ପାରାଦ୍ୱୀପ ଠାରୁ 730 କିମି ଦୂରରେ ବାତ୍ୟା ‘ଦାନା’
- ଓଡ଼ିଶାରେ ତିନି ବନ୍ଦରରେ ଏକ ନଂ ବିପଦ ସଂକେତ
ଭୁବନେଶ୍ବର// TATKAL ODISHA L//
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’
ଦକ୍ଷିଣ ପୂର୍ବ ପାରାଦ୍ୱୀପ ଠାରୁ 730 କିମି ଦୂରରେ ରହିଛି I
ଗଭୀର ଅବପାତ ରୂପ ନେଇସାରିଥିବା ଏହି ସାମୁଦ୍ରିକ ଝଡ଼ କ୍ରମଶଃ ଭୟଙ୍କର ହେଉଛି I
24 ସକାଳ ସୁଦ୍ଧା ‘ଭୀଷଣ ବାତ୍ୟା’ରେ ରୂପାନ୍ତରିତ ହୋଇ 25 ପୂର୍ବାହ୍ନରେ ଉପକୂଳ ଛୁଇଁବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ପାଣିପାଗ ବିଭାଗ ପକ୍ଷରୁ ପୁରୀ, ଗୋପାଳପୁର, ପାରାଦୀପ ଓ ଧାମରା ବନ୍ଦରକୁ ଏକ ନମ୍ୱର ବିପଦ ସଙ୍କେତ ଦିଆହୋଇଛି। ମଙ୍ଗଳବାର ଠାରୁ 25 ତାରିଖ ଯାଏଁ ସମୁଦ୍ରକୁ ନ ଯିବାକୁ ମତ୍ସଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।
ବାତ୍ୟା ପ୍ରଭାବରେ 23ରୁ ଉପକୂଳ ଓଡ଼ିଶାରେ ପବନ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିପାଇଁ ରାଜ୍ୟର ଆଠ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ସେସବୁ ଜିଲ୍ଲାଗୁଡ଼ିକ ହେଉଛି..
- ଭଦ୍ରକ,
- ବାଲେଶ୍ବର,
- ଜଗତସିଂପୁର,
- କେନ୍ଦ୍ରାପଡା,
- ଯାଜପୁର,
- ପୁରୀ,
- ଗଞ୍ଜାମ,
- ଖୋର୍ଦ୍ଧା
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା,ଜଗତସିଂହପୁର ଜିଲ୍ଲାପାଳଙ୍କୁ ଜରୁରୀ ଚିଠି ଦେଇ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି I ଯେମିତି କେହି ମୃତାହତ ହେବେ ନାହିଁ ସେଥିପାଇଁ ସତର୍କ ରହିବାକୁ କୁହାଯାଇଛି I
- ଦେଖନ୍ତୁ ପୂର୍ବ ରିପୋର୍ଟ…
// CYCLONE BREAKING //
ବାତ୍ୟା ‘ଦାନା’ : ଭୟଙ୍କର ହେବା ସତ୍ୱେ କରୁଛି ‘ଧୀରଚଳନ’