ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବୃଦ୍ଧି
ଭୁବନେଶ୍ୱର,//TATKAL ODISHA//
ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଦଶହରା ଭେଟି ଦେଇଛନ୍ତି ରାଜ୍ୟ ସରକାର ।
ବୁଧବାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ସରକାରୀ କର୍ମଚାରୀମାନେ ୪୬ ପ୍ରତିଶତ ମହାଙ୍ଗା ଭତ୍ତା ପାଇଥିଲେ। ଏବେ ବଢ଼ି ୫୦ ପ୍ରତିଶତ ହୋଇଛି।
ବର୍ଦ୍ଧିତ ମହଙ୍ଗା ଭତ୍ତା ୨୦୨୪ ଜାନୁଆରୀ ଠାରୁ ପିଛିଲା ଭାବେ ଲାଗୁ ହେବ। ଏହାଦ୍ୱାରା ଲକ୍ଷାଧିକ କର୍ମଚାରୀ ଉପକୃତ ହେବେ।