ବାଲେଶ୍ୱରରେ ପ୍ରତିଷ୍ଠା ହେଉ କ୍ୟାନ୍ସର ହସ୍ପିଟାଲ

0
  • ମହିଳାଙ୍କୁ ହେଉଥିବା କର୍କଟ ରୋଗ ଜନିତ ସମସ୍ୟାର ପ୍ରତିକାରାତ୍ମକ ବ୍ୟବସ୍ଥା ପାଇଁ ବିଧାସଭାରେ ସ୍ୱର୍ ଉଠାଇଲେ ସୁବାସିନୀ

ବାଲେଶ୍ଵର //TATKAL ODISHA//

ବାଲେଶ୍ଵରରେ ଏକ ଉନ୍ନତମାନର କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା କରାଯାଉ ବୋଲି ବିଜେଡି ସଭ୍ୟା ସୁବାସିନୀ ଜେନା ଦାବି କରିଛନ୍ତି I

ସୋମବାର ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟକାଳରେ ବିଜେଡି ବସ୍ତା ବିଧାୟିକା ଶ୍ରୀମତୀ ଜେନା ମହିଳାମାନଙ୍କ ମଧ୍ୟରେ ଉଦବେଗଜନିତ ଭାବରେ ବୃଦ୍ଧି ପାଉଛି ସ୍ତନ ଏବଂ ଗର୍ଭାଶୟ କର୍କଟ ରୋଗ I

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକାରାତ୍ମକ ବ୍ୟବସ୍ଥା ସ୍ୱରୂପ “ସଚେତନତା ଅଭିଯାନ” ଏବଂ ଗର୍ଭାଶୟ କର୍କଟ ପାଇଁ “ପାପ୍ ସ୍ମିଅର୍ ଟେଷ୍ଟ” ଓ ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ କରିବାର ଆବଶ୍ୟକତା ରହିଛି: ସୁବାସିନୀ

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକାରାତ୍ମକ ବ୍ୟବସ୍ଥା ସ୍ୱରୂପ “ସଚେତନତା ଅଭିଯାନ” ଏବଂ ଗର୍ଭାଶୟ କର୍କଟ ପାଇଁ “ପାପ୍ ସ୍ମିଅର୍ ଟେଷ୍ଟ” ଓ ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ କରିବାର ଆବଶ୍ୟକତା ରହିଛି I ଏଥିପାଇଁ ସରକାର ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଶ୍ରୀମତୀ ଜେନା କହିଛନ୍ତି ଯେ, ସମଗ୍ର ରାଜ୍ୟରେ ଦିନକୁ ଦିନ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି I ଉତ୍ତର ଓଡ଼ିଶାରେ ଥିବା ମେଡ଼ିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକରେ ଅଙ୍କୋଲୋଜି ବିଭାଗ ନାହିଁ I ଫକୀର ମୋହନ ମେଡ଼ିକାଲ କଲେଜରେ ଏହି ବିଭାଗ ଖୋଲାଯାଉ I ଏଥିପାଇଁ ସରକାର ବାଲେଶ୍ଵର ଠାରେ ଏକ ଉନ୍ନତମାନର କ୍ୟାନ୍ସର ହସପିଟାଲ ନିର୍ମାଣ କରନ୍ତୁ ବୋଲି ସେ ଦାବୀ କରିଥିଲେ।

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମାନ୍ୟବର ମନ୍ତ୍ରୀ ଡ଼ଃ ମୁକେଶ କୁମାର ମହଲିଙ୍ଗ ଉତ୍ତରରେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଭେଷଜ ମହାବିଦ୍ୟାଳୟ ଓ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ଚାଲିଥିବା କର୍କଟ ଚିକିତ୍ସା ପଦ୍ଧତି ଉପରେ ଉଲ୍ଲେଖ କରିବା ସହିତ ବିଧାୟିକା ଜେନାଙ୍କର ପ୍ରସ୍ତାବ ଗୁଡ଼ିକୁ ରାଜ୍ୟ ସରକାର ଗୁରୁତ୍ୱର ସହ ବିଚାର କରିବେ ।

Leave A Reply

Your email address will not be published.