ସନ୍ତୋଷ କୁମାର ସେଠୀଙ୍କ ନୂଆ ଗପ-2-‘ରାଜା ବୁଝିଲେ’
//TATKAL ODISHA//
//STORY LINE //ରାଜା ବୁଝିଲେ//
"ଇଶ୍ୱର ଯାହା କରନ୍ତି ପ୍ରାଣୀର ମଂଗଳ ପାଇଁ। ତେଣୁ ତାଙ୍କ ଇଛା ପୂର୍ଣ୍ଣ ହେଉ।"
ମନ୍ତ୍ରୀଙ୍କ ଠାରୁ ଏହି କଥା ଶୁଣି ଶୁଣି ନିଜ ପ୍ରଶଂସାରେ ବିମୋହିତ ହେଉଥିବା ରାଜା ଦାନ୍ତ କଡମଡ କରନ୍ତି ସିନା ହେଲେ ଖୋଲାଖୋଲି କିଛି କହିପାରନ୍ତି ନାହିଁ। କେତେ ଚୁଗୁଲିଆ ରାଜାଙ୍କୁ କୁହନ୍ତି ଏ ମନ୍ତ୍ରୀ ଟା ଆପଣଙ୍କ ପ୍ରଶଂସା କରୁନି ଏହାକୁ ବଦଳାଇ ଦିଅନ୍ତୁ। ତେବେ ମନ୍ତ୍ରୀ ବିଜ୍ଞ ଓ ବୁଦ୍ଧିମାନ ଥିବାରୁ ରାଣୀ ଏ କଥା କରେଇ ଦିଅନ୍ତି ନାହିଁ। ରାଜାଙ୍କୁ ଉଚିତ ବାଟରେ ନେବାକୁ ସେ ମନ୍ତ୍ରୀଙ୍କୁ ଅନୁରୋଧ କରନ୍ତି। ଆଉ ମନ୍ତ୍ରୀ ବଡ଼ ଇଶ୍ୱର ଭକ୍ତ ହୋଇଥିବାରୁ ସବୁ କାମ ରେ ପ୍ରଭୁଙ୍କ ନାମ ନିଅନ୍ତି।
ଦିନେ ଅସାବଧାନତା ବଶତଃ ରାଜାଙ୍କ ଅଂଗୁଳି କଟିଗଲା। ମନ୍ତ୍ରୀ ଙ୍କୁ ଏ କଥା କୁହନ୍ତେ ମନ୍ତ୍ରୀ ସେହି ପୁରୁଣା ବାକ୍ୟ ଝାଡିଲେ। “ଇଶ୍ୱର ଯାହା କରନ୍ତି ପ୍ରାଣୀ ର ମଂଗଳ ପାଇଁ।” ରାଜା ଙ୍କ ରାଗ ପଞ୍ଚମକୁ ଉଠିଗଲା। ଇଛା ହେଲା ଧରିଥିବା ଖଣ୍ଡା ରେ ମନ୍ତ୍ରୀଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦିଅନ୍ତେ। କିନ୍ତୁ ସେ ସମ୍ଭାଳି ଗଲେ। “ଆରେ ମୋ ଆଙ୍ଗୁଠି କଟିଲା, ମତେ କଷ୍ଟ ହେଲା। ଏଥିରେ ଏ ପାଜି କହୁଛି ଇଶ୍ୱର ମଂଗଳ କଲେ ? ରହରେ ପୁଅ ଦଉଛି ତତେ।ତୋ ଇଶ୍ୱର କେମିତି ତୋ ମଂଗଳ କରିବେ ଦେଖିବୁ !
ରାଜା ମନ୍ତ୍ରୀଙ୍କୁ ନେଇ ଶିକାର କୁ ବାହାରିଲେ। କୋଉ ଶିକାର ଲକ୍ଷ୍ୟ ରାଜାଙ୍କର ! କେମିତି ମନ୍ତ୍ରୀ ଙ୍କୁ ପାନେ ଦେବେ ସେହି ଭାବନା ନେଇ ତ ରାଜା ଆସିଛନ୍ତି ଜଙ୍ଗଲକୁ । ଗୋଟେ ଗଭୀର ଖାଲ ଦେଖି ରାଜା ମନ୍ତ୍ରୀ ଙ୍କୁ ଧକ୍କା ଟେ ଦେଲେ ଯେ ମନ୍ତ୍ରୀ ଯାଇ ଖାଲରେ ପଡ଼ିଲେ। ମନ୍ତ୍ରୀ ଏଭଳି ଆକ୍ରମଣ ପାଇଁ ପ୍ରସ୍ତୁତ ନ ଥିଲେ। ଖାଲରେ ପଡି ବିସ୍ମୟ ରେ ରାଜାଙ୍କୁ ଚାହିଁବା ରୁ ରାଜା କହିଲେ “ମନ୍ତ୍ରୀବର ଏହା ବି କଣ ତୁମ ଇଶ୍ୱର ଙ୍କ ଇଛା।” ମନ୍ତ୍ରୀ ହସି ହସି କହିଲେ “ନିଶ୍ଚୟ ମଣିମା। ତା ନ ହୋଇଥିଲେ ଆପଣ କାହିଁକି ମତେ ଖାଲକୁ ପେଲି ଥାନ୍ତେ।”
“ଓଃ ଏମନ୍ତ କଥା। ତେବେ ଆପଣ ଇଶ୍ୱରଙ୍କ ଇଛାରେ ଏଇଠି ରୁହନ୍ତୁ। ଆମେ ଆମ ଇଛାରେ ଚାଲିଲୁ।”
- ରାଜା ବେଶ କିଛି ବାଟ ଗଲା ପରେ ଗୁଡ଼ିଏ ନୃଶଂସ ଜଙ୍ଗଲି ଲୋକ ଙ୍କ ହାବୁଡ଼ରେ ପଡିଗଲେ। ସେହି ସମ୍ପ୍ରଦାୟର ଏକ ବିଶେଷ ପର୍ବ ପାଇଁ ଠାକୁରାଣୀ ଙ୍କ ପାଖରେ ନର ବଳୀ ଟିଏ ଦରକାର ଥିଲା। ରାଜା ଙ୍କ ସୁନ୍ଦର , ସୁଠାମ ଚେହେରା ଦେଖି ସେମାନେ ଖୁସି ହେଲେ।
- ତାଙ୍କ ସର୍ଦ୍ଦାର ଓ ପୂଜକଙ୍କ ଆଦେଶରେ ରାଜାଙ୍କୁ ସ୍ନାନ କରାଇ ନୂତନ ବସ୍ତ୍ର ପରିଧାନ କରାଇ ମନ୍ଦାର ମାଳ ତାଙ୍କ ବେକରେ ପକାଇ ବଳି ଖୁମ୍ବ ପାଖକୁ ନିଆଗଲା। ରାଜା ଯେତେ କହିଲେ ବି ସେ ରାଜା ତାଙ୍କୁ ଛାଡ଼ିଦିଅ ସେମାନେ କେହି ଶୁଣିଲେନି। ଭାଗ୍ୟକୁ ଆଦରି ରାଜା ଇଶ୍ୱର ଙ୍କୁ ଡାକିଲେ। “ପ୍ରଭୁ ତୁମ ନାମ ସବୁବେଳେ ନେଉଥିବା ତୁମ ପ୍ରିୟ ଭକ୍ତ ମନ୍ତ୍ରୀ ଙ୍କୁ ମୁଁ କଷ୍ଟ ଦେଇଥିବାରୁ ମୋତେ ଆପଣ ଏହି ଦଣ୍ଡ ଦେଉଛନ୍ତି। ହେ ପ୍ରଭୁ ମତେ କ୍ଷମା କରନ୍ତୁ। ମୁଁ କେବେ କାହାକୁ ବି ଅନ୍ୟାୟରେ ଦଣ୍ଡିତ କରିବି ନାହିଁ। ମତେ ମୁକୁଳେଇ ଦେଲେ ମୁଁ ମନ୍ତ୍ରୀ ଙ୍କୁ ଉଦ୍ଧାର କରିବି।”
ପୂଜକ ମନ୍ତ ପଢି ଘାତକକୁ ନିର୍ଦ୍ଦେଶ ଦେଲେ ବଳି ଦେବାକୁ। ଘାତକ ଖଡ଼ଗ ଉଠାଇ ରାଜା ଙ୍କ ବେକରେ ଚୋଟ ପକାଇଲା ବେଳକୁ ସର୍ଦାର ଅଟକେଇ ଦେଲା। “ଆରେ ଏଇଟା କ’ଣ ଆଂଗୁଳି ରେ କପଡା ବାନ୍ଧିଛି ! ଏଇଟା ତ କ୍ଷତାକ୍ତ ଟାଏ। ଏ ବଳିରେ କ’ଣ ମା ଖୁସି ହେବ ? ପୂଜକ ମନା କଲେ। ନା ଅକ୍ଷତ ଲୋକ ଦରକାର। ଏହାକୁ ଛାଡ଼ିଦିଅ।
ରାଜା ବିକଳରେ ଧାଇଁ ଧାଇଁ ମନ୍ତ୍ରୀଙ୍କ ଖାଲ ପାଖରେ ପହଂଚି ମନ୍ତ୍ରୀ ଙ୍କୁ ଉଦ୍ଧାର କରି ଦ୍ରୁତ ଗତିରେ ରାଜବାଟୀ କୁ ଫେରି ଗଲେ। ବାରମ୍ବାର ମନ୍ତ୍ରୀ ଙ୍କୁ କ୍ଷମା ମାଗି ରାଜା କହିଲେ “ହେ ମନ୍ତ୍ରୀ ଆପଣଙ୍କ ପ୍ରତି ମୋର ଅନ୍ୟାୟ ଓ ଇଶ୍ୱର ଙ୍କ ପ୍ରତି ଦ୍ରୋହ ପାଇଁ ମୁଁ ଆଜି ମରିବାକୁ ଯାଉଥିଲି। ଆପଣ ଇଶ୍ୱରଙ୍କ ସଚା ଭକ୍ତ । ଆପଣଙ୍କ ପ୍ରତି ଅବିଚାର ପାଇଁ ଇଶ୍ୱର ମତେ ଦଣ୍ଡ ଦେଇଥିଲେ।” ମନ୍ତ୍ରୀ ହସି କହିଲେ,”ମହାରାଜ ସବୁ ଇଶ୍ୱରଙ୍କ ଇଛା। ଆପଣ ମତେ ଖାଲକୁ ପେଲି ଦେବା ମଧ୍ୟ ଇଶ୍ୱରଙ୍କ ଇଛା ଥିଲା। ଯଦି ଆପଣ ମତେ ଖାଲରେ ପକାଇ ନ ଥାନ୍ତେ ତେବେ ଆପଣଙ୍କ ସହ ମତେ ବି ଜଙ୍ଗଲି ଲୋକ ମାନେ ଧରି ନେଇଥାନ୍ତେ। ଆପଣ ଙ୍କୁ ସିନା ଆଂଗୁଳି କଟା ବୋଲି ଛାଡ଼ିଦେଲେ ହେଲେ ମୁଁ ତ ଅକ୍ଷତ ଥିଲି। ତେଣୁ ମୋ ବଳି ନିଶ୍ଚିତ ଥିଲା। ତେଣୁ ମତେ ଖାଲକୁ ଧକ୍କା ଦେବା ମଧ୍ୟ ଇଶ୍ୱରଙ୍କ ଇଛା ର ଅଧିନ ଥିଲା।
ରାଜା ଏବେ ବୁଝିସାରିଥିଲେ। ସୃଷ୍ଟି ରେ ଇଶ୍ୱର ଙ୍କ ଇଛା ରେ ଯାହା ଘଟୁଛି ପ୍ରତ୍ୟେକ ଙ୍କ ମଂଗଳ ପାଇଁ।
- ସନ୍ତୋଷ କୁମାର ସେଠୀ
୮୯୧୭୨୫୮୭୨୫