ଲ୍ୟାଣ୍ଡଫଲ ପରେ ମୋଡ଼ ବଦଳାଇବ ‘ଦାନା’
- IMD ପ୍ରକାଶ କଲା ରିପୋର୍ଟ
- ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA//
ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍ ପରେ ପଶ୍ଚିମ ଓ ପଶ୍ଚିମଦକ୍ଷିଣ ଆଡ଼େ ଟିକେ ରିକର୍ଭ କରିପାରେ I
ବାତ୍ୟା ପ୍ରଭାବରେ ୨୬ ବେଳକୁ ଉପକୂଳ ସହ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ I
ଗୁରୁବାର ଏହି ରିପୋର୍ଟ ପ୍ରକାଶ କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି I
ବାତ୍ୟା ଦାନା ଭିତରକନିକା -ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ I ପବନର ବେଗ ନେଇ ପୂର୍ବ ଆକଳନ ଅପରିବର୍ତ୍ତିତ ରହିଛି I ଘଣ୍ଟା ପ୍ରତି ପବନର ବେଗ 100ରୁ 120 କିମି ରହିବ I
ଏବେ ଉପକୂଳ ଓଡ଼ିଶାରେ ଧିମା ବର୍ଷା ଆରମ୍ଭ ହୋଇଛି I କେବଳ ବାଲେଶ୍ୱର ଜିଲ୍ଲା ନୀଳଗିରିକୁ ଛାଡ଼ି ଅନ୍ୟ ସ୍ଥାନରେ ପବନ ସାମାନ୍ୟ ହେଉଛି I
- ଦେଖନ୍ତୁ TATKAL ODISHAର ପୂର୍ଵ ରିପୋର୍ଟ..
// CYCLONE BREAKING //
260 କିମି ଦୂରରେ ବାତ୍ୟା ‘ଦାନା’: ପବନ କମ, ବର୍ଷା ଅଧିକ