ଗଣତନ୍ତ୍ର ଦିବସର ଅନୁଚିନ୍ତା

0
  • ଶ୍ରୀକାନ୍ତ ଦାଶ

  • ଆମେ ଆଜି 75 ତମ ଗଣତନ୍ତ୍ର ଦିବସ ପାଳନ କରୁଛେ | ଏହା ଔପଚାରିକତା ମାତ୍ର | ତ୍ରିରଙ୍ଗା ତଳେ ଠିଆହୋଇ ଆମେ ପୁର୍ବସୁରୀଙ୍କ ଦେଶସେବାକୁ ମନେ ପକେଇ ଶପଥ ନେବା,’ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଓ ଦେଶ ଦଶର ସେବା କରିବା |
  • ଆଉ
    ଗଣତାନ୍ତ୍ରିକ ଵିଧି ବ୍ୟବସ୍ଥାକୁ ସମ୍ମାନ ଦେବା |’
    ମୋର ବ୍ୟକ୍ତିଗତ ମତ- ଆମେ ବାସ୍ତବରେ ଗଣତନ୍ତ୍ରକୁ ବୁଝିନାହୁଁ , କେବଳ ଗତାନୁଗତିକ ଧାରାରେ ଏ ଦିବସ ପାଳନ
    କରିଚାଲିଚୁ | ଆମର ଆଚରଣ ଓ ଉଚ୍ଚାରଣରେ ବିରୋଧାଭାସ ରହୁଛି ଯାହା ଆମପାଇଁ ଦୁର୍ଗତିର କାରଣ ହେଉଛି |
    ଆଧୁନିକ ଜଗତରେ ଯେତେଗୁଡିଏ ଗଣତାନ୍ତ୍ରିକ ରାଷ୍ଟ୍ର ଅଛି , ତନ୍ମଧ୍ୟରୁ ସୁଇଜରଲାଣ୍ଡ ବ୍ୟତୀତ ଅନ୍ୟ ସମସ୍ତ ଦେଶରେ ପରୋକ୍ଷ
    ଗଣତନ୍ତ୍ର ବା ପ୍ରତିନିଧି ମୁଳକ ଗଣତନ୍ତ୍ର ପ୍ରତିଷ୍ଠିତ | ପ୍ରତ୍ୟକ୍ଷ ଗଣତନ୍ତ୍ର ଭିନ୍ନ ଭିନ୍ନ ଦେଶରେ ଭିନ୍ନ ଭିନ୍ନ ରୂପରେ ଗଢିଉଠିଛି |
    ସେ ଗୁଡିକ ହେଲା
  • ସମ୍ବିଧାନ -ସୀମିତ ରାଜତନ୍ତ୍ର(constitutional monarchy ) (ଇଂଲଣ୍ଡ ), ବ୍ୟବସ୍ଥାସଭା ଚାଳିତ ଗଣତନ୍ତ୍ର (parliamentary
    democracy ) ଓ ରାଷ୍ଟ୍ରପତି ଚାଳିତ ଗଣତନ୍ତ୍ର (presidential type )(ଆମେରିକା )
    ଆମ ଦେଶରେ ବ୍ୟବସ୍ଥା ସଭା ଚାଳିତ ଗଣତନ୍ତ୍ର ପ୍ରତିଷ୍ଠିତ, ଯେଉଁଠି କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ପ୍ରତିନିଧି ଭାବେ ନିରଙ୍କୁଶ
    କ୍ଷମତାର ଅଧିକାରୀ |ସେ ହିଁ ରାଷ୍ଟ୍ରପତିଙ୍କ ନାଁ ରେ ଶାସନ କରନ୍ତି |ଆଉ ରାଜ୍ୟମାନଙ୍କରେ ମୁଖ୍ୟମନ୍ତ୍ରୀ ମାନେ ଶାସନ କରନ୍ତି |
  • ଏବେ ପ୍ରଚଳିତ ବ୍ୟବସ୍ଥାକୁ ଦେଖିଲେ ଜଣାପଡେ ଯେ ଏ ବ୍ୟବସ୍ଥା ସତରେ କେତେ ଅସହାୟ ! ସମ୍ବିଧାନ ଏହି ବ୍ୟବସ୍ଥା ଭିତରେ କେବଳ ଢାଲ ବ୍ୟତୀତ ଅନ୍ୟ କିଛି ନୁହେଁ |ଦୁର୍ନୀତି ଲକ୍ଷ୍ମଣ ରେଖା ଅତିକ୍ରମ କରିଛି |ଗଣତାନ୍ତ୍ରିକ ଅନୁଷ୍ଠାନ ସବୁ ରୁଗ୍ଣ ଓ ଦୁର୍ବଳ ହେବାରେ ଲାଗିଛନ୍ତି | ଲୋକଙ୍କର ସକ୍ରିୟ, ବିଚାର ଧାରା ଉପରେ ଏ ବ୍ୟବସ୍ଥା ନିର୍ଭରଶିଳ | ଲୋକେ ଅଜ୍ଞ, ଅନଭିଜ୍ଞ, ବିଚାର ବୁଦ୍ଧିଶୂନ୍ୟ , ଭାବପ୍ରବଣ ଓ
    ପ୍ରବୃତ୍ତିଚାଳିତ ହେଲେ ଗଣତନ୍ତ୍ର ବିପନ୍ନ ହେବ | ଯାହା ଆଜି ଘଟୁଛି |
    ଦେଶ ଓ ରାଜ୍ୟରେ ଭାବ ପ୍ରବଣ ଓ ଗଣତନ୍ତ୍ର ଜ୍ଞାନ ରହିତ ବ୍ୟକ୍ତିମାନେ ଭୋଟ ଦେଇ ନିର୍ବାଚିତ କରୁଥିବା ସରକାରରେ ପ୍ରକୃତ
    ଯୋଗ୍ୟତାସମ୍ପର୍ଣ୍ବ , ବିଜ୍ଞ ଓ ସୁଦକ୍ଷ ଲୋକେ ସ୍ଥାନ ପାଇପାରନ୍ତି ନାହିଁ |ଜନସାଧାରଣଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ବ୍ୟବସ୍ଥାସଭାରେ
    ସଭ୍ୟମାନେ ବିବେକଶୂନ୍ୟ ହୋଇ ଆଇନ ପ୍ରଣୟନରେ ସହଯୋଗ କରନ୍ତି | ଏମାନଙ୍କର ବ୍ୟକ୍ତିଗତ ସ୍ୱାର୍ଥ ସାଧନ ପ୍ରବୃତ୍ତି ପ୍ରବଳ
    ଥିବାରୁ ଦେଶ ବା ରାଜ୍ୟରେ ସୁସ୍ଥମନା ଦୃଢ଼ ସରକାରର ଅଭାବ ଘଟେ, ଯାହା ଏବେ ଚାଲିଛି ଓ ଦେଶ, ରାଜ୍ୟରେ ଶାସନଗତ
    ବିଶୃଙ୍ଖଳା ଚରମ ସୀମାରେ ପହଞ୍ଚିଛି |
  • ଗଣତନ୍ତ୍ର ଶାସନର ସଫଳତା, ଉନ୍ନତି ଲୋକ ଚରିତ୍ର ଉପରେ ନିର୍ଭର କରେ | ଜନସାଧାରଣଙ୍କ ସାଧୁତା, ସହିଷ୍ଣୁତା, ବିଚାରଶକ୍ତି, ଓ
    ସଜାଗ ଦୃଷ୍ଟି ବ୍ୟତୀତ ଗଣତନ୍ତ୍ରର ସଫଳତା ସମ୍ପୂର୍ଣ୍ବ ଅସମ୍ଭବ |
  • ଗଣତନ୍ତ୍ରକୁ ସଫଳ କରିବାକୁ ହେଲେ ନିଜ ମତ ପ୍ରତି ଯେତିକି ଆସ୍ଥା ଅଛି,
    , ଅନ୍ୟର ମତ ପ୍ରତି ସେହିଭଳି ସହିଷ୍ଣୁ ଭାବ ରଖିବା ଆବଶ୍ୟକ | ଏହା ଏବେ ଦେଖାଯାଉନି | ଏବେ ପ୍ରାର୍ଥୀଙ୍କ ଠାରୁ ଉତ୍କୋଚ
    ନେଇ ଜନତା ବିବେକ ବିକି ଦେଉଛନ୍ତି |
  • ଗଣତନ୍ତ୍ରର ସଫଳତା ପାଇଁ ଆବଶ୍ୟକ ସଜାଗ ଦୃଷ୍ଟି କେବେଠୁଁ ସମାଧି ନେଇ ସାରିଛି |
  • ସମାଜବାଦୀ ଗଣତନ୍ତ୍ର ଓ ଅର୍ଥନୈତିକ ସମତା କେବଳ ନେତାଙ୍କ ମୁହଁରେ ଶୋଭା ପାଉଛି , ହୃଦୟରେ ନୁହେଁ |
    ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଗଣତନ୍ତ୍ର ସର୍ବୋତ୍ତମ ଶାସନ ବ୍ୟବସ୍ଥା | କିନ୍ତୁ ଗଣତନ୍ତ୍ରର ସଫଳତା ପାଇଁ ଆବଶ୍ୟକ ସଚେତନତା
    ଜନଗଣଙ୍କ ପାଖରେ ନ ଥିବାରୁ ସବୁ ପ୍ରକାର ବିଭ୍ରାଟ ସୃଷ୍ଟି ହେଉଛି | ସମାଜରେ ଯେଭଳି ରାଜନୈତିକ ସଂଘର୍ଷ ,, ବ୍ୟାପକ
    ହିଂସାକାଣ୍ଡ, ଶ୍ରେଣୀ ସଂଘର୍ଷ , ଜାତୀୟ ସମ୍ପତ୍ତି ନଷ୍ଟ ହେଉଛି, ତାହା ପ୍ରମାଣ କରୁଛି ଆମେ କେତେ ଗଣତାନ୍ତ୍ରିକ !
    ଏହାର ସଫଳତା ପାଇଁ ଯଥେଷ୍ଟ ଲୋକ ଶିକ୍ଷା ଦରକାର | ଭୋଟ ଦେବାବେଳେ ଜନତା ଭାବପ୍ରବଣ ନ ହୋଇ , ସାମୟିକ ଲୋଭର
    ଶିକାର ନ ହୋଇ ବିଚାରବନ୍ତ ହେଲେ ଗଣତନ୍ତ୍ର ସୁଦୃଢ ହେବ |
  • ଜୟହିନ୍ଦ, ବନ୍ଦେ ଉତ୍କଳ ଜନନୀ |🙏🙏
  • ଶ୍ରୀକାନ୍ତ ଦାଶ, ସାଧାରଣ ସଂପାଦକ , ଓଡିଆ ଜାତୀୟ ସମ୍ମିଳନୀ ଓ ସଭାପତି ‘ଅବି ‘
    ଦୂରଭାଷ -9238304919

Leave A Reply

Your email address will not be published.