ସ୍ଵରାଷ୍ଟ୍ର ବିଭାଗର ଶ୍ୱେତ ପତ୍ର : ୧୬୫୫ ଦଙ୍ଗା ମାମଲାରୁ ୧୬୧୯ ସତ୍ୟ
ଭୁବନେଶ୍ୱର//TATKAL ODISHA//
ବିଧାନସଭାରେ ସ୍ଵରାଷ୍ଟ୍ର ବିଭାଗର ଶ୍ୱେତ ପତ୍ର ଉପସ୍ଥାପନ ହୋଇଛି I ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାହା କରିଛନ୍ତି I ୧୬୫୫ଟି ଦଙ୍ଗା ମାମଲା ମଧ୍ୟରୁ ୧୬୧୯ ସତ୍ୟ। ବର୍ଷ ଶେଷ ସୁଦ୍ଧା ୯୨୯ଟି ମାମଲାର ଚାର୍ଜସିଟ୍ ଦାଖଲ ହୋଇଛି।
2023 ଶ୍ବେତ ପତ୍ର ପ୍ରକାଶିତ।୨୦୨୩ ରେ ୨୮୨୬ ଦୁଷ୍କର୍ମ ମଧ୍ୟରୁ ୨୭୬୨ ଟି ମାମଲା ସତ୍ୟ ଅଟେ।ବର୍ଷ ଶେଷ ସୁଦ୍ଧା ୧୮୪୭ମାମଲାର ଚାର୍ଜସିଟ୍ ଦାଖଲ ହୋଇଛି।
୨୦୨୩ରେ ପୁଲିସ ପକ୍ଷରୁ ୫ଥର ଗୁଳିଚାଳନା ହୋଇଛି I
2023 ମସିହାରେ ରାଜ୍ୟରେ ମୋଟ ୧ଲକ୍ଷ୯୯ହଜାର ୯୫୪ ଟି ଧର୍ତବ୍ୟ ଅପରାଧିକ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୧୩୬୨ଟି ହତ୍ୟା,୩୭୦ଡକାୟତି,୨୯୬୧ଟି ଲୁଣ୍ଠନ,୬୦୭୧ଟି ସିନ୍ଧିଚୋରୀ,୧୬୮୫୧ଟି ଚୋରି,୬୧୯୬ଟି ପ୍ରତାରଣା,୧୬୫୫ଟି ଦଙ୍ଗା,୨୮୨୬ଟି ଦୁଷ୍କର୍ମ,୧୧୯୯୨ଟି ମଟରଯାନ ଦୁର୍ଘଟଣା,୧୪୯୬୭୦ବିଭିନ୍ନ ମାମଲା ରହିଛି।
2023 ରେ ଯୌତୁକ ଜନିତ ହତ୍ୟା 231ଟି ମୋକଦ୍ଦମା ହୋଇଥିବା ବେଳେ 95 ଟି ର ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି।
ସେହିପରି ଯୌତୁକ ଜନିତ ଆତ୍ମହତ୍ୟା 2023 ରେ 106 ଟି ରୁଜୁ ହୋଇଥିବା ମୋକଦ୍ଦମା ମଧ୍ୟରୁ 82 ଟିରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି।