ସୌମ୍ୟଙ୍କ ମୁଣ୍ଡରେ ହାତ ରଖି ଆର୍ଶୀବାଦ ଦେଲେ ବଦ୍ରୀ
– ଘସିପୁରା ଆସନରୁ ପ୍ରାର୍ଥୀପତ୍ର ଦାଖଲ ବେଳର ରୋଚକ ଦୃଶ୍ୟ
ଭୁବନେଶ୍ୱର,//TATKAL ODISHA//
ଆନନ୍ଦପୁରରେ ଏକ ରୋଚକ ଘଟଣା ଖୁବ୍ ଚର୍ଚ୍ଚାର ବିଷୟ ହୋଇଛି ।
କେନ୍ଦୁଝର ଜିଲ୍ଲା ଘସିପୁରା ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବାକୁ ସୌମ୍ୟରଞ୍ଜନ ପଟ୍ଟନାୟକ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିବାବେଳେ ତାଙ୍କ ପରିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ତଥା ଶାସକ ବିଜେଡି ପ୍ରାର୍ଥୀ ବଦ୍ରୀ ନାରାୟଣ ପାତ୍ର ସୌମ୍ୟଙ୍କ ମୁଣ୍ଡରେ ହାତ ରଖି ଆର୍ଶୀବାଦ ଦେଇଛନ୍ତି ।
ସୌମ୍ୟ ତାଙ୍କୁ ହାତଯୋଡ଼ି ପ୍ରଣାମ ମଧ୍ୟ କରିଛନ୍ତି ।
ଏଇ କଥା ପ୍ରଚାର ହେବା ପରେ କେବଳ ଆନନ୍ଦପୁର ନୁହେଁ ସମଗ୍ର ଜିଲ୍ଲାରେ ଆଲୋଚନାର ବିଷୟ ହୋଇଛି । ସୌଜନ୍ୟତା କଣ ଉଭୟ ନେତାଙ୍କ ପାଖରୁ ଶିଖିବା କଥା ।
ତେବେ ସୌମ୍ୟରଞ୍ଜନ ଗଣମାଧ୍ୟମକୁ କହିଛନ୍ତି, ମା’ତାରିଣୀଙ୍କ ଆଶୀର୍ବାଦରେ ମୁଁ ଦଳୀୟ ପ୍ରାର୍ଥୀ ନହୋଇ ସ୍ୱାଧୀନ ପ୍ରାର୍ଥୀ ହୋଇଛି । ଘସିପୁରା ଅଞ୍ଚଳର ଲୋକେ ଅତ୍ୟାଚାରିତ ହେଉଛନ୍ତି । ସେମାନଙ୍କୁ ଏହି ଅତ୍ୟାଚାରରୁ ମୁକ୍ତ କରିବା ପାଇଁ ଏଠାକାର ଲୋକେ ମୋତେ ଅନୁରୋଧ କରିଛନ୍ତି । ସେଥିପାଇଁ ସେମାନଙ୍କ ଉତ୍ସାହ ଦେଖି ମୁଁ ଅଭିଭୂତ ବୋଲି ସେ ପ୍ରକାଶ କରିଛନ୍ତି ।