ସରକାରୀ କର୍ମଚାରୀଙ୍କ ଗ୍ରାଚ୍ୟୁଟି ସୀମା, ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି

0
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
  • ୧ ଜନୁଆରୀ ୨୦୨୪ରୁ ଲାଗୁ
  • ଭୁବନେଶ୍ୱର//TATKAL ODISHA//

ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଗ୍ରାଚ୍ୟୁଟିର ସୀମା ୧୫ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବଡ଼ ଘୋଷଣା କରିଛନ୍ତି।

ଫଳରେ ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ମୃତ୍ୟୁ ତଥା ଅବସର କାଳୀନ ଗ୍ରାଚ୍ୟୁଟିକୁ ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ୧ ଜାନୁଆରୀ ୨୦୨୪ରୁ ପିଛିଲା ଭାବରେ ଲାଗୁ କରାଯାଇଛି।


 ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ୧ଜାନୁଆରୀ ୨୦୨୪ରୁ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ରୀୟ ସିଭିଲ ସର୍ଭିସେସ୍ (ପେନସନ୍‌) ନିୟମ ଅନୁଯାୟୀ ମୃତ୍ୟୁ ତଥା ଅବସର କାଳୀନ ଗ୍ରାଚ୍ୟୁଟିକୁ ବୃଦ୍ଧି କରିଛନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ସେବା ସଙ୍ଗଠନଗୁଡ଼ିକ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିଥିଲେ। ସରକାର ସବୁଦୃଷ୍ଟିରୁ ବିଚାର କରି ଏଭଳି ନିଷ୍ପତ୍ତି ନେଇଛନ୍ତି। (

Leave A Reply

Your email address will not be published.