ଏନଏସି ସଂଖ୍ୟା 35କୁ ବୃଦ୍ଧି   

0
  • ବୀରମହାରାଜପୁରକୁ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ  

ଭୁବନେଶ୍ବର,//TATKAL ODISHA //

ସୁବର୍ଣ୍ଣପୁର  ଜିଲ୍ଲାର  ବୀରମହାରାଜାପୁରରେ ବିଜ୍ଞାପିତ  ଅଞ୍ଚଳ  ପରିଷଦ   ଗଠନ କରାଯିବ  ବୋଲି  ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ  ଘୋଷଣା  କରିଛନ୍ତି l ଫଳରେ ନୂଆ  ବିଜ୍ଞାପିତ  ପରିଷଦ ସଂଖ୍ୟା  35 ରେ  ପହଞ୍ଚିଛି I

   ଶନିବାର  ମୁଖ୍ୟମନ୍ତ୍ରୀ 34ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ବିଷୟ  ଘୋଷଣା  କରିଥିଲେ I ବୀରମହାରାଜପୁର  ଏଥିରେ  ସାମିଲ  ହୋଇ ନ ଥିଲା I ଏହା  ସୁବର୍ଣ୍ଣପୁର  ଜିଲ୍ଲାର  ସବଡିଭିଜନ  ମୁଖ୍ୟାଳୟ I ଲୋକମାନଙ୍କ ଅନୁରୋଧ ରକ୍ଷା କରି ଏହାକୁ ଏନଏସି ମାନ୍ୟତା ଦେଇଛନ୍ତି I

Leave A Reply

Your email address will not be published.