତ୍ରୀ ବାତ୍ୟା ଆଶ୍ରୟସ୍ଥଳୀ ଦେଖୁଥିଲେ । ସେଠାରେ ଲୋକମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥୁବା ଖାଦ୍ୟପେୟ ଓ ଅନ୍ୟାନ୍ୟ ସୁବିଧାଗୁଡ଼ଇକ ସଂପର୍କରେ ମନ୍ତ୍ରୀ ତଦାରଖ କରିଥିଲେ ।

“ପ୍ରସ୍ତୁତି କାର୍ଯ୍ୟ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି..ସମୁଦ୍ରକୂଳବର୍ତ୍ତୀ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିରାପଦ ଭାବରେ ସ୍ଥାନାନ୍ତରିତ କରାଯାଇଛି”..

TATKAL ODISHAକୁ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ପ୍ରସ୍ତୁତି କାର୍ଯ୍ୟ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ସମୁଦ୍ରକୂଳବର୍ତ୍ତୀ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିରାପଦ ଭାବରେ ସ୍ଥାନାନ୍ତରିତ କରାଯାଇଛି । ୧୧ଟି ସ୍ଥାନରେ ସରକାରୀ ଅଧିକାରୀଙ୍କୁ ମୁତୟନ କରାଯାଇଛି । ସରକାରଙ୍କ ପକ୍ଷରୁ ଜିରୋ କାଜୁଆଲିଟି ଲକ୍ଷ୍ୟ ରଖାଯାଇଥିବାବେଳେ ସତର୍କତା ଅବଲମ୍ବନ କରିବା ସହିତ ବାତ୍ୟା ନେଇ କୌଣସି ପ୍ରକାରେ ଭୟଭୀତ ନହେବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ଜେନା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ପ୍ରସ୍ତୁତି କାର୍ଯ୍ୟ ନେଇ ବିସ୍ତୃତ ଆଲୋଚନା କରିଛନ୍ତି ।

ଆଜି ବିଭିନ୍ନ ଅଞ୍ଚଳ ବୁଲି ତଦାରଖ କରିବା ସମୟରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସହିତ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.