ପୁଣି ‘ସମ୍ବାଦ’କୁ ଫେରିଲେ ସୌମ୍ୟ

0
  • ଏବେ ସମ୍ପାଦକ ଭାବରେ ନୁହେଁ, ଅଧ୍ୟକ୍ଷ ଭାବରେ..

ଭୁବନେଶ୍ୱର//TATKAL ODISHA //

ପ୍ରାୟ ନଅ ମାସ ପରେ ‘ସମ୍ବାଦ’କୁ ଫେରିଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ I ଅର୍ଥାତ ସେ ୨୦୨୩ ଅକ୍ଟୋବରରେ ସମ୍ବାଦର ସମ୍ପାଦକ ପଦରୁ ଅବସର ନେଇଥିଲେ । 

-କାହିଁକି?

 -ସେ ସମ୍ବାଦ ଠାରୁ ନିଜେ ଦୁରେଇ ଯାଇଥିଲେ ନା’ ଦୁରେଇ ଦିଆ ଯାଇଥିଲା ?

ହଁ, ତିନୋଟି ସମ୍ପାଦକୀୟ ପାଇଁ ସୌମ୍ୟବାବୁଙ୍କୁ ପୂର୍ବ ସରକାର ଷଣ୍ଡୁଆସୀ ଆକ୍ରମଣ କରିବାରୁ ସେ ବାଧ୍ୟ ହୋଇ ସମ୍ବାଦର ସମ୍ପାଦକ ପଦରୁ ଅବସର ନେଇଥିଲେ I ଏପରିକି ସେ ସେବେଠାରୁ ସମ୍ବାଦ ଭବନର ମାଟି ମାଡ଼ି ନଥିଲେ I

ସୌମ୍ୟ ବାବୁ ଯାହା ଲେଖିଥିଲେ ତାହା ଅପ୍ରିୟ ସତ୍ୟ ଥିଲା I ସେତେବେଳେ ରାଜ୍ୟ ପ୍ରଶାସନ ଓ ରାଜନୀତିରେ ଦୌରାତ୍ମ୍ୟ କରୁଥିବା ‘ପି’ ନିଜ ଦେହକୁ ନେଇ ସମ୍ବାଦ ଉପରେ ଆକ୍ରମଣ କରିଥିଲେ I ସୌମ୍ୟ ବାବୁ ଯେଉଁମାନଙ୍କୁ ହାତରେ ଗଢ଼ି ଥିଲେ ସେମାନେ ହିଁ ବିଭୀଷଣ ସାଜିଥିଲେ I ଏହା ବେଶୀ ଦୁଃଖ ଦେଇଥିଲା ସୌମ୍ୟ ବାବୁଙ୍କୁ I 

ଓଡ଼ିଆ ସାମ୍ବାଦିକ ଜଗତର ସୌମ୍ୟବାବୁ ହେଉଛନ୍ତି ମହାଦ୍ରୁମ ଭଳି I ଆଜି ଆମେ ଯେତେ ବଡ଼ ବଡ଼ ସାମ୍ବାଦିକ ଦେଖୁଛୁ ସେମାନେ ତାଙ୍କର ଛାତ୍ର I ଅଧିକାଂଶ ତାହା ସ୍ୱୀକାର କରନ୍ତି I 

ସୌମ୍ୟ ବାବୁ ‘ଆମ ଘରର ହାଲଚାଲ’ ଶୀର୍ଷକ ସ୍ତମ୍ଭରେ ଗୋଟିଏ ମାରାତ୍ମକ ପ୍ରସଙ୍ଗ ଉତ୍ଥାପନ କରିଥିଲେ I ତାହା ହେଉଛି . ..

ବୋହୁ ବନାମ ଜ୍ୱାଇଁ

ବୋହୁ ସବୁଦିନିଆ I ଘରର ଚାବିକାଠି ତାଙ୍କୁ ମିଳିବ, ଜ୍ୱାଇଁ ଅଢେଇ ଦିନିଆ I ସେ ପରିବାର ଗେଷ୍ଟ, ସ୍ଥାୟୀ ସଦସ୍ୟ ନୁହେଁ I ତେଣୁ ଜ୍ୱାଇଁର ପରିବାର ଭିତରେ ହସ୍ତକ୍ଷେପ ସ୍ୱୀକାର୍ଯ୍ୟ ନୁହେଁ I

ସୌମ୍ୟ ବାବୁ ଏହା ଲେଖିଲା ବେଳେ ନିଆଁ ଲାଗି ଯାଇଥିଲା I

 ତେଣୁ ଏକଥା ସହଜରେ ଗ୍ରହଣ କରି ନ ଥିଲେ ଚର୍ଚିତ ‘ଜ୍ୱାଇଁ ପି’ I ସେ ତାହାକୁ ନିଜ ଦେହକୁ ନେଇ କ୍ଷମତାର ଅପବ୍ୟବହାର କରି ମନଇଛା ବିଭିନ୍ନ କେସରେ ସୌମ୍ୟଙ୍କୁ ଛନ୍ଦିଥିଲେ I ବହୁ ଦୁଃଖ ଓ କଷ୍ଟ ସହିଥିଲେ ସୌମ୍ୟ I 

ହେଲେ ବିଧିର ବିଧାନ ବିଚିତ୍ର I ପୁଣି ସ୍ଥିତି ଓଲଟିଲା I ସେ ପୁଣି ଫେରିଲେ ସମ୍ବାଦ ଭବନକୁ.. I ହେଲେ ସମ୍ପାଦକ ଭାବରେ ନୁହେଁ, ଅଧ୍ୟକ୍ଷ ଭାବରେ I ତେଣୁ ସମ୍ବାଦ ଭବନରେ ଖୁସିର ମାହୋଲ I 

ତେବେ କିଛି କାର୍ପାଟଦାର କର୍ମଚାରୀ ଅସୁଖୀ ଥିବା ଶୁଣାଯାଉଛି.

ଦେଖନ୍ତୁ ସୌମ୍ୟ ବାବୁଙ୍କ କ୍ୟାରିଅର

  • ୧୮ ଅଗଷ୍ଟ ୧୯୫୨ରେ କେନ୍ଦୁଝର ଆନନ୍ଦପୁରରେ ଜନ୍ମ ଗ୍ରହଣ କରିଥିବା ସୌମ୍ୟବାବୁ ସର୍ବଦା କିଛି ନା କିଛିନା କିଛି ପ୍ରସଙ୍ଗରେ ଛନ୍ଦି ହୋଇ ବିବାଦୀୟ ହୋଇଥାନ୍ତି I  
    ୧୯୭୨ରେ ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିବା ଆରମ୍ଭ କରିଥିଲେ । ଏତେ କମ ବୟସରୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ତାଙ୍କର ଶିକ୍ଷାଦାନ କରିବା ସେତେବେଳେ ବିତର୍କ ସୃଷ୍ଟି କରିଥିଲା । 
  • ୧୯୮୪ରେ ସେ ଦୈନିକ ଓଡ଼ିଆ ଖବରକାଗଜ ସମ୍ବାଦ  ପ୍ରତିଷ୍ଠା କରି ସ୍ୱତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଆଦି ନୂଆ ବିଭାଗ ସହ ମୁଦ୍ରଣରେ ଅଫସେଟ ପ୍ରିଣ୍ଟିଙ୍ଗ ଆଦି ଆରମ୍ଭ କରିଥିଲେ ।
  • ସମ୍ବାଦ ଆନୁକୁଲ୍ୟରେ ସେ ଆମ ଓଡ଼ିଶାନାମକ ଏକ ସଂସ୍ଥା ଗଠନ କରିଥିଲେ ଯାହା ଓଡ଼ିଶା ଓଡ଼ିଶା ସାରା ଛାତ୍ରଙ୍କ ପାଇଁ ଶୁଦ୍ଧ ଓଡ଼ିଆ ଲିଖନ ପ୍ରତିଯୋଗିତା ଦ୍ୱାରା ସେମାନଙ୍କ ମଧ୍ୟରେ ଓଡ଼ିଆ ପଢ଼ିବା ଓ ଲେଖିବା ପାଇଁ ଆଗ୍ରହ ସୃଷ୍ଟିକରିବା କ୍ଷେତ୍ରରେ କାର୍ଯ୍ୟକରିଥିଲା ।
  • ସେ ମଧ୍ୟ କେଏମବିବି କଲେଜ ଅଫ ଇଞ୍ଜିନିୟରିଂନାମରେ ଏକ ବୈଷୟିକ ମହାବିଦ୍ୟାଳୟ ଓ ସମ୍ବାଦ ସ୍କୁଲ ଅଫ ମିଡ଼ିଆ ଆଣ୍ଡ କଲଚର ନାମରେ ଏକ ଗଣମାଧ୍ୟମ ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ୧୯୯୬ ସାଧାରଣ ନିର୍ବାଚନରେ ସୌମ୍ୟରଞ୍ଜନ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ସଫଳ ଭାବରେ ପ୍ରତିଦ୍ୱନ୍ଦିତା କରିଥିଲେ । ୧୯୯୮ ସାଧାରଣ ନିର୍ବାଚନରେ ପୁନର୍ବାର ପ୍ରତିଦ୍ୱନ୍ଦିତା କରି ବିଫଳ ହୋଇଥିଲେ । ୨୦୦୩ରେ ସେ ଆମ ଆମ ଓଡ଼ିଶା ଦଳ ନାମରେ ରାଜନୈତିକ ଦଳ ଆରମ୍ଭ କରି ନିର୍ବାଚନ ଲଢ଼ି ବିଫଳ ହୋଇଥିଲେ । ପରେ ତାଙ୍କୁ ବିଜୁ ଜନତା ଦଳ ତରଫରୁ ରାଜ୍ୟସଭାକୁ ମନୋନୀତ କରାଯାଇଥିଲା । 2018ରେ ଆମ ଓଡ଼ିଶା ଦଳର ବିଜୁ ଜନତା ଦଳ ସହ ମିଶ୍ରଣ ହୋଇଥିଲା ।୨୦୧୯  ବିଧାନସଭା ନିର୍ବାଚନରେ ସେ ଖଣ୍ଡପଡ଼ାରୁ ବିଧାନସଭାକୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । 

ସେ ୨୦୨୩ ଅକ୍ଟୋବରରେ ସମ୍ବାଦର ସମ୍ପାଦକ ପଦରୁ ଅବସର ନେଇଥିଲେ ହେଁ ଏବେ ପୁଣି ଫେରିଛନ୍ତି I 

Leave A Reply

Your email address will not be published.