ବାତ୍ୟା ‘ଦାନା’ : ଭୟଙ୍କର ହେବା ସତ୍ୱେ କରୁଛି ‘ଧୀରଚଳନ’

0
  • ବାତ୍ୟା ‘ଦାନା’ ଓଡିଶାରେ ପୁରୀରୁ ପାରାଦୀପ ମଧ୍ୟରେ ‘ଲ୍ୟାଣ୍ଡଫଲ‘ କରିବ ବୋଲି ପୂର୍ବାନୁମାନ
  • ଗଭୀର ସମୁଦ୍ର ଭିତରେ ଯେତେ ସମୟ ରହିବ ବାତ୍ୟା ଆହୁରି ଶକ୍ତିଶାଳୀ ହେବ
  • ନୂଆଦିଲ୍ଲୀ, ଭୁବନେଶ୍ୱର //TATKAL ODISHA//

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଉ ପ୍ରାୟ ବାର ଘଣ୍ଟା ଭିତରେ ଅବପାତରେ ପରିଣତ ହୋଇ ‘ବାତ୍ୟା’ ‘ଦାନା’ରେ ରୂପ ନେବ I 

 ତାହା କ୍ରମଶଃ ଭୟଙ୍କର ହୋଇ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ଆରମ୍ଭ କରିଥିଲେ ହେଁ ଧୀରାଚଳନ କରୁଛି I 

ବାତ୍ୟା ‘ଦାନା’ ଓଡିଶାରେ ପୁରୀରୁ ପାରାଦୀପ ମଧ୍ୟରେ ‘ଲ୍ୟାଣ୍ଡଫଲ‘ ବୋଲି ପୂର୍ବାନୁମାନ କରାଯାଇଛି I 

“ଗଭୀର ସମୁଦ୍ର ଭିତରେ ଯେତେ ସମୟ ରହିବ ବାତ୍ୟା ‘ଦାନା’ ଆହୁରି ଶକ୍ତିଶାଳୀ ହେବ” : IMD

 ସାଟେଲାଇଟ ଓ ମାଡ୍ୟୁଲାର ରିପୋର୍ଟ ଭିତିରେ ଭାରତ ପାଣିପାଗ ବିଭାଗ( ଆଇଏମଡି) କହିଛି ଯେ, ଗଭୀର ସମୁଦ୍ର ଭିତରେ ଯେତେ ସମୟ ରହିବ ବାତ୍ୟା ଆହୁରି ଶକ୍ତିଶାଳୀ ହେବ I 

ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଖୋର୍ଦ୍ଧା, ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲାରେ ସିଧାସଳଖ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି I 

  ବାତ୍ୟା ଯୋଗୁଁ ପବନର ବେଗ ଶହେ କୋଡିଏ ଟପିବା ସମ୍ଭାବନା ଥିବାବେଳେ ଦୁଇ ଶହ ମିମିରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି। ସେଥିପାଇଁ ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।

ଓଡ଼ିଶା ସରକାରଙ୍କ ପକ୍ଷରୁ ଉପକୂଳ ଜିଲ୍ଲାରେ ‘ହାଇ ଆଲର୍ଟ’ ଜାରି ହୋଇଛି I ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା କ୍ରମାଗତ ଭାବେ ସ୍ଥିତିର ସମୀକ୍ଷା କରୁଛନ୍ତି I ଓଡ୍ରାଫ ବାହିନୀ ମୁତୟନ ହେବାକୁ ନିଷ୍ପତ୍ତି ହୋଇଛି I ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲାପାଳମାନଙ୍କୁ ସମ୍ଭାବ୍ୟ ବାତ୍ୟା ପାଇଁ ଆଗୁଆ ସତର୍କ ରହିବା ସହ କଳାବଜାରୀଙ୍କୁ ନଜର ରଖିବାକୁ ନିର୍ଦେଶ ଦେଇଛନ୍ତି I

  • ଦେଖନ୍ତୁ TATKAL ODISHAର ପୂର୍ବ ରିପୋର୍ଟ…

// CYCLONE BREAKING //

ମାଡ଼ି ଆସୁଛି ବାତ୍ୟା ‘ଦାନା’

Leave A Reply

Your email address will not be published.