ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କ ପୂଜା
- ଶ୍ରୀକାନ୍ତ ଦାଶ
- // TATKAL ODISHA//
- ଶାମ୍ବଦଶମୀ
ପୌଷ ମାସ ଶୁକ୍ଳପକ୍ଷ ଦଶମୀକୁ ଶାମ୍ବ ଦଶମୀ ଭାବେ ପାଳନ କରାଯାଏ |
ଉତ୍କଳୀୟ ହିନ୍ଦୁ ପରମ୍ପରାରେ ଏହା ଏକ ଅନନ୍ୟ ପର୍ବ | ପୌରାଣିକ ଆଖ୍ୟାନ ଅନୁସାରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଋଷିଙ୍କ ଅଭିଶାପ ପାଇ କୁଷ୍ଠ ରୋଗ ଗ୍ରସ୍ତ ହେଲେ | ସେ କୋଣାର୍କ ଚନ୍ଦ୍ରଭାଗା ନଦୀ କୂଳରେ ବାରବର୍ଷ ନିଷ୍ଠାରେ ସୂର୍ଯ୍ୟଦେବଙ୍କ ଧ୍ୟାନ କରି ଏହି ଦୁରାରୋଗ୍ୟ ରୋଗରୁ ଆରୋଗ୍ୟ ଲାଭ କରିଥିଲେ |
ସେହି ଦିନରୁ ବୋଧହୁଏ ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କ ପୂଜା ପ୍ରଚଳିତ ହୋଇଛି |
ଓଡିଶାର ପୁର ପଲ୍ଲୀରେ ପିଲାଙ୍କର ସୁସ୍ଥ ନିରାମୟ ଜୀଵନ ପାଇଁ ବାପା ମା” ମାନେ ନିଷ୍ଠାର ସହ ସୂର୍ଯ୍ୟଙ୍କ ପୂଜା କରିଥାନ୍ତି |ପିଲାଙ୍କ ମନ ପସନ୍ଦର ବିଭିନ୍ନ ସ୍ୱସ୍ୱାଦୁ ମିଠା, ପିଠା, କ୍ଷୀରି, ଖେଚୁଡ଼ି ପ୍ରସ୍ତୁତ କରି ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଅର୍ପଣ ଜରନ୍ତି |
ବାସ୍ତବରେ ଆମ ସଂସ୍କୃତିରେ ତେତିଶ କୋଟି ଦେବା ଦେବି ଅଛନ୍ତି ବୋଲି କଳ୍ପନା କରାଯାଇଛି ଓ ସେମାନଜ ପାଇଁ ପୂଜା ଵିଧିର ପ୍ରଚଳନ ବି କରାଯାଇଛି | ହେଲେ ବାସ୍ତବ ଦୃଷ୍ଟିରୁ ଦେଖିଲେ ସୂର୍ଯ୍ୟ ଦେବଙ୍କୁ ଆମେ ପ୍ରତ୍ୟକ୍ଷ ଦେଖିବା ସହିତ ତାଙ୍କ ସଂସ୍ପର୍ଶରେ ଆସିଥାଉ |ଆଉ ସେ ହେଉଛନ୍ତି ସକଳ ଶକ୍ତିର ଆଧାର |ତାଙ୍କ ଛଡା ଆମେ ବାସ୍ତବ ଦୃଷ୍ଟିରୁ ବିଭିନ୍ନ ବୃକ୍ଷ, ଜଳ, ବାୟୁ, ଅଗ୍ନି, ପଶୁ, ପକ୍ଷୀଙ୍କ ସମ୍ପର୍କରେ ଆସିଥାଉ ଓ ଜୀଵନ ଧାରଣ ପାଇଁ ସମସ୍ତ ଉପାଦାନ ସେମାନଙ୍କ ଠାରୁ ପାଇଥାଉ |ଏଣୁ ସେମାନଙ୍କୁ ମଧ୍ୟ ଦେବା ଦେବି ଭାବେ ପୂଜା କରିଥାଉ |ସଂକ୍ଷେପରେ କହିଲେ ସୂର୍ଯ୍ୟଙ୍କ ସହ ପ୍ରକୃତିପୂଜା ଆମ ସଂସ୍କୃତିର ଅଙ୍ଗ ହୋଇ ଯାଇଛି |
ଶାମ୍ବ ଦଶମୀ ସୂର୍ଯ୍ୟଙ୍କ ଉପାସନା କରିବା ସହିତ ନିରୋଗ ଜୀଵନ ପାଇଁ ଆମକୁ ଅବସର ଦେଇଥାଏ |
ଆମ ପ୍ରକୃତିର ସୁରକ୍ଷା କରିପାରିଲେ ଏହି ପର୍ବ ପାଳନର ମହତ୍ତ୍ୱ ରହିବ |
- ଶ୍ରୀକାନ୍ତ ଦାଶ, ସଭାପତି “ଅବି”ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ |
Email – srikantadash. bpc@gmail.com