ରଥରେ ତୁ..ପଥରେ ତୁ : ଦେଖନ୍ତୁ ପୁରୀରୁ LIVE ରଥଯାତ୍ରା..

0
  • ଦ୍ଵିତୀୟ ଦିନର ସିଧାପ୍ରସାରଣ
  • ପୁରୀ //TATKAL ODISHA //

ରଥଯାତ୍ରା କେବଳ ଏକ ଉତ୍ସବ ନୁହେଁ, ଏହା ଆମ ସଂସ୍କୃତିର ଅବିଛେଦ୍ୟ ଅଙ୍ଗ |ମହାପ୍ରଭୁ ବଡ଼ ଦେଉଳର ରତ୍ନ ସିଂହାସନ ଛାଡି ଲକ୍ଷ ଲକ୍ଷ ଭକ୍ତଙ୍କ ସହିତ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ସହ ଏକାକାର ହେବାର ଅନନ୍ୟ ଯାତ୍ରା ହେଉଛି ‘ରଥଯାତ୍ରା..

ରଥରେ ମହାପ୍ରଭୁଙ୍କର ଦର୍ଶନ କଲେ ମୋକ୍ଷପ୍ରାପ୍ତି ହୁଏ ବୋଲି ସାଧାରଣରେ ଅତୁଟ ବିଶ୍ୱାସ ରହିଛି | ଏ ସମ୍ବନ୍ଧରେ ଏକ ଶ୍ଳୋକ ରହିଛି :-

II ଦୋଳେ ଚ ଦୋଳ ଗୋବିନ୍ଦ° ରଥେ ଚ ମଧୁସୂଦନ°, ରଥେ ଚ ବାମନମ୍ ଦୃଷ୍ଟୱା, ପୁନର୍ଜନ୍ମ ନ ବିଦ୍ୟତେ ||

ଦ୍ଵିତୀୟ ଦିନରେ ଲକ୍ଷ ଲକ୍ଷ ଭକ୍ତ ପ୍ରଭୁପ୍ରେମରେ ମତ୍ତ ହୋଇ ରଥ ଦଉଡି ଧରି ତିନି ରଥକୁ ଗୁଣ୍ଡିଚା ଘର ସମ୍ମୁଖକୁ ଟାଣି ନେଉଛନ୍ତି |

ଭାବ ବିନୋଦିଆ କୋଟି କବଲ୍ୟନାଥ ରାଜାଧିରାଜ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହ ଭକ୍ତ ଭାବରେ ଭିଜି ଭିଜି ମହାନନ୍ଦରେ ଯାତ୍ରା କରୁଛନ୍ତି | ତିନି ରଥ ଘୋର ଘର୍ଘର ନାଦରେ ଆଗେଇ ଚାଲିଛି |

  • ଦେଖନ୍ତୁ.. ଶ୍ରୀକ୍ଷେତ୍ର ପୁରୀରୁ LIVE ରଥଯାତ୍ରା..

ଦେଖନ୍ତୁ… ପୁରୀରୁ ରଥଯାତ୍ରାର ଦ୍ଵିତୀୟ ଦିନର ସିଧା ପ୍ରସାରଣ

Leave A Reply

Your email address will not be published.