ଇଞ୍ଜିନିୟରିଂ କଲେଜରେ ପ୍ରତିଷ୍ଠା ହେବ ଲାଙ୍ଗୁଏଜ୍ ଲ୍ୟାବ୍

0

ଇଞ୍ଜିନିୟରିଂ ପିଲାଙ୍କ ପାଇଁ ତିଆରି ହେବ ସେଣ୍ଟର ଅଫ୍ ଏକ୍ସଲେନ୍ସ ' ଦକ୍ଷତା ବିକା

ଭୁବନେଶ୍ୱର//TATKAL ODISHA //

ଭବିଷ୍ୟତର ଶିକ୍ଷା ପାଇଁ ଏକ ଆଧାର ହେଉଛି ଜାତୀୟ ଶିକ୍ଷା ନୀତି। ଯାହା ପୂର୍ବ ଅସ୍ମିତାକୁ ଫେରାଇ ଆଣିବାକୁ ଏକ ସୁଦୂରପ୍ରସାରୀ ବ୍ୟବସ୍ଥା ।

ଭୁବନେଶ୍ଵରରେ ଆୟୋଜିତ ଅର୍ଗସ୍ ଏଜୁକେସନ୍ ନେକ୍ସଟ୍-2024 ସିଜିନ୍ 3'ରେ ସାମିଲ ହୋଇ ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ନୂତନ ଶିକ୍ଷାନୀତିର ଭୂମିକାର ଗୁରୁତ୍ବ ବୁଝାଇଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଭୁବନେଶ୍ବରରେ ଆୟୋଜିତ ହୋଇଯାଇଛିଅର୍ଗସ୍ ଏଜୁକେସନ୍ ନେକ୍ସଟ୍-2024 ସିଜିନ୍ 3’। ଇନୋଭେସନ ଇନ ଏଜୁକେସନ ଫର୍ ବେଟର୍ ଟୁମୋରୋ' ଅର୍ଥାତ୍ ଉତ୍ତମ ଭବିଷ୍ୟତ ପାଇଁ ଶିକ୍ଷାରେ ଉଦଭାବନ, ଏହା ହିଁ ରହିଛିଅର୍ଗସ୍ ଏଜୁକେସନ୍ ନେକ୍ସଟ୍-2024 ଚଳିତ ସିଜିନର ଥିମ୍। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଶିକ୍ଷା, କ୍ରୀଡ଼ା, ଯୁବ ବ୍ୟାପାର ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଶିଳ୍ପ ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ବାଇଁ । ଏଥିସହ ଅର୍ଗସ ନ୍ୟୁଜ୍ ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା ଓ ଅର୍ଗସ ନ୍ୟୁଜ୍ ସିଇଓ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜାତୀୟ ବୁକ୍ ଟ୍ରଷ୍ଟ ନିର୍ଦ୍ଦେଶକ ଯୁବରାଜ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ I

ପ୍ରତି ଜିଲ୍ଲାରେ ପ୍ରତିଷ୍ଠା ହେବ ଦକ୍ଷତା ବିକାଶ କେନ୍ଦ୍ର’

ଗୋଟିଏ ଜନମଙ୍ଗଳକାରୀ ରାଷ୍ଟ୍ରର ପ୍ରଥମ ଦାୟିତ୍ବ ନିଜର ନାଗରିକଙ୍କ ଭବିଷ୍ୟତକୁ ସୁନ୍ଦର ଓ ସରସ କରିବା । କେନ୍ଦ୍ରରେ ମୋଦି ସରକାର ହୁଅନ୍ତୁ ଅଥବା ରାଜ୍ୟରେ ମୋହନ ମାଝୀଙ୍କ ସରକାର, ଉଭୟଙ୍କ ପ୍ରାଥମିକତାରେ ଶିକ୍ଷା ଓ ଦକ୍ଷତା ବିକାଶ । ଏହି କନକ୍ଲେଭର ବିଭିନ୍ନ ସେସନରେ ବିଶେଷଜ୍ଞ ମାନେ ଶିକ୍ଷା, ଜ୍ଞାନ ଓ ଦକ୍ଷତା ଆଧାରିତ ସମାଜ ନିର୍ମାଣ ଓଡ଼ିଶାକୁ ସମୃଦ୍ଧ କରିବାକୁ ରାସ୍ତା ଖୋଲିବାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଜାତୀୟ ଶିକ୍ଷା ନୀତି କିପରି ଦେଶର ଶିକ୍ଷା ବ୍ୟବସ୍ଥାକୁ ସମୃଦ୍ଧ କରିବା ସହ ଦେଶର ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ନୂଆ ଦିଗ ଦେଇଛି ସେ ଉପରେ ମଧ୍ୟ ଆଲୋକପାତ କରିଥିଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଭବିଷ୍ୟତର ଶିକ୍ଷା ପାଇଁ NEP ଏକ ଆଧାର ବୋଲି କହିଛନ୍ତି ସୂର୍ଯ୍ୟବଂଶୀ ସୂରଜ। ପୂର୍ବ ଅସ୍ମିତାକୁ ଫେରାଇ ଆଣିବାକୁ NEP ଏକ ସୁଦୂରପ୍ରସାରୀ ବ୍ୟବସ୍ଥା। ଶିକ୍ଷାକ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଛି ଜାତୀୟ ଶିକ୍ଷାନୀତି। ସମୃଦ୍ଧିର କାରଣ ଶିକ୍ଷା, ତେଣୁ ବର୍ତ୍ତମାନର ଉପଯୋଗୀ ଶିକ୍ଷା ଜରୁରୀ, ଶିକ୍ଷାର ଭିତ୍ତିଭୂମି ସଜାଡ଼ିବାକୁ ହେବ, ଏବେ ଏହି ଆହ୍ବାନ ଉପନୀତ। ମାତୃଭାଷାରେ ଶିକ୍ଷାଦାନ ହେଲେ ପିଲାଙ୍କ ଜଟିଳ ବୁଦ୍ଧିମତ୍ତା ପ୍ରଖର ହେବ, ମାତୃଭାଷାରେ ଶିକ୍ଷାଦାନ ନୂଆ ଜାତୀୟ ଶିକ୍ଷାନୀତିର ମୂଳ ଅଙ୍ଗ, ଭାରତୀୟ ଶିକ୍ଷା ପଦ୍ଧତିକୁ ଆହୁରି ସମୃଦ୍ଧ କରିବାକୁ ପଡ଼ିବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ।

ସେହିପରି ଦେଶର ଯୁବପିଢ଼ିଙ୍କୁ କୁଶଳୀ କରିବାକୁ ମୋଦି ସରକାର ମିଶନ ମୋଡରେ କାମ କରୁଥିବା କହିଥିଲେ ଦକ୍ଷତା ବିକାଶ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ। ବୈଷୟିକ ଶିକ୍ଷାରେ 2036 ସୁଦ୍ଧା ଓଡ଼ିଶା ହେବ ଅଗ୍ରଣୀ ରାଜ୍ୟ । 2015ରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମିଶନ ମୋଡ୍‌ରେ ଆଗେଇ ଚାଲିଛି। 2015 ଜୁଲାଇ 15ରେ ପ୍ରଧାନମନ୍ତ୍ରୀ ଦକ୍ଷତା ବିକାଶ ଅଭିଯାନ ଶୁଭାରମ୍ଭ କରିଥିଲେ। ଏହାକୁ ସାରା ଦେଶରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଇଞ୍ଜିନିୟରିଂ ପିଲାଙ୍କ ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ ତିଆରି ହେବ । ଯୁବବର୍ଗଙ୍କୁ ଟ୍ରେନିଂ ଏବଂ ଗବେଷଣା କ୍ଷେତ୍ରରେ ଆହୁରି ପାରଙ୍ଗମ କରାଯିବ । ଇଞ୍ଜିନିୟରିଂ କଲେଜ ଗୁଡ଼ିକରେ ଲାଙ୍ଗୁଏଜ୍ ଲ୍ୟାବ୍ ପ୍ରତିଷ୍ଠା କରାଯିବ । ପ୍ରତି ଜିଲ୍ଲାରେ ପ୍ରତିଷ୍ଠା ହେବ ଦକ୍ଷତା ବିକାଶ କେନ୍ଦ୍ର । ପ୍ରତି ଜିଲ୍ଲାରେ ସ୍କିଲ୍ ମ୍ୟାପିଂ କରାଯିବ, 40 ଜଣ ମ୍ୟାପିଂ କରିବେ । ପିଲାଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ପ୍ରତି ଜିଲ୍ଲାରେ ହେବ କୌଶଳ ଭବନ ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ 10ଟି କୌଶଳ ଭବନ ପ୍ରତିଷ୍ଠା ହେବ। ବିମାନ ଚଳାଚଳ କ୍ଷେତ୍ରରେ ପିଲାଙ୍କ ଦକ୍ଷତା ବିକାଶ କରାଯିବ। ଏ ନେଇ ଏୟାର ଇଣ୍ଡିଆରେ କିଛି ଓଡ଼ିଆ ପିଲାଙ୍କୁ ତାଲିମ ଦିଆଯାଇଛି। ବିମାନ ଚଳାଚଳ କ୍ଷେତ୍ରରେ ରାଜ୍ୟରେ ନିଯୁକ୍ତି ସୃଷ୍ଟି ହେବ । ଜନମଙ୍ଗଳକାରୀ ରାଷ୍ଟ୍ରର ନାଗରିକଙ୍କ ବିକାଶ ଆମର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ । `ଅର୍ଗସ୍ ଏଜୁକେସନ ନେକ୍ସଟ୍‌3 ରେ ସାମିଲ ହୋଇ ଜାତୀୟ ଶିକ୍ଷାନୀତିକୁ ଐତିହାସିକ ନିଷ୍ପତ୍ତି କହିଛନ୍ତି NBT ନିର୍ଦ୍ଦେଶକ ଯୁବରାଜ ମଲ୍ଲିକ। କୃତ୍ରିମ ବୁଦ୍ଧିମତାର ପରିଣାମକୁ ନେଇ ପୂରା ବିଶ୍ବ ବିଭିନ୍ନ ଆଶଙ୍କା ଭିତରେ ଡୁବିଥିବା ବେଳେ ସେ ଏହା ଉପରେ ଏକ ସ୍ପଷ୍ଟ ମତ ରଖିଛନ୍ତି। ଭାରତର ଶିକ୍ଷା ପ୍ରଣାଳୀ ବେଶ୍ ଉନ୍ନତ, ଅନ୍ୟ ଦେଶ ଅନୁସରଣ କରୁଛନ୍ତି। କୃତ୍ରିମ ବୁଦ୍ଧିମତା (AI)ଆପଣଙ୍କୁ ପ୍ରଭାବିତ କରିପାରିବ ନାହିଁ ବୋଲି କହିଛନ୍ତି NBT ନିର୍ଦ୍ଦେଶକ।

ନିଜ ସ୍ବାଗତ ଅଭିଭାଷଣରେ ଅର୍ଗସ ନ୍ୟୁଜର ମୁଖ୍ୟ ସମ୍ପାଦକ ଶ୍ରୀ ସଞ୍ଜୟ ଜେନା ଏହି କନକ୍ଲେଭର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। ଆଲୋଚନାରୁ ଶିକ୍ଷାର ନବ ଉନ୍ମେଷ ପାଇଁ କିଛି ନିଷ୍କର୍ଷ ବାହାରିବ । ଏହି ସମ୍ମିଳନୀରେ ଆଲୋଚନାର ନିଷ୍କର୍ଷ ସରକାରଙ୍କ ବିଚାର ପାଇଁ ରଖାଯିବ ବୋଲି ସେ କହିଥିଲେ। ଅର୍ଗସ ନ୍ୟୁଜର ସିଇଓ ପ୍ରକାଶ ସାହୁ ମଧ୍ୟ ନିଜ ସ୍ବାଗତ ଅଭିଭାଷଣରେ ଭବିଷ୍ୟତ ଗଠନରେ ଶିକ୍ଷାର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। ଉତ୍ତମ ଶିକ୍ଷା କିପରି ଉତ୍ତମ ଭବିଷ୍ୟତ ଗଢ଼ିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ, ସେ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।

ତିନିଟି ସେସନରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରଥମ ସେସନରେ ସମସ୍ତଙ୍କ ପାଇଁ ଶିକ୍ଷା ବା ଏଜୁକେସନ ଫର୍ ଅଲ୍ ଉପରେ ହୋଇଥିଲା ଆଲୋଚନା । ପ୍ରଶିକ୍ଷଣ ମାଧ୍ୟମରେ ଶିକ୍ଷକଙ୍କ ବୃତ୍ତିଗତ ବିକାଶ ଉପରେ ହୋଇଥିଲା ଦ୍ବିତୀୟ ସେସନରେ ଚର୍ଚ୍ଚା । ତୃତୀୟ ସେସନରେ ଡାଇନାମିକ୍ସ ଅଫ୍ ସ୍କୁଲ୍ ଏଜୁକେସନ ଉପରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.