ମାଡ଼ି ଆସୁଛି ବାତ୍ୟା ‘ଦାନା’

0
  • 23ରେ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପନେବ
  • 24ରେ ଲ୍ୟାଣ୍ଡ କରି ତାଣ୍ଡବ ରଚିବ
  • ଆସନ୍ତା 24 ଓ 25 ତାରିଖ ଗୁରୁତ୍ବପୂର୍ଣ୍ଣ: ଆଇଏମଡି
  • ନୂଆଦିଲ୍ଲୀ,ଭୁବନେଶ୍ୱର // TATKAL ODISHA//

ମାଡ଼ି ଆସୁଛି ବାତ୍ୟା ‘ଦାନା’। କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଏହି ବାତ୍ୟା ଧୀରଚଳନ କରି ଉପକୂଳ ମୁହାଁ ହେଉଛି I ଆଗାମୀ 48 ଘଣ୍ଟା ପରେ ତାହା ଅଧିକ ଘନୀଭୂତ ହୋଇ ତାଣ୍ଡବ ରଚିବ I ପ୍ରବଳ ବର୍ଷା ସାଙ୍ଗକୁ ପବନ ବୋହିବ I 

  ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) କହିଛି ଯେ, ଏବେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ  ଆସନ୍ତା 22ରେ ଅବପାତର ରୂପ ନେବ ଏବଂ 23ରେ  ଅଧିକ ଘନୀଭୂତ ବାତ୍ୟା ରୂପ ନେବ I 24ରେ ଲ୍ୟାଣ୍ଡ କରିବ I  

ବାତ୍ୟା ଓଡିଶା-ପଶ୍ଚିମବଙ୍ଗ ମଧ୍ଯବର୍ତ୍ତି ଅଞ୍ଚଳରେ ବାତ୍ୟା ଲ୍ୟାଣ୍ଡ କରିବ ବୋଲି ପୂର୍ବାନୁମାନ କରାଯାଇଛି । 

“ବାତ୍ୟାର ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି 100ରୁ 140 କିମି ପର୍ଯ୍ୟନ୍ତ ରହିବ I ପରେ ପବନର ବେଗ ବଡ଼ିବ ବୋଲି ଆମେରିକା ନେଭାଲ  ଓ ଜର୍ମାନୀ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି ” 

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ,ବର୍ତ୍ତମାନ ସୁଦ୍ଧା ମହାବାତ୍ୟା ହେବାର ସମ୍ଭାବନା ନାହିଁ । କିନ୍ତୁ ବାତ୍ୟାର ପ୍ରକୋପ ଅଧିକ ରହିପାରେ। ଏହି ସମୟରେ ସାମୁଦ୍ରିକ ଜୁଆର ମଧ୍ୟ ଆସିପାରେ ।ତେଣୁ 23ରୁ ଓଡିଶା ଉପକୂଳରେ 45 କିମି ବେଗରେ ପବନ ବହିବ । ଏଥିପାଇଁ ଆସନ୍ତା 24 ଓ 25 ତାରିଖ ଗୁରୁତ୍ବପୂର୍ଣ୍ଣ ।

 ଅନ୍ୟପକ୍ଷରେ ବାତ୍ୟା ରୂପ ନେବା ପରେ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି 24ରେ ଉପକୂଳ ଛୁଇଁବ । ସେତିକିବେଳେ ପବନର ବେଗ ଘଣ୍ଟା ପ୍ରତି 100ରୁ 140 କିମି ପର୍ଯ୍ୟନ୍ତ ରହିବ I ପରେ ପବନର ବେଗ ବଡ଼ିବ ବୋଲି ଆମେରିକା ନେଭାଲ  ଓ ଜର୍ମାନୀ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି I 

Leave A Reply

Your email address will not be published.