ତୁଟିଲା ବିବାଦ? ବିଜେଡି-ବିଜେପି ମେଣ୍ଟ ଘୋଷଣା ଖୁବଶୀଘ୍ର?

0
  • କିଏ କେତେ ଆସନରେ ଲଢ଼ିବେ ନୂଆଦିଲ୍ଲୀ ମିଳିତ ଘୋଷଣାନାମା ପ୍ରକାଶ ପାଇବ !!
  • ବିଜେଡି ପାଖରେ ମୁଖ୍ୟମନ୍ତ୍ରୀ ପଦ, ବିଜେପି ଭାଗରେ ଉପମୁଖ୍ୟମନ୍ତ୍ରୀ
  • ନୂଆଦିଲ୍ଲୀ//TATKAL ODISHA//EXCLUSIVE //
  • **************************
  • (କିଶୋର ଦ୍ବିବେଦୀ)
  • *********************

ବହୁ ବାଦବିବାଦ ଓ ତର୍ଜମା ପରେ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ମଧ୍ୟରେ ନିର୍ବାଚନୀ ମେଣ୍ଟ ଚୂଡ଼ାନ୍ତ ହୋଇଥିବା ଜଣାଯାଇଛି।ଏନେଇ ଆନୁଷ୍ଠାନିକ ଭାବେ ନୂଆଦିଲ୍ଲୀରେ ମିଳିତ ଘୋଷଣା ହେବ I

“ନୂଆଦିଲ୍ଲୀରେ ଆଜି ବିଜେପି କୋର୍ କମିଟି ବୈଠକ । ଯୋଗ ଦେବେ ଓଡ଼ିଶା,ୟୁପି,ପଶ୍ଚିମବଙ୍ଗର ପ୍ରତିନିଧି”

ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ମଞ୍ଚରେ ଘୋଷଣା କରିବେ ।

ନିଷ୍ପତ୍ତି ଅନୁସାରେ ବିଜେଡି ଅଧୀନରେ ମୁଖ୍ୟମନ୍ତ୍ରୀ ପଦ ରହିବ, ବିଜେପି ଅଧୀନରେ ଉପ ମୁଖ୍ୟମନ୍ତ୍ରୀ ରହିବ।

ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ  ମୁଖ୍ୟମନ୍ତ୍ରୀ ହୋଇ  ରେକର୍ଡ କରିବେ ଏବଂ  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉପମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି I “

  • ହେଲେ ଏହି ଖବରକୁ ନେଇ ନୂଆଦିଲ୍ଲୀରେ ଚର୍ଚ୍ଚା ଜୋର ଧରିଥିବାବେଳେ ଅନୁଷ୍ଠାନିକ ଭାବେ ଉଭୟ ଦଳ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ I

ଉଭୟ ଦଳର ବହୁ ପ୍ରଭାବଶାଳୀ ସୂତ୍ରରୁ ପ୍ରାପ୍ତ ଖବରରୁ ପ୍ରକାଶ ଯେ ଦୁଇ ଦଳ ଆସନ ଭାଗବଣ୍ଟା ଫର୍ମୁଲାକୁ ମଧ୍ୟ ଅନ୍ତିମ ରୂପରେଖ ଦିଆଯାଇସାରିଛି ।ସେହି ଅନୁଯାୟୀ..

  • ଲୋକସଭା ନିର୍ବାଚନରେ ଓଡ଼ିଶାର ମୋଟ ୨୧ଟି ଆସନ ମଧ୍ୟରୁ ବିଜେପି ୧୪ଟିରେ ପ୍ରତିଦ୍ୱନ୍ଦୀତା କରିବାକୁ ଯାଉଥିବା ବେଳେ ବିଜେଡିକୁ ୭ଟି ଆସନ ଛାଡିଦେଇଛି।ସେହିପରି ରାଜ୍ୟ ବିଧାନସଭାର ୧୪୭ଟି ନିର୍ବାଚନୀ ମଣ୍ଡଳୀ ମଧ୍ୟରୁ ଶାସକ ବିଜେଡିର ପାର୍ଥି ୧୦୬ଟିରେ ଓ ସହଯୋଗୀ ଦଳ ବିଜେପିର ପାର୍ଥି ୪୧ଟି ଆସନ ରେ ଛିଡ଼ା ହେବାକୁ ଯାଉଛନ୍ତି। ନବୀନ ପଟ୍ଟନାୟକଙ୍କୁ ଏହି ମେଣ୍ଟର ନେତା ଏବଂ ଭାବି ମୁଖ୍ୟମନ୍ତ୍ରୀ ଭାବରେ ଭୋଟଦାତା ମାନଙ୍କ ସାମନାରେ ଉପସ୍ଥାପନ କରାଯିବା ପାଇଁ ସ୍ଥିର କରାଯାଇଛି

 ପନ୍ଦର ବର୍ଷ ପରେ ପୁଣି ବିଜେଡି ଓ ବିଜେପି ମଧ୍ୟରେ ହେଇଥିବା ଏହି ନୂଆ ମେଣ୍ଟ ଆସନ୍ତା ସାଧାରଣ ଓ ରାଜ୍ୟ ନିର୍ବାଚନରେ ବିପୁଳ ସଫଳତା ହାସଲ କରିବାକୁ ଯାଉଛି।

 ପ୍ରକାଶ ଥାଉକି ୨୦୦୯ ମସିହାରେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ବିବାଦ ଯୋଗୁଁ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ଭାଙ୍ଗି ଯାଇଥିଲା।

Leave A Reply

Your email address will not be published.