କାହାଣୀ ନୁହେଁ ସତ : ବିବାହ ବନ୍ଧନରେ ବର-ଅଶ୍ୱସ୍ତ

0
  • ନୂଆପାଢ଼ୀ ଗାଁ ସମାଜକୁ ଦେଲା ନୂଆ ବାର୍ତ୍ତା
  • ଭୋଜି ଭାତ ଖାଇଲେ ପ୍ରାୟ ତେର ଶହ ବରଯାତ୍ରୀ

ରେମୁଣା,ବାଲେଶ୍ୱର,//TATKAL ODISHA//

ପ୍ରତିଦିନ ଓ ପ୍ରତି ମୁହୂର୍ତ୍ତରେ ଗଛ କାଟି ପରିବେଶକୁ ଧ୍ୱସ୍ତ ବିଧ୍ୱସ୍ତ କରୁଥିବା ଖବର ପଦାକୁ ଆସୁଥିବାବେଳେ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ନୂଆପାଢ଼ୀର ଅବସରପ୍ରାପ୍ତ ଶିକ୍ଷକ ଯତୀନ କୁମାର ଦାସ ତାର ବ୍ୟତିକ୍ରମ ସାଜିଛନ୍ତି I ସେ ଗ୍ରାମବାସୀଙ୍କ ସହଯୋଗରେ ପାରମ୍ପରିକ ରୀତିନୀତି ଶୁଦ୍ଧତା ଭିତରେ ବର-ଆଶ୍ୱସ୍ତ ଗଛର ବିବାହ ଉତ୍ସବ କରି ସମାଜକୁ କିଛି ନୂଆ ବାର୍ତ୍ତା ଦେଉଛନ୍ତି।

‘କାହାଣୀରେ ଅନେକ ଶୁଣିଥିବା ବର -ଅଶ୍ଵସ୍ତ ଗଛର ବାହାଘର ଆଜି ସତସତିକା ହୋଇଛି’

ତେବେ ଗଛକୁ ନ କାଟି ତାକୁ ଦେବତା ଭଳି ପୂଜା କରିବା ଓ ପରିବେଶ ସଚେତନତା ବାର୍ତ୍ତା ଲୋକଙ୍କୁ ଦେବା ଥିଲା ଅସଲ ଉଦେଶ୍ୟ I ଏହାକୁ ଲୋକେ ବହୁତ ପସନ୍ଦ କରିଛନ୍ତି I

ଶାସ୍ତ୍ର କୁହେ..

ବର ରୁଦ୍ରାଂଶ ଓ ଅଶ୍ୱତ୍ଥ ବିଷ୍ଣୁଙ୍କ ଅଂଶ ଅଟନ୍ତି ଏମାନଙ୍କ ଦୁଇଟି ଡାଳ ପରସ୍ପରକୁ ଯେଉଁ ସ୍ଥାନରେ ଛୁଇଁଥାନ୍ତି ସେ ସ୍ଥାନରେ ବର ଓ ଅଶ୍ୱତ୍ଥ ବିବାହ ଉତ୍ସବ ବା ବର ଅଶ୍ୱତ୍ଥ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥାଏ।ଏହି ପରିପ୍ରେକ୍ଷୀରେ ବରଗଛ ଓ ଦୁବଘାସ ଏବଂ ଅଶ୍ୱତ୍ଥ ଗଛ ସହ ତୁଳସୀଙ୍କ ବିବାହ କରାଯାଇଥାଏ। ବୈଜ୍ଞାନିକ ମତ ଅନୁସାରେ ବର ଓ ଅଶ୍ୱତ୍ଥ ବୃକ୍ଷ ପରିବେଶ ପାଇଁ ସର୍ବାଧିକ ଅମ୍ଳଜାନ କରିବା ସହିତ ପରିବେଶର ସନ୍ତୁଳନତା ବଜାଇ ରଖନ୍ତି

    ନୂଆପାଢ଼ୀ ଗାଁର ସ୍ବର୍ଗତ ମହେଶ ଚନ୍ଦ୍ର ଦାସ ଏହି ବର ଗଛ ଏବଂ ଅଶ୍ବସ୍ତ ଗଛ ଦୁଇଟି ଲଗାଇଥିଲେ ଆଉ ସ୍ବପ୍ନ ଦେଖିଥିଲେ ଗଛ ବଡ଼ ହେଲେ ଦୁଇଁଙ୍କର ବାହାଘର କରିବେ। ହେଲେ ବାପାଙ୍କ ପରଲୋକ ପରେ ପୁଅ ଯତୀନ କୁମାର ଦାସ ଗ୍ରାମବାସୀଙ୍କ ସହଯୋଗରେ ବାହାଘରର ସ୍ବପ୍ନ ପୁରା କରୁଛନ୍ତି ବାପାଙ୍କର। ସେ ପାଇଁ ଭୋଜି ଭାତ ସହ ବରଯାତ୍ରୀ ନେଇ ବେଦୀ ସଜେଇ ହୋଇ ହୋଇଛି ଏହି ଆୟୋଜନ। ଲୋପ୍ତପ୍ରାୟ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ହେଉଛି ଏ ବାହାଘର। ଏ ବିବାହ ସମ୍ବନ୍ଧ ହେଉଛି ବରଗଛ ଓ  ଅସ୍ତ ଗଛ ମଧ୍ୟରେ।

   TATKAL ODISHAକୁ ଯତୀନ ବାବୁ କହିଛନ୍ତି ଯେ,  ଆଜିର ଦୁନିଆରେ ସମସ୍ତେ ଗଛ କାଟି ସଫା କରୁଥିବା ବେଳେ ଲୁପ୍ତପ୍ରାୟ ପରମ୍ପରା ବର ଅସ୍ୱସ୍ତ ଗଛର ବିବାହ ସହ ଉଭୟ ଶାସ୍ତ୍ରୀୟ ଓ ବୈଜ୍ଞାନିକ ମତରେ ସଚେତନା କରିବା ଆମର ଉଦେଶ୍ୟ ରହିଛି I ଲୋକଙ୍କ ସହଯୋଗ ଯୋଗୁଁ ତାହା ସଫଳ ହୋଇଛି I ଭୋଜି ଭାତ ଖାଇଲେ ପ୍ରାୟ ତେର ଶହ ବରଯାତ୍ରୀ I

Leave A Reply

Your email address will not be published.