ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ, ବନ୍ଦ ହେବ ନାହିଁ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା

0
  • ବିଧାନସଭାରେ ମୋହନ ମାଝୀଙ୍କ ଉତ୍ତର
  • ଭୁବନେଶ୍ୱର//TATKAL ODISHA//

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ବନ୍ଦ କରିବା ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ ।

ବିଧାନସଭାରେ ବିରୋଧୀ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା ସ୍ପଷ୍ଟ କରିଛନ୍ତି I

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ରାଜ୍ୟର ସାମ୍ବାଦିକମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାର ନବୀକରଣ ପ୍ରକ୍ରିୟା ବର୍ତ୍ତମାନ ସରକାରଙ୍କ ବିଚାରାଧୀନ ଅଛି । ନିଷ୍ପତ୍ତି ହେଲେ, ଧାର୍ଯ୍ୟ ସମୟ ପୂର୍ବରୁ ନବୀକରଣ କରାଯିବ I

ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଅବଧି ଶେଷକୁ ବହୁତ କମ ଦିନ ଥିବାରୁ ସାମ୍ବାଦିକ ମହଲରେ ଆଶଙ୍କା ପ୍ରକାଶ ପାଇଛି ବୋଲି TATKAL ODISHA ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା I

ପୁଣି ସେଇ ରିପୋର୍ଟ ଦେଖନ୍ତୁ…

// TATKAL FOCUS //

ସାମ୍ବାଦିକ ସ୍ୱାସ୍ଥ୍ୟ ବୀମାର ଅବଧି ଶେଷ ହେବାକୁ ଆଉ ଦଶ ଦିନ ବାକି : ବଢ଼ୁଛି ଆଶଙ୍କା

Leave A Reply

Your email address will not be published.