କୁଆଡ଼େ ଗଲେ ‘ପି’?

0

++++++++++++++++++++++++++++

ପୂଜାରୁ ପୂଜା.. I ବର୍ଷକର ହିସାବ ନିକାଶ I ଯେମିତି ଉତ୍ଥାନ, ସେମିତି ପତନ ! ଯେମିତି ତମ୍ବିତୋଫାନ, ସେମିତି ବି ଅନ୍ୟ ଚକ୍ଷୁରେ ହୀନିମାନ!!

ସେ ହେଉଛନ୍ତି ‘ପି’ ଓରଫ ପାଣ୍ଡିଆନ I ତାଙ୍କୁ ନେଇ ଲୋକଙ୍କ ମନରେ ଏବେ ଅନେକ ପ୍ରଶ୍ନ I କ’ଣ କରୁଛନ୍ତି ସେ? କେଉଁଠି ଅଛନ୍ତି? ଓଡ଼ିଶାରେ ରହି ରାଜନୀତି କରିବେ ନା’ ନିଜ ରାଜ୍ୟ ତାମିଲନାଡୁ ଚାଲିଯିବେ??

ଦେଖନ୍ତୁ ସମୀକ୍ଷା ରିପୋର୍ଟ..

+++++++++++++++++++++++++++

  • ଭୁବନେଶ୍ବର,// TATKAL ODISHA//: Analysis//

24 ଅକ୍ଟୋବର 2023I

ଠିକ ବର୍ଷକ ତଳେ ଦୁର୍ଗାପୂଜାର ମାହୋଲ ଭିତରେ ଅପ୍ରତ୍ୟାଶିତ ଭାବେ ‘ପି’ ଅର୍ଥାତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ ତଥା 5-ଟି ସଚିବ ଭି କେ ପାଣ୍ଡିଆନ ଚାକିରୀ ଛାଡିଦେଇ ହଇ ଚଇ ସୃଷ୍ଟି କରିଦେଲେ I ସେ ସ୍ଵେଚ୍ଛାକୃତ ଅବସର ନେବାର ଆବେଦନକୁ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରାଳୟ ଅନୁମୋଦନ କରିଥିଲା। ଚାକିରିରୁ ଅବସର ପରେ ଭି କେ ପାଣ୍ଡିଆନଙ୍କୁ ମିଳିଥିଲା ନୂଆ ଦାୟିତ୍ଵ। ସେ ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ ଏବଂ ରାଜ୍ୟ ସରକାର ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପ୍ରଦାନ କରିଥିଲେ I

ଏଇଠୁ ପାଣ୍ଡିଆନଙ୍କ ଆରମ୍ଭ ହୋଇଥିଲା ପ୍ରତ୍ୟକ୍ଷ ରାଜନୀତି I

ହେଲେ ସର୍ବଦା ଷଣ୍ଡୁଆସି ଆକ୍ରମଣ କରୁଥିବା ବିରୋଧୀ ପାଣ୍ଡିଆନଙ୍କ ଏହି ନୂଆ ଅବତାରକୁ ସହଜରେ ଗ୍ରହଣ କରିପାରି ନ ଥିଲେ I କାରଣ ତାଙ୍କ ଚାକିରୀ ଛାଡିବା ପଛରେ କିଛି ‘ବଡ଼ ଷ୍ଟ୍ରIଟେଜି’ ଥିବା ଅନୁମାନ କରିଥିଲେ ବିରୋଧୀ I ଛାମୁଆଁ ନେତା ଭାବୁଥିଲେ, ଭି କେ ପାଣ୍ଡିଆନ ଚାକିରୀ ଛାଡିଲେ କିଛି କରିପାରିବେ ନାହିଁ। ସେଥିପାଇଁ ସେମାନେ ପୂର୍ବରୁ ପଣ୍ଡିଆନ ଚାକିରୀ ଛାଡି ରାଜନୀତି କରନ୍ତୁ ବୋଲି ଆହ୍ବାନ ଦେଉଥିଲେ I ତାହା ହିଁ ହେଲା। ପାଣ୍ଡିଆନ ଚାକିରୀ ଛାଡି ନୂଆ ଦାୟିତ୍ବ ଗ୍ରହଣ କଲେ।

ବିଜେପି ସଭାପତି ମନମୋହନ ସାମଲ ସେତେବେଳେ କହିଥିଲେ ଯେ, “ଆମେ ଆଗରୁ କହିଥିଲୁ, ସେ ଚାକିରୀରୁ ଇସ୍ତଫା ଦେଇ ପ୍ରତ୍ୟେକ୍ଷ ରାଜନୀତି କରନ୍ତୁ। ତାହା ହି କରିଛନ୍ତି। ବିଜେପି ତାହାର ନୀତି ଆଦର୍ଶରେ ରହିଛି। ଭବିଷ୍ୟତରେ ରହିବ ମଧ୍ୟ। ଆମେ ତାଙ୍କର ଚାକିରୀ ଓ ରାଜନୀତି ଗୋଟିଏ ନ କରିବା ପାଇଁ ଆହ୍ବାନ କରିଥିଲୁ। ଏଣିକି ଖୋଲା ରାଜନୀତି ହେବ।”

ସେହିପରି ପାଣ୍ଡିଆନଙ୍କ ଇସ୍ତଫାକୁ କେନ୍ଦ୍ର ସରକାର ଗ୍ରହଣ କରିବା ନେଇ ପ୍ରଶ୍ନ ଉଠାଇଥିଲା କଂଗ୍ରେସ। ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ, ଶୁକ୍ରବାରରେ ପାଣ୍ଡିଆନ କେନ୍ଦ୍ର ସରକାରଙ୍କୁ ଇସ୍ତଫା ପତ୍ର ପଠାଇଲେ। ଶନି, ରବି, ସୋମ ଓ ମଙ୍ଗଳ ଚାରି ଦିନ ଛୁଟି ଅଛି। ଏହି ଛୁଟିରେ ତାଙ୍କର ଇସ୍ତଫାକୁ ଗ୍ରହଣ କରି ବିଜ୍ଞପ୍ତି ପ୍ରକାଶ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କ୍ଷମତାକୁ ଆସିବାକୁ ବିଜେଡି ଓ ବିଜେପି ମିଶି କିଛି ଷଡ଼ଯନ୍ତ୍ର ରଚିଥିବା ଅନୁମାନ କରାଯାଉଛି I”

ହେଲେ ଗୋଟିଏ ବର୍ଷ ପରେ ଓଲଟିଛି ସ୍ଥିତି I ସରକାର ବଦଳିଛି I ଚବିଶ ବର୍ଷର ବିଜେଡି ସରକାରଙ୍କୁ ଧୂଳି ଚଟାଇ ବିଜେପି କ୍ଷମତାସୀନ ହୋଇଛି I ପାଣ୍ଡିଆନ ରାଜନୀତିରୁ ସନ୍ୟାସ ନେଇ କୁଆଡ଼େ ‘ଉଭାନ’ ହୋଇ ଯାଇଛନ୍ତି I ଏପରିକି ନିଜ IAS ପତ୍ନୀ ସୁଜାତା କାର୍ତ୍ତିକେୟନ ବି ଦୀର୍ଘ ମାସ ଛୁଟିରେ ଯାଇଛନ୍ତି I

ହେଲେ ପାଣ୍ଡିଆନ ଗଲେ କୁଆଡ଼େ?

ଜୟଦେବ ଭବନ ସମ୍ମୁଖ ଫ୍ରିଡମ ଟ୍ରି ପାର୍ଶ୍ଵରେ ଛିଡ଼ା ହେଉଥିବା କିଛି ଚେଙ୍ଗଡ଼ା ଟୋକା କହିଛନ୍ତି, ‘ପି’ ଏବେ ନବୀନ ନିବାସରେ ରାତିରେ ଟହଲ ମାରୁଛନ୍ତି I ଲୋକଙ୍କୁ ଆଉ ନିଜ ବଦନ ଦେଖାଇବାକୁ ସେ ଚାଁହୁନାହାନ୍ତି I ସେ କୁଆଡ଼େ ଦିଲ୍ଲୀ ଯାଇ ନିଜ ସୁରକ୍ଷା ପାଇଁ ବି ଲବି କରୁଛନ୍ତି I “

ବିଜେପିର ବଡ଼ ଅସ୍ତ୍ର ହେଉଛି -‘ଓଡ଼ିଆ ଅସ୍ମିତା’…ପାଣ୍ଡିଆନ ନ ରହିଲେ ସବୁ ଅଙ୍କ ଭୁଲ ହୋଇଯିବ”!!

ହେଲେ ତାହା କେତେଦୂର ସତ ସ୍ପଷ୍ଟ ହୋଇନାହିଁ I

ଗୋଟିଏ କଥା ଚର୍ଚ୍ଚା ହେଉଛି, ପାଣ୍ଡିଆନ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ସହ ଥିବାଯାଏ ବିଜେପି ପାଇଁ ହେବ କାଚେପୁଅବାର ସଦୃଶ I ଓଡ଼ିଶାରେ ‘ରାଜନୀତି’ କରିବା ସେମାନଙ୍କ ପକ୍ଷରେ ସହଜ ବି ହେବ I କାରଣ ବିଜେପିର ବଡ଼ ଅସ୍ତ୍ର ହେଉଛି -‘ଓଡ଼ିଆ ଅସ୍ମିତା’…ପାଣ୍ଡିଆନ ନ ରହିଲେ ସବୁ ଅଙ୍କ ଭୁଲ ହୋଇଯିବ I ଲୋକଙ୍କୁ ‘ଗୁମରା’ କରିଵା ହୁଏତ ସମ୍ଭବ ହେବନାହିଁ I (କ୍ରମଶଃ)

Leave A Reply

Your email address will not be published.