ବିଜେଡି-ବିଜେପି ଆସନ ବୁଝାମଣା ଚୂଡ଼ାନ୍ତ?

0
  • ଲୋକସଭା : ବିଜେପି 14, ବିଜେଡି 7
  • ବିଧାନସଭା : ବିଜେଡି 98, ବିଜେପି 49
  • ନୂଆଦିଲ୍ଲୀ,ଭୁବନେଶ୍ୱର//TATKAL ODISHA //

ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବା ନିଶ୍ଚିତ ହୋଇଛି I

ଆସନ ବୁଝାମଣା କଥା ବି ସରିଛି I ନୂଆଦିଲ୍ଲୀରେ ଉଭୟ ଦଳର ଶୀର୍ଷ ନେତାଙ୍କ ମଧ୍ୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ ବୈଠକ ବସିଥିଲା ।

ବିଜେପି ପକ୍ଷରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ ଉପସ୍ଥିତ ଥିବାବେଳେ ବିଜେଡି ପକ୍ଷରୁ ଭି କେ ପାଣ୍ଡିଆନ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି I

ଦୀର୍ଘ ଆଲୋଚନା ପରେ..

  • ମୋଟ 21 ଲୋକସଭା ଆସନ ମଧ୍ୟରୁ ବିଜେପି 14 ଓ ବିଜେଡି 7 ଆସନରେ ଲଢ଼ିବେ I
  • ମୋଟ 147 ବିଧାନସଭା ଆସନ ମଧ୍ୟରୁ ବଜେଡି 98 ଓ ବିଜେପି 49 ଆସନରେ ପ୍ରାର୍ଥୀ ଦେବେ I

ବିଶେଷ ସୂତ୍ରରୁ ଏହି ସହମତି ହୋଇଥିବା କଥା ଜଣାପଡ଼ିଥିଲେ ହେଁ ଦୁଇ ଦଳ ପକ୍ଷରୁ କିଛି କୁହା ଯାଇନାହିଁ I

ଦେଖନ୍ତୁ… ପୂର୍ଵ ରିପୋର୍ଟ…

// BIG BREAKING //

TATKAL ODISHA ରିପୋର୍ଟ ପୁଣି ସତ : ବିଜେପି -ବିଜେଡି ମେଣ୍ଟ ସ୍ପଷ୍ଟ

Leave A Reply

Your email address will not be published.