ପୁଣି ବଦଳିବ ନାଁ : ଲୋକସେବା ଭବନ ହେବ ସଚିବାଳୟ?
ଭୁବନେଶ୍ବର,//TATKAL ODISHA//:
ରେଭେନ୍ସା ବିଶ୍ଵବିଦ୍ୟାଳୟର ନାଁ ପରିବର୍ତ୍ତନକୁ ନେଇ ସାରାରାଜ୍ୟରେ ହୋହାଲ୍ଲା ଚାଲିଥିବାବେଳେ ‘ଲୋକସେବା ଭବନ’କୁ ପୁଣି ‘ସଚିବାଳୟ’ କରିବାକୁ ମସୁଧା ଚାଲିଛି I ଏଥିପାଇଁ ରାଜ୍ୟ ସରକାର ପ୍ରାରମ୍ଭିକ ବଡ଼ ବଡ଼ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଏକ ସୁତ୍ରରୁ ଜଣାପଡ଼ିଛି I
ହେଲେ ସରକାରୀ ଭାବେ କିଛି କୁହାଯାଇନାହିଁ I
30 ଜୁଲାଇ 2019ରେ ସଚିବାଳୟ ଲୋକସେବା ଭବନରେ ରୂପାନ୍ତରିତ ହେବ ବୋଲି ବିଧାନସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ପରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା I ସେବେଠାରୁ ସଚିବାଳୟ ଲୋକସେବା ଭବନ ନାମରେ ପରିଚିତ ହୋଇଥିଲା I
ଏବେ ନୂଆ ସରକାର ପୁରୁଣା ନାଁକୁ ଆପଣାଉ ଥିବା ଚର୍ଚ୍ଚା ହେଉଛି I